ବିଜେଡିରେ ମିଶିଲେ ଯାତ୍ରା କଳାକାର: ଡାକ୍ତର ପ୍ରତାପ ପାଣି ସାମିଲ ହେଲେ – Kalinga News

[ad_1]
ଭୁବନେଶ୍ବର: ଯାତ୍ରା ଜଗତର ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା, ବାପି ପଣ୍ଡା ଓ ଆରକେ ହୀରାଲାଲଙ୍କ ସମେତ ୩୦୦ରୁ ଅଧିକ ଯାତ୍ରା କଳାକାର ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ବିଜେଡି ଉସପଭାପତି ଦେବୀ ପ୍ରସାଦ ମିଶ୍ର, ସାଂସଦ ମାନସ ମଙ୍ଗରାଜ ଓ ଅମର ପଟ୍ଟନାୟକଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଥିଲେ। ଯାତ୍ରା କଳାକାରଙ୍କ ଯୋଗଦାନ ଫଳରେ ଦଳୀୟ ସଂଗଠନ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମଙ୍ଗରାଜ କହିଥିଲେ। କଳାକାରମାନେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ବିଜେଡିରେ ଯୋଗ ଦେଲୁ। ଆଗାମୀ ଦିନରେ ବିଜେଡିକୁ ଆହୁରି ମଜବୁତ୍ କରିବା ପାଇଁ ଆମେ କାର୍ଯ୍ୟ ଜାରି ରଖିବୁ। ଯାତ୍ରା କଳାକାର ଚୈତନ୍ୟ ପାଇକ, ରମେଶ ଚନ୍ଦ୍ର ନାୟକ, ଶିବରାମ ପ୍ରଧାନ ଓ ସୁବାସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବେଙ୍ଗାଲୁରୁ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଦସ୍ୟ ତଥା ଏସ୍ସିବି ମେଡିକାଲ କଲେଜ ଛାତ୍ର ସଂସଦର ପୂର୍ବତନ ସଭାପତି ଡାକ୍ତର ପ୍ରତାପ କୁମାର ପାଣି ଆଜି ବିଜେଡିରେ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ମିଶ୍ର ଓ ସାଂସଦ ଶ୍ରୀ ମଙ୍ଗରାଜ ତାଙ୍କୁ ଉପଢ଼ୌକନ ଦେଇ ବିଜେଡିକୁ ସ୍ବାଗତ କରିଥିଲେ। ଡାକ୍ତର ପାଣି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, କଟକ ଏସ୍ସିବି ମେଡିକାଲ କଲେଜ ରୂପାନ୍ତରକୁ ପ୍ରଶଂସା କରିଥିଲେ। ଏହି ମିଶ୍ରଣ ପର୍ବରେ ଓଡ଼ିଆ ସମାଜର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ନିହାର ରଞ୍ଜନ ସାମନ୍ତରାୟ ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ। ବିଜେଡି ମୁଖପାତ୍ର ତମ୍ବୁନାଥ ପଣ୍ଡା ଓ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।
[ad_2]




