ହସ୍ପିଟାଲ ବିଛଣାରୁ ଭିଡିଓ ସେୟାର କରି ସମିତା ମହିଳାଙ୍କୁ ଦେଲେ ଏଭଳି ପରାମର୍ଶ – Kalinga News

[ad_1]
ନୂଆଦିଲ୍ଲୀ: ଅଭିନେତ୍ରୀ ସମିତା ସେଟ୍ଟୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ଏକ ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି। ଏହି ଭିଡିଓରେ ସମିତା ଅସ୍ତ୍ରୋପଚାର ପାଇଁ ଯିବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ସମିତା ଅନେକ ଦିନ ହେବ ଏଣ୍ଡୋମେଟ୍ରିଓସିସ ରୋଗରେ ପୀଡ଼ିତ ଥିଲେ। ଏଣ୍ଡୋମେଟ୍ରିଓସିସ୍ ହେଉଛି ଏଭଳି ଏକ ସ୍ତ୍ରୀରୋଗ ଯାହା ମହିଳାମାନଙ୍କୁ ଜୀବନ ତମାମ ଅସହ୍ୟ ତଳିପେଟ ଯନ୍ତ୍ରଣା ଦେଇଥାଏ। ତେଣୁ ଏହି ଯନ୍ତ୍ରଣାକୁ ମୁକ୍ତି ପାଇବାକୁ ହେଲେ ସମିତାଙ୍କୁ ଡାକ୍ତର ଅସ୍ତ୍ରୋପଚାରର ପରାମର୍ଶ ଦେଇଥିଲେ।
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସମିତା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସମିତା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ହସ୍ପିଟାଲ ବିଛଣାରେ ବସି ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି।
ଏହି ଭିଡିଓରେ ସମିତା କହୁଛନ୍ତି, ‘ଏଣ୍ଡୋମେଟ୍ରିଓସିସ୍ ରୋଗ ୪୦ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ଦେଖାଯାଇଥାଏ। କିନ୍ତୁ ଏବିଷୟରେ ଖୁବ କମ ମହିଳା ଜାଣି ଥାଆନ୍ତି। ତେଣୁ ଏଭଳି ରୋଗ ଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା ଆରମ୍ଭ କରାଇ ଦିଅନ୍ତୁ। ନଚେତ ମା’ ହେବାରେ ଅସୁବିଧା ଦେଖାଦେବ।
ମୁଁ ଏଇ ରୋଗ ବିଷୟରେ ବିଶେଷ କିଛି ଜାଣି ନଥିଲି କିନ୍ତୁ ଯେତେବେଳେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲg ସେ ମୋତେ ଏସବୁ ବିଷୟରେ ବୁଝାଇଥିଲେ। ଏଥିସହିତ ଅସ୍ତ୍ରୋପଚାର କରିଦେଲେ ଏହି ରୋଗ ଯନ୍ତ୍ରଣାରୁ ମୁକ୍ତି ପାଇ ହେବ ବୋଲି ପରାମର୍ଶ ଦେଇଥିଲେ। ଯନ୍ତ୍ରଣାରୁ ମୁକ୍ତି ପାଇଁ ପ୍ରସ୍ତୁତି ଚାଲିଛି । ’
[ad_2]