ଦେଶ- ବିଦେଶ

କେଉଁ କର୍ମ କରିବା ଦ୍ଵାରା ପୁଣି ଥରେ ମିଳିଥାଏ ମଣିଷ ଜନ୍ମ ? ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏହି କଥା

ନମସ୍କାର ବନ୍ଧୁଗଣ, ମଣିଷ ଜନ୍ମକୁ ସଂସାରରେ ଜନ୍ମ ନେଇଥିବା ସମସ୍ତ ପ୍ରାଣୀଙ୍କ ଜନ୍ମ  ଭିତରେ ଶ୍ରେଷ୍ଠ ମନାଯାଏ । କାରଣ ମଣିଷକୁ ସର୍ବ ଶକ୍ତିମାନ ମନାଯାଏ । ସବୁକିଛି କରିବାର କ୍ଷମତା ରଖିଥାଏ ମଣିଷ ତେଣୁ ମଣିଷ ଶ୍ରେଷ୍ଠ ଏବଂ ସମସ୍ତେ ମୃତ୍ୟୁ ପରେ ପୁଣି ଥରେ ମଣିଷ ଜନ୍ମ ନେବାର ଆଶା ହିଁ ରଖିଥାନ୍ତି । ତେବେ ଆପଣ କେଉଁ କର୍ମ କରିବା ଦ୍ଵାରା ପୁଣି ଥରେ ମଣିଷ ଜନ୍ମ ପାଇପାରିବେ ତାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ।

ଯେଉଁ ମଣିଷ ନିଜ ଜୀବନରେ ଭଲ କର୍ମ କରିଥାନ୍ତି କେବଳ ସେହିମାନଙ୍କୁ ହିଁ ମଣିଷ ଜନ୍ମ ମିଳିଥାଏ । କର୍ମ ତିନି ପ୍ରକାରର ହୋଇଥାଏ । ସଞ୍ଚିତ, ପ୍ରାରବ୍ଧ ଏବଂ ପ୍ରିୟମାଣ କର୍ମ । ପୂର୍ବ କର୍ମର ଢେରକୁ ସଞ୍ଚିତ କର୍ମ କୁହାଯାଏ । ଏହି ସଞ୍ଚିତ କର୍ମ ଆଧାରରେ ଆପଣଙ୍କୁ ଯେଉଁ ଶରୀର ମିଳିଥାଏ ତାହା ହୋଇଥାଏ ପ୍ରାରବ୍ଦ କର୍ମ । ଏବଂ ବର୍ତ୍ତମାନ ଆପଣ ଯେଉଁ କର୍ମ କରୁଛନ୍ତି ତାହା ହେଉଛି ପ୍ରିୟମାଣ କର୍ମ ।

ଆପଣଙ୍କ ପୂର୍ବ ଜନ୍ମର ଅଳ୍ପ କିଛି କର୍ମର ସଂଚାରରେ ଆପଣଙ୍କୁ ଏହି ମଣିଷ ଶରୀର ମିଳିଛି । ସଞ୍ଚିତ ଏବଂ ପ୍ରାରବ୍ଧ କର୍ମ ଆଧାରରେ ଆର ଜନ୍ମ ନିର୍ଧାରିତ ହୋଇଥାଏ । ତେଣୁ ଏହି ଜନ୍ମରେ ଆପଣଙ୍କୁ ଭଗବାନ ଚରଣ ପାଖାକୁ ଯିବା ଉଚିତ । କେବେ ବି ଅନ୍ୟ ଜଣଙ୍କୁ ନିଜ ତରଫରୁ କୌଣସି ବି କଷ୍ଟ ଦେବା ଉଚିତ ନୁହେଁ ।

ମାତା ପିତା, ଗୁରୁ ଆଚାର୍ଯ୍ୟ ଏବଂ ଜ୍ଞାନୀ ପଣ୍ଡିତଙ୍କର କେବେ ମଧ୍ୟ ଅପମାନ କରିବା ଉଚିତ ନୁହେଁ । କେବେ ମଧ୍ୟ ତାଙ୍କ ପାଇଁ ଖରାପ ବିଚାର ମନରେ ଆଣିବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ଏହା କରିଥାଏ ତାଙ୍କୁ ମହାପାପ ଲାଗିଥାଏ । ଏଭଳି ଲୋକଙ୍କୁ ନର୍କରେ କଷ୍ଟ ଭୋଗ କରିବାକୁ ପଡିଥାଏ ।

ଯେଉଁ ମଣିଷ ସବୁବେଳେ ଅନ୍ୟର ଭଲ ଭାବିଥାଏ ଏବଂ ପଶୁ ପକ୍ଷୀଙ୍କ ଧ୍ୟାନ ରଖିଥାଏ ତାଙ୍କୁ ଭଲ ପାଇଥାଏ ତଥା ସାହାର୍ଯ୍ୟ ଦରକାର ଥିବା ଲୋକଙ୍କୁ ସାହାର୍ଯ୍ୟ କରିଥାନ୍ତି ଏବଂ ବିନା କିଛି ଭାବନାରେ ସଞ୍ଚିତ କରିଥିବା ଧନର ଉପଯୋଗ ଧାର୍ମିକ କାମରେ କରିଥାନ୍ତି ତେବେ ଏହିସବୁ କର୍ମ କରୁଥିବା ମଣିଷର ଜନ୍ମ ଆର ଜନ୍ମରେ ପୁଣି ମଣିଷ ରୂପରେ ହେବା ନିଶ୍ଚୟ ହୋଇଥାଏ ।

ଯେଉଁ ବ୍ୟକ୍ତି ମୃତ୍ୟୁ ସମୟରେ ଯେଉଁ କଥା ମନରେ ଭାବି ଶେଷ ନିଶ୍ଵାସ ତ୍ୟାଗ କରିଥାଏ ତାଙ୍କୁ ଆର ଜନ୍ମରେ ତାଙ୍କର ସେହି ଭାବନା ଆନୁଯାୟୀ ହିଁ ତାଙ୍କୁ ଜନ୍ମ ମିଳିଥାଏ । ଯେମିତିକି ଯଦି କେହି ସ୍ତ୍ରୀ କଥା ମନରେ ଭାବି ପ୍ରାଣ ତ୍ୟାଗ କରିଥାଏ ତେବେ ତାଙ୍କ ଆର ଜନ୍ମ ସ୍ତ୍ରୀ ରୂପରେ ହିଁ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button