ରାଜନୀତି

‘ଖୁବ୍‌ଶୀଘ୍ର ବିବାହ କରିବାକୁ ପଡ଼ିବ’ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଏବରେଲି ଲୋକସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ତାଙ୍କ ବିବାହକୁ ନେଇ ଏକ ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତରରେ ୫୩ ବର୍ଷୀୟ ରାହୁଲ କହିଥିଲେ, ‘ଏବେ ମତେ ଖୁବ୍‌ଶୀଘ୍ର ବିବାହ କରିବାକୁ ପଡ଼ିବ’। କିନ୍ତୁ ଗତବର୍ଷ ଜୟପୁରର ମହାରାଣୀ କଲେଜରେ ଜଣେ ଛାତ୍ରୀ ରାହୁଲଙ୍କୁ ପଚାରିଥିଲେ‌ ସେ ସ୍ମାର୍ଟ ଏବଂ ଦେଖିବାକୁ ଖୁବ୍‌ ଭଲ ହୋଇଥିଲେ ମଧ୍ୟ ବିବାହ କାହିଁକି କରୁନାହାନ୍ତି।

ଏହାର ଉତ୍ତରରେ ରାହୁଲ କହିଥିଲେ ସେ ତାଙ୍କ କାମ ଏବଂ ତାଙ୍କ ଦଳ ପ୍ରତି ସମ୍ପୂର୍ଣ୍ଣ ଭାବେ ସମର୍ପିତ। ତାଙ୍କ ଜୀବନରେ ବିବାହର କୌଣସି ସ୍ଥାନ ନାହିଁ ବୋଲି ସେ କହିଥିଲେ। କିନ୍ତୁ ଏବେ ରାହୁଲ ତାଙ୍କ ବିବାହକୁ ନେଇ ନୂଆ କଥା କହିଛନ୍ତି। ଏହାକୁ ନେଇ ଚର୍ଚ୍ଚା ‌ହୋଇଛି। ଉଲ୍ଲେଖଯୋଗ୍ୟ ଯେ ରାହୁଲ ନିର୍ବାଚନ ଲଢ଼ୁଥିବା ରାଏବରେଲି ଆସନରେ ଆସନ୍ତା ମେ’ ୨୦ ତାରିଖ ପଞ୍ଚମ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ୨୦୧୯ ଲୋକସଭା ନିର୍ବାଚନରେ ସୋନିଆ ଗାନ୍ଧୀ ଉକ୍ତ ଆସନରେ ନିର୍ବାଚନ ଜିତିଥିଲେ। କିନ୍ତୁ ସେ ରାଜ୍ୟସଭାକୁ ଯିବାପରେ ରାହୁଲ ଏଠାରୁ ପ୍ରାର୍ଥୀ ହୋଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button