କଂଗ୍ରେସରୁ ଲଢ଼ିବେନି ରଶ୍ମି ମହାପାତ୍ର: ବିଜେପିରେ ମିଶିବା ନେଇ ଚର୍ଚ୍ଚା – Kalinga News

[ad_1]
ଭୁବନେଶ୍ବର: ଏଥର କଂଗ୍ରେସରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏକାମ୍ର କଂଗ୍ରେସ ନେତ୍ରୀ ତଥା ୨୦୧୯ ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ରଶ୍ମି ମହାପାତ୍ର। ଦଳୀୟ ଟିକେଟ୍ ପାଇଁ ନେତାଙ୍କ ଲବି ଚାଲିଥିବା ବେଳେ ଶ୍ରୀମତୀ ମହାପାତ୍ରଙ୍କ ଏଭଳି ନିଷ୍ପତ୍ତି ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ରୀମତୀ ମହାପାତ୍ର କହିଛନ୍ତି, ‘‘ବିଗତ ଦିନରେ କଂଗ୍ରେସ ଦଳ ପାଇଁ ନିଷ୍ଠାର ସହିତ କାମ କରିଛି। ଭୁବନେଶ୍ୱରରେ ସଚ୍ଚୋଟତାର ସହ ସଂଗଠନ କରିଛି। କିନ୍ତୁ ଦଳର ଶୀର୍ଷ ନେତୃତ୍ୱ ଓଡିଶା ପ୍ରତି ଗୁରୁତ୍ୱ ଦେଉନାହାନ୍ତି। ମୁଁ ଯେଉଁଭଳି ଦଳ ପାଇଁ ପ୍ରଚାର କରୁଥିଲି ଓ ଦଳକୁ ସଜାଡ଼ିବାକୁ ଚାହୁଥିଲି, ସେଭଳି ହୋଇପାରୁ ନାହିଁ। ତେଣୁ ମୋ ସହିତ ଜଡ଼ିତ ଶୁଭେଛୁମାନଙ୍କ ପରାମର୍ଶ ଅନୁଯାୟୀ ମୁଁ କଂଗ୍ରେସରୁ ନିର୍ବାଚନ ଲଢ଼ିବି ନାହିଁ।’’

Sambad is now on WhatsApp
Join and get latest news updates delivered to you via WhatsApp
ସେ କଂଗ୍ରେସ ଦଳ ଭିତର କଥାକୁ ବି ପଦାକୁ ଆଣିଛନ୍ତି। ସେ କହିଛନ୍ତି, ‘‘ଓଡ଼ିଶାର ଅସ୍ମିତା ସହ କଂଗ୍ରେସର ଶୀର୍ଷ ନେତୃତ୍ବ ଯୋଡ଼ି ହୋଇ ପାରୁନାହାନ୍ତି। ଯୁବ, ଛାତ୍ର ଓ ମହିଳା କାହାର କାହା ସହିତ ସଂଯୋଗ ନାହିଁ। ନିର୍ବାଚନ ଲଢ଼ିଥା’ନ୍ତି ଜିତିବା ପାଇଁ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଯେଉଁ ବାତାବରଣ ଅଛି ସେଥିରେ କଂଗ୍ରେସରୁ କାହିଁକି ନିର୍ବାଚନ ଲଢ଼ିବି?’’ ଶ୍ରୀମତୀ ମହାପାତ୍ର ତାଙ୍କ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ କହି ନଥିଲେ ମଧ୍ୟ ସେ ବିଜେପିରେ ମିଶିବେ ବୋଲି ନିକଟତମ ମହଲରୁ ସୂଚନା ମିଳିଛି। କଂଗ୍ରେସ ଟିକେଟ୍ ଦୌଡ଼ରେ ଶ୍ରୀମତୀ ମହାପାତ୍ରଙ୍କ ସମେତ କଂଗ୍ରେସ ନେତା ପ୍ରଶାନ୍ତ କୁମାର ଚମ୍ପତ୍ତିଙ୍କ ନାଁ ଚର୍ଚ୍ଚାରେ ରହିଥିଲା। ଏବେ ଶ୍ରୀମତୀ ମହାପାତ୍ର ନିଜଆଡ଼ୁ ଓହରି ଯିବାପରେ ଦଳ ଶ୍ରୀ ଚମ୍ପତ୍ତିଙ୍କୁ ପ୍ରାର୍ଥୀ କରିବ ନା ଅନ୍ୟ କାହା ଉପରେ ଭରସା କରିବ, ତାହା ଉପରେ ରାଜନୈତିକ ମହଲର ନଜର ରହିଛି।
[ad_2]