ରାଜନୀତି

କଟକ ରାଜନୀତିରେ ଚର୍ଚ୍ଚା: ବିରାଟ ଶୋଭାଯାତ୍ରାରେ ଆସିଲେ ପ୍ରତାପ-ଅଙ୍କିତ – Kalinga News

[ad_1]

ପ୍ରାର୍ଥିପତ୍ର ଦାଖଲ ନ କରି ଫେରିଗଲେ

କଟକ: କଟକ ରାଜନୀତିରେ ଆଜି ପୁଣି ଏକ ବଡ଼ ଧରଣର ହଟଚମଟ ଦେଖିବାକୁ ମିଳିଛି। ଏକ ବିରାଟ ଶୋଭାଯାତ୍ରାରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ଆସିଥିବା ମାହାଙ୍ଗାର ବିଜେଡି ପ୍ରାର୍ଥୀ ଅଙ୍କିତ ‌ପ୍ରତାପ ଜେନା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ଭିତରକୁ ଯାଇ ଅନେକ ସମୟ ବସିବା ପରେ ପ୍ରାର୍ଥିପତ୍ର ଦାଖଲ ନ କରି ଫେରି ଯାଇଛନ୍ତି। ମାହାଙ୍ଗାରୁ ପୂଜାର୍ଚ୍ଚନା କରିବା ପରେ ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଅଙ୍କିତ ଓ ତାଙ୍କ ବାପା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଶୋଭାଯାତ୍ରାରେ ଆସିଥିଲେ। ପ୍ରତାପ, ଅଙ୍କିତ ରିଟର୍ଣ୍ଣଂ ଅଫିସରଙ୍କ ରୁମ୍‌କୁ ଯାଇଥିଲେ ବି ପ୍ରାର୍ଥିପତ୍ର ଦାଖଲ ନକରି ଫେରି ଯାଇଥିଲେ। କିନ୍ତୁ ଏଭଳି ଘଟଣା ସଂପର୍କରେ ସେମାନେ କୌଣସି କାରଣ ଦର୍ଶାଇ ନାହାନ୍ତି। ଏହି ଘଟଣା ପଛର ରହସ୍ୟକୁ ନେଇ ବିଭିନ୍ନ ମହଲରେ ଆଶଙ୍କା ଆକଳନ ଆରମ୍ଭ ହୋଇଯାଇଛି। ଅଙ୍କିତ ପୁଣି ଆସନ୍ତାକାଲି ଆସି ପ୍ରାର୍ଥିପତ୍ର ଦାଖଲ କରିବେ ନା ତାଙ୍କ ସ୍ଥାନରେ ତାଙ୍କ ବାପା ପ୍ରତାପ ଜେନା ପ୍ରାର୍ଥିପତ୍ର ଦାଖଲ କରିବେ କି ବିଜେଡି ଅନ୍ୟ କୌଣସି ଜଣେ ନୂଆ ପ୍ରାର୍ଥୀଙ୍କୁ ଉତାରିବ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିବାରୁ ସବୁକିଛି ଆସନ୍ତାକାଲି ହିଁ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ବିଜେଡି ଯଦି ବାପା-ପୁଅଙ୍କ ମଧ୍ୟରୁ କାହାକୁ ବି ସୁଯୋଗ ନ ଦିଏ, ସେ କ୍ଷେତ୍ରରେ ପ୍ରତାପ ସ୍ବାଧୀନ ଭାବେ ନିର୍ବାଚନ ଲଢିବେ କି ନାହିଁ, ଏସବୁ ସମ୍ଭାବନା ବି ଏବେ ଗୁରୁତ୍ବପୂର୍ଣ୍ଣ ହୋଇଛି। ମାହାଙ୍ଗାରେ ଜୁନ୍ ୧ ତାରିଖରେ ଭୋଟ୍ ‌ଗ୍ରହଣ ହେବାକୁ ଥିବା ବେଳେ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି।

ରାସ୍ତା ଉପରେ ଜଳିଗଲା ଶୋଭାଯାତ୍ରାକୁ ଆସିଥିବା ଗାଡ଼ି

ଆଜି ସାଲେପୁର, ମାହାଙ୍ଗା ଓ ନିଆଳି ନିର୍ବାଚନମଣ୍ଡଳୀର ୮ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ୨ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେପି ପକ୍ଷରୁ ଛବି ମଲ୍ଲିକ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ସମୃଦ୍ଧ ଓଡିଶା ପକ୍ଷରୁ ଅରୂପ କୁମାର ମଲ୍ଲିକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ସାଲେପୁର ଆସନରୁ ମଧ୍ୟ କଂଗ୍ରେସ ପକ୍ଷରୁ ଇଂ ଆକିବ ଖାନ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଅରୁଣ କୁମାର ଭୂୟାଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆମ ଆଦମି ପାର୍ଟି ପକ୍ଷରୁ ସାରଦା ପ୍ରସାଦ ଦାସ, ବହୁଜନ ସମାଜ ପାର୍ଟି ପକ୍ଷରୁ ଗୁଲାମ ଜିଲ୍ଲାନି ଖାନ, ଉତ୍କଳ ସମାଜ ପକ୍ଷରୁ ଚିତ୍ତ ରଞ୍ଜନ ରାଉତ ଓ ସ୍ୱାଧିନ ପ୍ରାର୍ଥୀ ଭାବେ ଶ୍ରୀରାମ ପାଣ୍ଡେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଆଜି ପ୍ରାର୍ଥିପତ୍ର ଦାଖଲ ଶୋଭାଯାତ୍ରାରେ ଆସିଥିବା ଏକ ଗାଡ଼ି ରିଂ ବନ୍ଧ ହାଇକୋର୍ଟ ଗଡ଼ାରେ ଛିଡା ହୋଇଥିବା ବେଳେ ହଠାତ ନିଆଁ ଲାଗି ଜଳି ଯାଇଥିଲା। ଗାଡି ଭିତରେ ଅବଶ୍ୟ କେହି ନଥିଲେ। ଏହାକୁ ନେଇ ସେଠାରେ ଆତଙ୍କ ଖେଳିବା ସହିତ ରାସ୍ତା ଦୀର୍ଘ ସମୟ ଧରି ଜାମ୍ ହୋଇ ରହିଥିଲା। ଅଗ୍ନିଶମ ବିଭାଗର ଗାଡ଼ି ଆସି ନିଆଁ ଲିଭାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button