ବାପା…ଏବେ ତୁମେ ଚାଲିଯାଅ; ମନୋଜ ଏଭଳି କହିବାର କିଛି ଘଣ୍ଟା ପରେ ହୋଇଥିଲା ବାପାଙ୍କ ଦେହାନ୍ତ – Kalinga News

[ad_1]
ମୁମ୍ବାଇ: ମନୋଜ ବାଜପେୟୀ ବଲିଉଡର ଅନ୍ୟତମ ପ୍ରତିଭାବାନ ଅଭିନେତା। ଜାତୀୟ ପୁରସ୍କାର ଜିତିବା ପୂର୍ବରୁ ସେ ଅନେକ ଛୋଟ ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ ତାଙ୍କର କଠିନ ପରିଶ୍ରମ ଆଧାରରେ ସେ ଆଜି ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଜି ମନୋଜ ବଲିଉଡରୁ ଓଟିଟି ପର୍ଯ୍ୟନ୍ତ ସବୁଠି ରାଜ୍ କରୁଛନ୍ତି। ତାଙ୍କର ନିଖୁଣ ଅଭିନୟ ତାଙ୍କୁ ସମସ୍ତଙ୍କଠାରୁ ଅଲଗା ପରିଚୟ ଦେଇଛି। ସବୁବେଳେ ନିଜ ଅଭିନୟ ପାଇଁ ଚର୍ଚ୍ଚାକୁ ଆସୁଥିବା ଅଭିନେତା ଏବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ସହ ତାଙ୍କ ବାପାଙ୍କର ଶେଷ ସମୟ କିଭଳି ଥିଲା, ତାହା ଜଣାଇଛନ୍ତି ମନୋଜ।

Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି ଯେ, “ମୁଁ ମୋ ବାପାଙ୍କୁ ବହୁତ ଭଲପାଏ ଓ ତାଙ୍କର ଅତି ନିକଟତର ଥିଲି। ‘କିଲର ସୁପ’ର ସୁଟିଂ ସମୟରେ ତାଙ୍କର ଦେହ ଅତ୍ୟନ୍ତ ଖରାପ ହୋଇଯାଇଥିଲା। କେରଳରେ ସୁଟିଂ କରୁଥିବାରୁ ମୁଁ ଭେଟିବାକୁ ଆସିପାରୁନଥିଲି। ସେ ମୋତେ ଫୋନ କଲେ ମୁଁ ଶୀଘ୍ର ସୁଟିଂ ସାରି ଦେଖା କରିବି ବୋଲି କହୁଥିଲି। ଦିନେ ମୋ ଭଉଣୀ ମୋତେ ଫୋନ କରି କହିଥିଲେ ବାପାଙ୍କ ଶେଷ ସମୟ ଆସିଗଲାଣି। ହେଲେ ଡାକ୍ତର କହୁଛନ୍ତି ଯେ, ବାପା ଏବେ ଯିବାକୁ ଚାହୁନାହାନ୍ତି। ତାଙ୍କୁ ଶରୀର ତ୍ୟାଗ କରିବା ପାଇଁ ଅନୁରୋଧ କରିବାକୁ ହେବ। ଏହା ଶୁଣି ମୁଁ ଫୋନରେ ତାଙ୍କ ସହ କଥା ହୋଇଥିଲି। ସେ କଥା କହିପାରୁନଥିଲେ ବି ମୋ କଥା ଶୁଣିଥିଲି। ମୁଁ କହିଥିଲି ବାପା…ଏବେ ତୁମେ ଚାଲିଯାଅ। ଏହା କହି ମୁଁ କାନ୍ଦି ପକାଇଥିଲି। ଏହାର କିଛି ଘଣ୍ଟା ପରେ ମୋ ବାପାଙ୍କର ଦେହାନ୍ତ ହୋଇଥିଲା। ବାପାଙ୍କ ଯିବାର ୬ମାସ ପରେ ମୁଁ ମୋ ମା’ଙ୍କୁ ହରାଇଥିଲି। ଏହି ୨ଟି ଦିନ ମୁଁ କେବେ ବି ଭୁଲି ପାରିବି ନାହିଁ।”
[ad_2]