ରାଜସ୍ତାନର ୮ଟି ସ୍କୁଲ୍କୁ ବୋମା ଧମକ, ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଗଲା – Kalinga News

[ad_1]
ଜୟପୁର: ରାଜସ୍ଥାନର ଜୟପୁର ବିମାନବନ୍ଦର ଏବଂ ଡାକ୍ତରଖାନା ଉପରେ ବୋମା ପକାଇବା ଧମକ ମିଳିବାର ଗୋଟିଏ ଦିନ ପରେ ପୁଣି ଥରେ ଏହି ସହରକୁ ବୋମା ଧମକ ମଳିଛି। ଅତି କମରେ ପିଙ୍କ୍ ସିଟିର ୮ଟି ସ୍କୁଲକୁ ସୋମବାର ବୋମା ଧମକ ମିଳିଛି ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି।
ଧମକ ମିଳିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ପୁଲିସକୁ ସୂଚନା ଦେଇ ଛାତ୍ର ଓ କର୍ମଚାରୀଙ୍କୁ ସ୍କୁଲ୍ରୁ ବାହାରକୁ ସ୍ଥାନାନ୍ତର କରିଛନ୍ତି। ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବୋମା ନିଷ୍କ୍ରିୟ କାର୍ଯ୍ୟରେ ଲାଗିପଡ଼ିଛି। ଘଟଣାସ୍ଥଳରେ ପୁଲିସ୍ ଏବ ବୋମା ନିଷ୍କ୍ରିୟକାରୀ ଟିମ୍ ସହ କୁକୁରକୁ ନେଇ ପହଞ୍ଚିଛି।
ପୂର୍ବ ଜୟପୁରର ଡିସିପି କଭେନ୍ଦ୍ର ସାଗର ନ୍ୟୁଜ୍ ଏଜେନ୍ସି ଏଏନ୍ଆଇକୁ କହିଛନ୍ତି, ମହେଶ୍ୱରୀ ବିଦ୍ୟାଳୟ (ଏମପିଏସ୍ ଅନ୍ତର୍ଜାତୀୟ ସ୍କୁଲ) ସମେତ ସହରର ଅନ୍ୟ କିଛି ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇମେଲ ପଠାଯାଇଛି। ବର୍ତ୍ତମାନ ବୋମା ନିଷ୍କ୍ରିୟକାରୀ ଟିମ୍ ସ୍କୁଲରେ ପହଞ୍ଚି ଖୋଜାଖୋଜି କରୁଛି।
ଇମେଲ ମାଧ୍ୟମରେ ଏହି ଧମକ ଦିଆଯାଇଥିଲା ଏବଂ ପ୍ରେରକଙ୍କୁ ଚିହ୍ନଟ କରିବାକୁ ଏକ ଟିମ୍ ଚେଷ୍ଟା କରୁଛି ବୋଲି ପୁଲିସ କହିଛି। ତେବେ ଖୋଜାଖେଜାଜି କରିବାର ଘଣ୍ଟାକ ପରେ ବି ସ୍କୁଲ୍ଗୁଡ଼ିକ ଭିତରୁ ସେପରି କୌଣସି ସନ୍ଦେହଜନକ ସାମଗ୍ରୀ ମିଳିପାରିନାହିଁ।
[ad_2]