ସ୍ତ୍ରୀ ଘରଛାଡ଼ି ପଳାଇ ଯିବାରୁ ୧୧ ବର୍ଷିୟ ଶାଳକକୁ ଅପହରଣ କଲା ସ୍ବାମୀ – Kalinga News

[ad_1]
ନୂଆଦିଲ୍ଲୀ: ଛାଡ଼ି ପଳାଇଥିବା ସ୍ତ୍ରୀକୁ ଘରକୁ ଫେରିବା ଲାଗି ବାଧ୍ୟ କରିବା ପାଇଁ ୧୧ ବର୍ଷିୟ ଶାଳକକୁ ଅପହରଣ କରିଥିବା ଉତ୍ତରପୂର୍ବ ଦିଲ୍ଲୀର ଜଣେ ୨୪ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସନ୍ଦିଗ୍ଧ ଅପହରଣକାରୀଙ୍କ ନାମ ସମୀର ଓ ସେ ଖଜୁରି ଖାସ୍ର ବାସିନ୍ଦା। ଝଗଡ଼ା କରିବାରୁ ଛୁଆଝିଅକୁ ନେଇ ତାଙ୍କ ସ୍ତ୍ରୀ ଘର ଛାଡ଼ି ବାପଘରକୁ ଚାଲିଯାଇଥିଲେ। ଅପହୃତ ବାଳକକୁ ଆଗରୁ ଉଦ୍ଧାର କରାଯାଇଥିଲା।
ଡିସିପି ରୋହିତ ମୀନା କହିଛନ୍ତି, ଏଥିରେ କ୍ରୋଧାନ୍ବିତ ହୋଇ ମସୀର ଫେବ୍ରୁଆରି ୨୨ ତାରିଖ ଦିନ ୧୧ ବର୍ଷିୟ ଶଳାକୁ ଅପହରଣ କରି ଆଣିଥିଲେ। ସ୍ତ୍ରୀ ଯଦି ଘରକୁ ନ ଫେରେ ଶଳାକୁ ହତ୍ୟା କରାଯିବ ବୋଲି ଭିଡିଓ କଲ୍ କରି ଶଶୁରଘର ଲୋକଙ୍କୁ ଧମକାଇ ଥିଲେ। ତେଣୁ, ଶଶୁରଘର ଲୋକେ ପୁଲିସରେ ଅଭିଯୋଗ କଲେ ଓ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହେଲା।
ସମୀର ନିଜ ମୋବାଇଲ୍ ଫୋନ୍ ବନ୍ଦକରି ଦେଇ ବାଟୋଇମାନଙ୍କ ଫୋନ୍ରେ ଭିଡିଓ କଲ୍ କରି ଧମକ ଦେଉଥିଲେ। ସ୍ଥାନୀୟ ଗୁଇନ୍ଦା ଓ ଟେକ୍ନିକାଲ୍ ସର୍ଭିଲାନ୍ସ୍ଙ୍କ ସହାୟତାରେ ଆମ ଟିମ୍ କୋଟଲା ମୁବାରକପୁରରେ ତାଙ୍କର ସଠିକ ଅବସ୍ଥିତି ଜାଣିବାରେ ସମର୍ଥ ହେଲା ବୋଲି ଡିସିପି ମୀନା କହିଛନ୍ତି।
ଚଢ଼ଉ ବେଳେ ଫେବ୍ରୁଆରି ୨୪ ତାରିଖ ଦିନ ଅପହୃତ ବାଳକଟିକୁ ଉଦ୍ଧାର କରାଯାଇଥିଲା। କିନ୍ତୁ, ସେହି ସମୟରେ ସୀମର କୌଶଳକ୍ରମେ ସମୀର ଘଟଣାସ୍ଥଳରୁ ଖସି ପଳାଇଥିଲେ। ବ୍ୟାପକ ତଲାସ କରିବା ପରେ ପୁଲିସ ସନ୍ଦିଗ୍ଧଙ୍କୁ ଖଜୁରି ଖାସ୍ ରେଳଷ୍ଟେସନ୍ରୁ ଗିରଫ କରିଛି।
[ad_2]




