ଆପଣଙ୍କ ନଖ ରେ ମଧ୍ୟ ଏମିତିକା ରଙ୍ଗ ଦେଖା ଯାଉଛି କି? ନିଜ ନଖ ଦେଖି ଜାଣନ୍ତୁ କେଉଁ ବୀମାରୀ ମାଡି ଆସୁଛି

ଏଇ ଯେମିତି, ଗୋଡ଼ ଫୁଲିବା ଦ୍ୱାରା ଆମେ କିଡନି୍ ରୋଗ ଜନିତ ସମସ୍ୟା ବୋଲି ଜାଣିପାରୁ ,ସେହିପରି ନଖରୁ ମଧ୍ୟ ଆମେ ରୋଗ ବିଷୟରେ ଜାଣିପାରିବା । ସ୍ୱାସ୍ଥ୍ୟର ସଙ୍କେତ ହେଉଛି ସୁସ୍ଥ ନଖ । ନଖ ଆମ ଶରୀରର ଗୋଟିଏ ମହତ୍ୱପୂର୍ଣ୍ଣ ଅଂଶ । କୁହାଯାଏଯେ, ନଖ ସୁସ୍ଥ ରହିବା ଦ୍ୱାରା ଆମ ଶରୀର ମଧ୍ୟ ସୁସ୍ଥ ଏବଂ ଆରୋଗ୍ୟ ରହିଥାଏ । ବିଶେଷଜ୍ଞଙ୍କ ମତରେ ବ୍ୟକ୍ତିର ନଖକୁ ଦେଖି ଲିଭର୍, ହାର୍ଟ ଏବଂ ପଞ୍ଜରା ଜନିତ ରୋଗର ଚିହ୍ନଟ କରାଯାଇପାରିବ।
ନଖରୁ ଜାଣନ୍ତୁ ଆପଣଙ୍କ ଲିଭର ଠିକ୍ ଅଛି କି ନାହିଁ ?
ଲିଭର କ୍ଷତି ଶରୀର ପାଇଁ ଏକ ଗୁରୁତର ଅବସ୍ଥା ସୃଷ୍ଟି କରେ। ଶରୀରର ପ୍ରାୟ ପ୍ରତ୍ୟେକ ଅଙ୍ଗ ଏହା ଦ୍ୱାରା ପ୍ରଭାବିତ ହୋଇଥାଏ । ଏହାର କାରଣ ହେଉଛି କେବଳ ଲିଭର ବା ଯକୃତ ସାହାଯ୍ୟରେ ଶରୀରରୁ ବିଷାକ୍ତ ପଦାର୍ଥ ନିର୍ଗତ ହୁଏ । ଏହା ବ୍ୟତୀତ ହଜମ, ଭଲ କୋଲେଷ୍ଟ୍ରଲ ଏବଂ ଲାଲ ରକ୍ତ କଣିକା ଉତ୍ପାଦନରେ ଏହି ଅଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ରଙ୍ଗରେ ପରିବର୍ତ୍ତନ
ଯକୃତ ଜନିତ ସମସ୍ୟା ହେତୁ ନଖର ରଙ୍ଗ ପରିବର୍ତ୍ତନ ହେବାକୁ ଲାଗେ । ଏହା ରଙ୍ଗହୀନ ହୋଇଯାଏ ଏବଂ ହାଲୁକା ହଳଦିଆ ହେବାକୁ ଲାଗେ । ନଖର ରଙ୍ଗ ଅତ୍ୟଧିକ ଧଳା ଦେଖାଯାଉଥାଏ,ତେବେ ଏହା ଲିଭର୍ ଜନିତ ସମସ୍ୟାର ସଙ୍କେତ ଦେଇଥାଏ।
ଗାଢ ରେଖା ଦେଖାଯାଏ
ସୁସ୍ଥ ନଖ ଉପରେ କୌଣସି ଗାଢ ରେଖା ନଥାଏ। କିନ୍ତୁ ଯେତେବେଳେ ଯକୃତର ତ୍ରୁଟି ଦେଖାଯାଏ,ନାଲି-ବାଦାମୀ କିମ୍ବା ହଳଦିଆ ତୀକ୍ଷ୍ଣ ମୋଟା ରେଖା ନଖରେ ଦେଖାଯିବା ଆରମ୍ଭ କରେ।




