ସ୍ୱାସ୍ଥ୍ୟ

କିଡନୀ ଷ୍ଟୋନ ଭଲ କରିବାର ୬ଟି ଘରୋଇ ଉପାୟ, ଆଜି ହିଁ ଜାଣି ନିଅନ୍ତୁ

ବନ୍ଧୁଗଣ ଆଜିକାଲି କିଡନୀ ଷ୍ଟୋନ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ପ୍ରତି ହଜାରେ ବ୍ୟକ୍ତିଙ୍କ ମଧ୍ୟରେ ୫୦ ଜଣଙ୍କ ଥରେ କିଡନୀ ସମସ୍ୟା ଷ୍ଟୋନ ଦେଖା ଯାଉଛି। କିଡନୀ ଷ୍ଟୋନର ସମସ୍ୟା ଦେଖା ଦେଲେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସାରେ ରହିବା ଉଚିତ। ଯଦି କିଡନୀ ଷ୍ଟୋନର ପ୍ରାଥମିକ ଲକ୍ଷଣ ଦେଖାଯାଉଥାଏ କିମ୍ବା ଆପଣ କିଡନୀ ଷ୍ଟୋନର ଶିକାର ହେବାକୁ ଚାହୁଁ ନଥାନ୍ତି ତାହେଲେ କିଛି ଉପଚାର ଆପଣ ନିଜେ ଆପଣେଇ ପାରିବେ।

ଷ୍ଟୋନ ହେବାର ପ୍ରାଥମିକ ଲକ୍ଷଣ ଦେଖାଗଲେ ଆପଣ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୃ। ଏହାଦ୍ବାରା ଷ୍ଟୋନ ପରିଶ୍ରାନଳୀ ଦେଇ ବାହାରକୁ ବାହାରି ଯିବ। ଷ୍ଟୋନ ଦୂର କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ। ଏହାଦ୍ଵାରା ପୁନଶ୍ଚ ଷ୍ଟୋନ ହେବ ନାହିଁ।

କୋଳଥ ଡାଲି ଷ୍ଟୋନ ଦୂର କରିବାରେ ସାହାଯ୍ୟ କରିଥାଏ। ରାତିରେ କୋଳଥକୁ ଭଲଭାବରେ ଧୋଇ ଅଧା ପେଶୀ ଦିଅନ୍ତୁ। ଏହାକୁ ଉଷୁମ ପାଣିରେ ରାତି ସାରା ଭିଜେଇ ରଖନ୍ତୁ। ସକାଳୁ ଏହାକୁ ଖାଲି ପେଟରେ ପିଅନ୍ତୃ। ନଚେତ ଭିଜା ହୋଇଥିବା କୋଳଥକୁ ଏକ ଚାମୋଚ ଚୋବେଇ ଖାଆନ୍ତୁ। ଏହିପରି ୨୦ ରୁ ୨୫ ଦିନ କରନ୍ତୁ। ଦେଖିବେ ଧୀରେ ଧୀରେ ଷ୍ଟୋନ ପରିସ୍ରା ନଳୀ ଦେଇ ବାହାରି ଯିବ। କୋଳଥ ପାଣିକୁ ଦିନରେ ଚାରି ଥର ପିଇଲେ ଷ୍ଟୋନ ଶୀଘ୍ର ଭଲ ହୋଇଯିବ।

ଦୁଇଟି ପିଆଜକୁ କାଟି ପାଣିରେ ଫୁଟାନ୍ତୁ। ଥଣ୍ଡା ହେଲା ପରେ ଏହାକୁ ଦିନରେ ତିନିଥର ସେବନ କରନ୍ତୁ। ଏହାଦ୍ବାରା କିଡନୀ ଷ୍ଟୋନ ପରିସ୍ରା ଦେଇ ବାହାରକୁ ବାହାରି ଯାଇଥାଏ।

୨୦୦ ଗ୍ରାମ ଯଅକୁ ୩ ଲିଟର ପାଣିରେ ପକାଇ ରାତିସାରା ଭିଜେଇ ରଖନ୍ତୁ। ସକାଳୁ ଏହାକୁ ଛାଣି ଖାଲି ପେଟରେ ସେବନ କରନ୍ତୁ। ସକାଳେ ଖାଲି ପେଟରେ, ଦ୍ୱିପ୍ରହର ସମୟରେ ଏହାକୁ ଭୋଜନର ୧୫ ରୁ ୨୦ ମିନିଟ ପୂର୍ବରୁ, ରାତିରେ ଶୋଇବାର ୧୦ ମିନିଟ ପୂର୍ବରୁ ଯଅ ପାଣି ପିଅନ୍ତୁ। ଏହାଦ୍ବାରା କିଡନୀ ଷ୍ଟୋନ ଦୂର ହୋଇଯିବ।

Google
ପଇଡ଼ ପାଣି,ଗାଜର, କଲରା ରସ, ଅଙ୍ଗୁର, କଦଳୀ, ଲେମ୍ବୁ,ସପୁରୀ ଆଦି ଯୁଶ କରି ସେବନ କରନ୍ତୁ। ପିଆଜ, କାକୁଡି ଆଦି ସାଲାଡ଼ କରି ଖାଆନ୍ତୁ। ଏଥିରେ ପ୍ରଚୁର ମାତ୍ରାରେ ମଗ୍ନେଶୀୟମ, ଭିଟାମିନ ଡି ୬, ଫସଫରସ, କ୍ୟାଲସିୟମ, ଭିଟାମିନ ବି ଆଦି ରହିଛି। ଯାହା ଷ୍ଟୋନ ଦୂର କରିବା ସହିତ ଷ୍ଟୋନ ହେବାକୁ ଦିଏ ନାହିଁ। ଆପେଲ ସାଇଡ ଭୋନେଗାର କିଡନୀ ମଧ୍ୟରେ ଷ୍ଟୋନ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାକୁ ଖାଇବା ଦ୍ଵାରା ପରିସ୍ରା ଦେଇ ଷ୍ଟୋନ ବାହାରି ଯାଇଥାଏ। କାହିଁକି ନା ଆପେଲ ଭିନେଗାର ହାଇଡ୍ରୋକ୍ଲୋରିକ ଏସିଡ ଓ ସୋଡ଼ିୟମ ଏସିଡକୁ ଶରୀରରେ ଜମିବା ପାଇଁ ଦିଏ ନାହିଁ। ୪ ଚାମୋଚ ଭିନେଗାରରେ ୪ ଚାମୋଚ ପାଣି ମିଶେଇ ଗରମ କରନ୍ତୁ। ଏଥିରେ ଏକ ସୂତା କପଡ଼ା ଭିଜେଇ ଷ୍ଟୋନ ଯୋଗୁଁ ହେଉଥିବା ଯନ୍ତ୍ରଣା ସ୍ଥାନରେ ସେକ ଦିଅନ୍ତୁ। ଏହାଦ୍ବାରା ଯନ୍ତ୍ରଣା ଖୁବ୍ ଶୀଘ୍ର ଦୂର ହୋଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button