ପରାଜୟ ଭୟରେ ଭୋଟରଙ୍କୁ ଟଙ୍କା ବାଣ୍ଟୁଛି ବିଜେଡି – Kalinga News
[ad_1]
ଭୁବନେଶ୍ୱର: ଚଳିତ ନିର୍ବାଚନରେ ବିଜେଡିକୁ ହାରିବା ଭୟ ଘାରିଥିବାରୁ ବିଜେଡି ନେତାମାନେ ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି ବୋଲି ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କ ନିକଟରେ ଅଭିଯୋଗ କରିଛି। ବିଜେପି ଅଭିଯୋଗ କରିଛି ଯେ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ଉପସ୍ଥିତିରେ ତାଙ୍କ ସହାୟକ ବିଜେଡି କର୍ମୀ ତ୍ରିନାଥ ଭଟ୍ଟ ଖୋଲାଖୋଲି ରାସ୍ତା ଉପରେ ଟଙ୍କା ବଣ୍ଡଲ ଧରି ବାଣ୍ଟୁଛନ୍ତି। ଯାହା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି। ଏହି ଦୁଇ ନେତାଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦେବାକୁ ବିଜେପି ଦାବି କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ନିର୍ବାଚନ ପ୍ରଚାରରେ କୁନି କୁନି ପିଲା ଓ ଝିଅଙ୍କୁ ନୃତ୍ୟ କରାଉଛନ୍ତି, ଯାହାକି ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି। ବିଜେଡି ନିର୍ବାଚନ ଜିତିବା ଲାଳସାରେ ମାନବିକତା ଭୁଲିଛି। ଶ୍ରୀ ମଲ୍ଲିକଙ୍କ ଏଭଳି ହୀନମାନସିକତାକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଗଣିଆ ବ୍ଲକ ବିଡିଓ ବେଲିତା ମଞ୍ଜରୀ ନାୟକ ଏବଂ କଣ୍ଟାପଡ଼ା ବ୍ଲକର ବିଡିଓ ବିରଞ୍ଚି ନାରାୟଣ ବେହେରାଙ୍କ ନାଁରେ ଅଭିଯୋଗ ନେଇ ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ମାମଲା ଚାଲିଥିଲାବେଳେ ତାଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯିବା ମଧ୍ୟ ଇସିଆଇ ଗାଇଡ ଲାଇନକୁ ଉଲ୍ଲଂଘନ କରୁଛି। ସେମାନଙ୍କୁ ନିର୍ବାଚନ କାର୍ଯ୍ୟରୁ ବାଦ୍ ଦେବାକୁ ଦାବି କରାଯାଇଛି। ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଦ୍ରେଶ୍ୱର ଥାନା ଆଇଆଇସି ଶାସକ ଦଳକୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି । ବିରୋଧୀ ଦଳର ଅଭିଯୋଗକୁ ଗ୍ରହଣ ନକରି ଓଲଟା ଅଭିଯୋଗକାରୀଙ୍କୁ ଧମକ ଚମକ ଦେଉଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଦିଲ୍ଲୀପ ମଲ୍ଲିକ ନେତୃତ୍ବରେ ଯାଇଥିବା ଏହି ପ୍ରତିନିଧି ଦଳରେ ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉନ୍ନତି ପରିଡ଼ା, କୃଷକମୋର୍ଚ୍ଚା କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ଶ୍ରୀରଞ୍ଜନ ମଙ୍ଗରାଜ, ନନ୍ଦିନୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
[ad_2]