ରାଜନୀତି

ଇଡ଼ି ହେପାଜତରେ କେଜ୍ରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲା: ରକ୍ତ ଶର୍କରାସ୍ତର ବିପଜ୍ଜନକ ସ୍ଥିତିରେ – Kalinga News

[ad_1]

ନୂଆଦିଲ୍ଲୀ: ଇଡ଼ି ହେପାଜତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ତାଙ୍କର ରକ୍ତ ଶର୍କରାସ୍ତର ସ୍ଥିର ରହୁ ନ ଥିବା କୁହାଯାଉଛି। ଡାକ୍ତରଙ୍କ ଅନୁସାରେ କେଜ୍ରିୱାଲଙ୍କ ରକ୍ତ ଶର୍କରାସ୍ତର ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ରକ୍ତ ଶର୍କରାସ୍ତର କମିବାରେ ଲାଗିଛି। ଏହା ଯୋଗୁ ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ରହିଛି। ରକ୍ତ ଶର୍କରାସ୍ତର ଏତେ କମ୍ ରହିବା ସ୍ବାସ୍ଥ୍ୟ ପାଇଁ ଠିକ୍ ନୁହେଁ ବୋଲି ଡାକ୍ତର କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲ ଇଡ଼ି ହେପାଜତ‌ରେ ଥିବା କେଜ୍ରିୱାଲଙ୍କ ଚିଠି ପଢ଼ିଥିଲେ। ସେ କହିଥିଲେ ‌କେଜ୍ରିୱାଲ ଲେଖିଛନ୍ତି ମୋ ଶରୀର ଜେଲ୍ ରେ ଅଛି କିନ୍ତୁ ଆତ୍ମା ଦିଲ୍ଲୀର ଜନସାଧାରଣଙ୍କ ପାଖରେ ରହିଛି। ଆଖି ବନ୍ଦ କଲେ ମୁଁ ଆଖପାଖରେ ମୋ ପ୍ରିୟ ରାଜ୍ୟବାସୀଙ୍କ ଉପସ୍ଥିତି ଅନୁଭବ କରୁଛି।

ଏହା ସହିତ ସୁନୀତା ତାଙ୍କ ସ୍ବାମୀଙ୍କ ଦୀର୍ଘ ଆୟୁ, ସୁସ୍ବାସ୍ଥ୍ୟ ଏବଂ ସଫଳତା ପାଇଁ କାମନା କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। କେଜ୍ରିୱାଲ ଜଣେ ସଚୋଟ୍ଟ ଦେଶଭକ୍ତ ବୋଲି ସୁନୀତା କହିଛନ୍ତି। ତାଙ୍କ ପ୍ରତି କରାଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ଅନ୍ୟାୟ ଏବଂ ଗଣତନ୍ତ୍ରର ବିରୋଧ ବୋଲି ସୁନୀତା କହିଛନ୍ତି।

ସୂଚନାଯୋଗ୍ୟ,ଦିଲ୍ଲୀ ମଦ ସ୍କାମ୍ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡ଼ି ପକ୍ଷରୁ ଗିରଫ କରାଯାଇଛି। ତାଙ୍କୁ ଅଧିକ ପଚରା ଉଚରା ପାଇଁ ଇଡ଼ି ପକ୍ଷରୁ ନ୍ୟାୟିକ ହେପାଜତରେ ରଖାଯାଇଛି। ଏହା ସହିତ ଅନ୍ୟ ବିରୋଧୀ ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏଭଳି କାର୍ଯ୍ୟକୁ ଅଗଣତାନ୍ତ୍ରିକ ବୋଲି କୁହାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button