ଦାଦାର ଗଣ୍ଡି-ମୁଣ୍ଡ ଅଲଗା କଲା ପୁତୁରା – Kalinga News

[ad_1]
କାଲିମେଳା: ଦାଦା-ପୁତୁରା ମଧ୍ୟରେ ହୋଇଥିବା ବଚସା ବୀଭତ୍ସ ହତ୍ୟାକାଣ୍ଡର ରୂପ ନେଇଛି। ଉତ୍ତ୍ୟକ୍ତ ପୁତୁରା ପିଟିପିଟି ଦାଦାକୁ ହତ୍ୟା କରିବା ପରେ କାତିରେ ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଛି। ମାଲକାନଗିରି ଜିଲ୍ଲା ଏମ୍ଭି-୭୯ ଥାନା ଇପିଗୁଡ଼ା ଗ୍ରାମରେ ଏମିତି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁତୁରା ରାମା ପଡ଼ିଆମୀକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କାତି ଓ କାଠ ଫାଳିଆକୁ ଜବତ କରିଛି। ସେହିପରି ହତ୍ୟାର ଶିକାର ମୁକା ପଡ଼ିଆମୀ (୫୦)ଙ୍କ ମୃତଦେହ ଓ ୧୫ଫୁଟ ଦୂରରେ ପଡ଼ିଥିବା କଟା ମୁଣ୍ଡକୁ ପୁଲିସ୍ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଗ୍ରାମବାସୀଙ୍କ କହିବାନୁଯାୟୀ, ଆଜି ଇପିଗୁଡ଼ା ଗ୍ରାମରେ ଆମ୍ବ ପରବ ପାଇଁ ପ୍ରସ୍ତୁତି ଚାଲିଥିଲା। ପୂଜାପାଠ ସହ ଗାଁରେ ନାଚଗୀତର ଆସର ଜମିଥାନ୍ତା। ପରବ ଅବସରରେ ପୁତୁରା ରାମା ପଡ଼ିଆମୀ ଘରକୁ ମୁକା ପଡ଼ିଆମୀ ଯାଇଥିଲା। କୌଣସି କଥାକୁ ନେଇ ଦାଦା ଓ ପୁତୁରାଙ୍କ ମଧ୍ୟରେ ବଚସା ହୋଇଥିଲା। ଉଭୟ ପାଟିତୁଣ୍ଡ ହୋଇ ଘର ବାହାରକୁ ଚାଲି ଆସିଥିଲେ। ତେବେ ଅଚାନକ ରାମା ପଡ଼ିଆମୀ କାଠ ଫାଳିଆରେ ଦାଦା ମୁକା ଉପରେ ଆକ୍ରମଣ କରିଥିଲା। ଆକ୍ରମଣ ପରେ ମୁକା ତଳେ ପଡ଼ିଯିବାରୁ ରାମା ଗୋଟିଏ କାତିରେ ବେକକୁ କାଟି ମୁଣ୍ଡକୁ ଶରୀରରୁ ଅଲଗା କରି ଦେଇଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ରାମା ନିଜ ଘରେ ଲୁଚି ରହିଥିଲା। ଗ୍ରାମବାସୀ ଏ ସମ୍ପର୍କରେ ଏମ୍ଭି-୭୯ ଥାନାକୁ ଖବର ଦେବା ପରେ ପୁଲିସ ପହଞ୍ଚି ଅଭିଯୁକ୍ତ ରାମାକୁ ଗିରଫ କରିଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ କାତିରେ ଲାଗିଥିବା ରକ୍ତକୁ ଅଭିଯୁକ୍ତ ରାମା ପାଣିରେ ଧୋଇ ଦେଇଥିବା ତାଙ୍କ ବଡ଼ ଭଉଣୀ କହିଛନ୍ତି। ଗ୍ରାମବାସୀଙ୍କ ସହାୟତାରେ ମୃତଦେହକୁ କାଲିମେଳା ଡାକ୍ତରଖାନାକୁ ନିଆଯାଇ ବ୍ୟବଚ୍ଛେଦ କରାଯାଇଥିଲା।
[ad_2]