କଡ଼ା ଭାଷାରେ ଜବାବ ଦେଲେ ନବୀନ: ଆପଣ ପ୍ରତିଶ୍ରୁତି ଦେଇ ଭୁଲିଯାଇଛନ୍ତି – Kalinga News

[ad_1]
ଭୁବନେଶ୍ବର: ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ପରେ ବି ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷାକୁ ଭୁଲିଗଲେ। ସଂସ୍କୃତକୁ ହଜାରେ କୋଟି, ହେଲେ ଓଡ଼ିଆ ଭାଷାକୁ ଶୂନ। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଦୁଇ ଥର ପ୍ରସ୍ତାବ ଦେଲି। ହେଲେ ଆପଣ ଏହାକୁ ଦୁଇ ଦୁଇ ଥର ଖାରଜ କରିଦେଇଛନ୍ତି। ଏଭଳି ଅଭିଯୋଗ ରଖି ଅତି ଶାଣିତ ଢଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଓଡ଼ିଶାରେ ପ୍ରଚାର ସମୟରେ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ। ସରକାର ଓ ନବୀନଙ୍କ ସବୁ ଭୁଲ୍ କାଢ଼ି ଗର୍ଜିବା ସହିତ ଶାସନରୁ ତଡ଼ିବା ଲାଗି ଆହ୍ବାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏଭଳି ଅଭିଯୋଗକୁ କିନ୍ତୁ ଏଥର ଚୁପ୍ଚାପ୍ ସହିନାହାନ୍ତି ନବୀନ। ବରଂ ଜବାବ ଦେଇଛନ୍ତି। ପ୍ରାୟ ୩ ମିନିଟ୍ର ଏକ ଭିଡିଓରେ ପ୍ରଧାନମନ୍ତ୍ରୀଙ୍କୁ କଡ଼ା କଥାମାନ ଶୁଣାଇ ଦେଇଛନ୍ତି ନବୀନ। ପ୍ରଧାନମନ୍ତ୍ରୀ ମୋଦୀ କେଉଁ କେଉଁ ପ୍ରତିଶ୍ରୁତି ଦେଇଥିଲେ ଓ କ’ଣ ପାଳନ କରିଛନ୍ତି ତାହାକୁ ମନେ ପକାଇ ଦେଇଛନ୍ତି। ନବୀନ କହିଛନ୍ତି, ମୋର କ’ଣ ମନେ ଅଛି କି ନାହିଁ ଓଡ଼ିଶାବାସୀ ଗତ ୨୪ବର୍ଷ ହେଲା ଜାଣିଛନ୍ତି। ଓଡ଼ିଶାରେ ବହୁତ ବୀରପୁତ୍ର ଅଛନ୍ତି, ଆଜି ବି ଆପଣ ତହିଁରୁ କିଛି ନାଁ କହିଛନ୍ତି। ହେଲେ ତହିଁରୁ ଜଣେ ହେଲେ ବି ଭାରତରତ୍ନ ପାଇଁ କ’ଣ ଯୋଗ୍ୟ ହେଲେନି? ଆପଣ ଭାରତରତ୍ନ ପ୍ରଦାନ ବେଳେ ଓଡ଼ିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କୁ ବି ଭୁଲିଗଲେ ?

Sambad is now on WhatsApp
Join and get latest news updates delivered to you via WhatsApp
ମୋର ମନେ ଅଛି କି ନାହିଁ ଓଡ଼ିଶାବାସୀ ଜାଣିଛନ୍ତି
ଜୁନ୍ ୧୦ ନୁହେଁ, ୧୦ବର୍ଷ ପରେ ବି ଓଡ଼ିଶା ଲୋକଙ୍କ ହୃଦୟ ଜିତିପାରିବନି ବିଜେପି
ଭାରତରତ୍ନ ପ୍ରଦାନ ବେଳେ ବିଜୁ ପଟ୍ଟନାୟକଙ୍କୁ ବି ଭୁଲିଗଲେ
ଚାଷୀମାନଙ୍କ ପାଇଁ ଏମ୍ଏସ୍ପି ଦୁଇ ଗୁଣ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ, ତାକୁ ବି ଭୁଲିଗଲେ। ଓଡ଼ିଶା ଲୋକଙ୍କ ପାଇଁ କୋଷ୍ଟାଲ ହାଇୱେ କରିବାର ଥିଲା, ସେଇଟାକୁ ବି ଭୁଲିଗଲେ। ଓଡ଼ିଶାର ସଂପଦ କୋଇଲାକୁ ନେଉଛନ୍ତି। ହେଲେ କୋଇଲା ରୟାଲ୍ଟି ବଢ଼ାଇବା କଥା ଭୁଲିଗଲେ? କେବଳ ନିର୍ବାଚନ ସମୟରେ ଓଡ଼ିଶାକୁ ମନେ ପକାଇଲେ କିଛି ଲାଭ ନାହିଁ। ୨୦୧୪ ଓ ୨୦୧୯ରେ ନିଜେ ଦେଇଥିବା ପ୍ରତିଶ୍ରୁତି ମନେ ରଖିଛନ୍ତି କି ? ଦରବୃଦ୍ଧି କମାଇବା, ୨କୋଟି ନିଯୁକ୍ତି, ଏଲ୍ପିଜି, ପେଟ୍ରୋଲ, ଡିଜେଲ ଦର କମାଇବା, ମୋବାଇଲ ସଂଯୋଗ ବଢ଼ାଇବା, ଜିଏସ୍ଟି ଛାଡ଼ କରିବା ଭଳି କଥାକୁ ଓଡ଼ିଶାବାସୀ ମନେ ରଖିଛନ୍ତି। ଜୁନ୍ ୧୦ରେ ତ ନୁହେଁ, ଆଉ ୧୦ବର୍ଷରେ ବି ବିଜେପି ଓଡ଼ିଶା ଲୋକଙ୍କ ହୃଦୟ ଜିତିପାରିବ ନାହିଁ। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଭଲ ପାଇବା ଯୋଗୁଁ ବିଜେଡି ଷଷ୍ଠ ଥର ଲାଗି ସରକାର ଗଢ଼ିବ ବୋଲି ନବୀନ ଅତି ସ୍ପଷ୍ଟ ଭାଷାରେ କହିଛନ୍ତି।
[ad_2]