ରାଜନୀତି

ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରେ ସ୍ବର ଉଠିଲା: ‘ବିଜେଡି‌ରୁ ମହିଳାଙ୍କୁ ପ୍ରାର୍ଥୀ କରାଯାଉ’ – Kalinga News

[ad_1]

ପୁଅ ସପକ୍ଷରେ ମଙ୍ଗଳା, ଅନ୍ୟ ଆଶାୟୀଙ୍କ ବିରୋଧ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରେ ବିଜେଡିରୁ କିଏ ପ୍ରାର୍ଥୀ ହେବେ? ଏହି ପ୍ରଶ୍ନ ଏବେ ଅସମାହିତ ହୋଇରହିଥିବା ବେଳେ ପୁଅ ଅନୀଲ ବରୁଆଙ୍କ ସପକ୍ଷରେ ବାହାରିଛନ୍ତି ବରିଷ୍ଠ ନେତା ମଙ୍ଗଳ କିଷାନ। ତେବେ, ଅନ୍ୟ ଅାଶାୟୀମାନେ ତାଙ୍କ ପ୍ରାର୍ଥିତ୍ବକୁ ତୀବ୍ର ବିରୋଧ କରୁଛନ୍ତି। ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବାପାଇଁ ଦାବି ଉଠିଛି। ମିଳିଥିବା ସୂଚନା ଅନୁସାରେ, ରାଜଗାଙ୍ଗପୁର ବିଧାନସଭା ଆସନରେ ଦଳ କେବେ ମହିଳାଙ୍କୁ ପ୍ରାର୍ଥୀ କରିନଥିବାରୁ ଏଥର ଜଣେ ମହିଳାଙ୍କୁ ଟିକେଟ‌ ଦେବାପାଇଁ ଦଳର ନେତ୍ରୀମାନେ ରାଜଧାନୀରେ ଏକଜୁଟ ହୋଇ ଲବି କରୁଛନ୍ତି। ଅନ୍ୟପକ୍ଷରେ, କିଛିଦିନ ତଳେ ରାଜଗାଙ୍ଗପୁରର ପୁରୁଖାନେତା ମଙ୍ଗଳା କିଷାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଂଜନ ଘଡ଼େଇ, ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ପୁଅ ଅନୀଲ ବରୁଆଙ୍କୁ ପ୍ରାର୍ଥୀ କରିବାକୁ ଅନୁରୋଧ କରିଥିଲେ। ପ୍ରାୟ ମାସେ ହେଲା ବି ସେ ପୁଅ ସପକ୍ଷରେ ଲୋକସଂପର୍କ ଅଭିଯାନ ଆରମ୍ଭ କରିଦେଇଥିଲେ। ତେବେ, ମଙ୍ଗଳାଙ୍କ ପରେ ତାଙ୍କ ପୁଅକୁ ପ୍ରାର୍ଥିତ୍ବକୁ ଅନ୍ୟ ଆଶାୟୀମାନେ ତୀବ୍ର ବିରୋଧ କରିଛନ୍ତି। ଗତମାସରେ ନିର୍ବାଚନମଣ୍ଡଳୀର ୮ଜଣ ଆଶାୟୀ ପ୍ରାର୍ଥୀ ରାଜଗାଙ୍ଗପୁର ପୌରାଧ୍ୟକ୍ଷା ମାଧୁରୀ ଲୁଗୁନ, ପ୍ରିୟଦର୍ଶିନୀ ଭୋଇ, ସାଧାରଣ ସଂପାଦିକା ରଜନୀ କୁଲୁ, ଲାଠିକଟା ବ୍ଲକ୍‌ ଅଧକ୍ଷ ଦିଲୀପ ଖେସ, କୁତ୍ରା ବ୍ଲକ୍‌ ଅଧକ୍ଷା ଶାନ୍ତିଲତା ଲାକଡ଼ା, ଅଗଷ୍ଟିନ ମିଞ୍ଜ, ମହେଶ ନାଗ ଏବଂ ରଶ୍ମି ଏକ୍କା ପ୍ରମୁଖ ୫-ଟି ଅଧ୍ୟକ୍ଷଙ୍କୁ ପତ୍ର ଲେଖି ବାପ ପରେ ପୁଅଙ୍କୁ ଟିକେଟ ପ୍ରଥାର ବିରୋଧ କରିଥିଲେ। ସୂଚନାଯୋଗ୍ୟ, ଗତ ୨୦୧୯ ନିର୍ବାଚନରେ ନିଜେ ବିଜେଡି ପ୍ରାର୍ଥୀ ଭାବେ ଲଢ଼ି ଶ୍ରୀ କିଷାନ ୧ ହଜାରରୁ ବି କମ୍ ଭୋଟ ବ୍ୟବଧାନରେ ପରାସ୍ତ ହୋଇ ଷଷ୍ଠଥର ପାଇଁ ବିଧାୟକ ହେବାରୁ ବଞ୍ଚିତ ହୋଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button