ଏତେ କୋଟିର ମାଲିକ ୧୦ମ ଫେଲ ହୋଇଥିବା ଅଭିନେତା – Kalinga News

[ad_1]
ନୂଆଦିଲ୍ଲୀ: ଆଜି କୋଟି କୋଟି ଟଙ୍କାର ମାଲିକ ୧୦ମ ଫେଲ ହୋଇଥିବା ଅଭିନେତା ତଥା ଭୋଜପୁରୀ ଷ୍ଟାର ପବନ ସିଂ | ପାଠ କମ ପଢିଥିଲେ ବି ଅଭିନୟ ଓ ରାଜନୀତି କରି ସେ ଟଙ୍କା ଆୟ କରୁଛନ୍ତି | ଚଳିତ ବର୍ଷ ସେ ବିହାରର କରାକାଟ ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଠାରୁ ସେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି। ନାମାଙ୍କନପତ୍ରରେ ପବନ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି, ଯାହା ଅନୁଯାୟୀ ଅଭିନେତା ୫କୋଟି ୪ଲକ୍ଷ ୯୩ହଜାର ୮୧୯ ଟଙ୍କାର ସ୍ଥାବର ଓ ୧୦କୋଟି ୩୧ଲକ୍ଷ ୩୮ ହଜାର ୮୪୦ ଟଙ୍କାର ଅସ୍ଥାବର ସମ୍ପତ୍ତିର ମାଲିକ ଅଟନ୍ତି |

Sambad is now on WhatsApp
Join and get latest news updates delivered to you via WhatsApp
ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ତାଙ୍କ ପାଖରେ ୬୦ହଜାର ଟଙ୍କା ସହ ୩୧ ଲକ୍ଷ ୪ହଜାର ଟଙ୍କାର ସୁନା ଓ ରୂପା ଅଳଙ୍କାରର ରହିଛି | ଏଥି ସହିତ ସେ ୬୬ଲକ୍ଷ ୩୯ହଜାର ୪୨୮ଟଙ୍କାର ବୀମା କରିଛନ୍ତି | ଭୋଜପୁରୀ ଦୁନିଆରେ ତାଙ୍କ ସ୍ୱର ସହ ଅଭିନୟର ଯାଦୁ ଦେଖାଇସାରିଥିବା ପବନ ସିଂ ଙ୍କ ଶିକ୍ଷାଗତ ଯୋଗ୍ୟତା ଦେଖିବାକୁ ଗଲେ ଖୁବ କମ | ସେ କେବଳ ୧୦ମ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି | ୨୦୦୪ରେ ସେ ୧୦ମ ପରୀକ୍ଷା ଦେଇ ପାସ କରିଥିଲେ |
ବିଳାସପୂର୍ଣ୍ଣ ଗାଡି କଥା କହିବାକୁ ଗଲେ ତାଙ୍କ ପାଖରେ ୨୦ଲକ୍ଷ ଟଙ୍କା ମୂଲ୍ୟର ଟୟୋଟା ଫର୍ଚ୍ୟୁନର୍, ୨୫ଲକ୍ଷ ଟଙ୍କା ମୂଲ୍ୟର ଟୟୋଟା ଇନୋଭା ହାଇକ୍ରସ୍ ଏବଂ ୯୫ଲକ୍ଷ ଟଙ୍କା ମୂଲ୍ୟର ରେଞ୍ଜ ରୋଭର କାର ରହିଛି। ଏହା ସହିତ ସେ ୬୦ହଜାର ଟଙ୍କା ମୂଲ୍ୟର ସ୍କୁଟି ମଧ୍ୟ ଚଲାନ୍ତି |
[ad_2]