ମନୋରଞ୍ଜନ

କେବଳ ଚର୍ଚ୍ଚାରେ ରହିବା ପାଇଁ ଗ୍ୟାଙ୍ଗଷ୍ଟର ଏଭଳି କରୁଛନ୍ତି: ସଲିମ୍ ଖାନ୍ – Kalinga News

[ad_1]

ମୁମ୍ବାଇ: ଆଜି ସକାଳେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଫୁଟିଥିଲା। କିଛି ଅଜଣା ଦୁର୍ବୃତ୍ତ ଆଜି ଗୁଳି ଫୁଟାଇ ସେଠାରୁ ଫେରାର ହୋଇଯାଇଥିଲେ। ଏବେ ଏହା ପଛରେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ହାତ ଥିବା ଜଣାପଡ଼ିଛି। ସେ ‌ନିଜେ ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିବା ଦାବି କରିଛି। ଆମେରିକାରେ ଲରେନ୍ସର ଭାଇ ଅନମୋଲ ରହୁଥିବା ବେଳେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସଲମାନଙ୍କ ଘର ବାହାରେ ଗୁଳି ଚଳାଇଥିବା ସ୍ପଷ୍ଟ କରିଛି। ପୋଷ୍ଟରେ ଲେଖାଯାଇଛି ଯେ, ଏହା କେବଳ ଟ୍ରେଲର ଥିଲା ଏବଂ ତୁମ ପାଇଁ ପ୍ରଥମ ଓ ଶେଷ ଚେତାବନୀ।

ଏମଧ୍ୟରେ ସଲମାନ ଖାନଙ୍କ ବାପା ସଲିମ୍ ଖାନ୍ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, “ଘଟଣାକୁ ନେଇ କିଛି କହିବାର ନାହିଁ। ସେମାନେ କେବଳ ସଲମାନଙ୍କ ନାଁ ନେଇ ନିଜର ପ୍ରଚାର କରିବାକୁ ଚାହୁଁଛନ୍ତି। ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।”

ଗତ ବର୍ଷ ଜେଲରୁ ଲରେନ୍ସ କହିଥିଲା ଯେ, “ସଲମାନ ଖାନଙ୍କୁ କ୍ଷମା ମାଗିବାକୁ ପଡ଼ିବ। ସେ ବିକାନେରରେ ଥିବା ଆମ ମନ୍ଦିରକୁ ଯାଇ କ୍ଷମା ମାଗିବା ଉଚିତ୍। ମୋ ଜୀବନର ଲକ୍ଷ୍ୟ ହେଉଛି ସଲମାନ ଖାନଙ୍କୁ ହତ୍ୟା କରିବା। ଯଦି ତାଙ୍କ ସୁରକ୍ଷା ହଟାଯାଏ ତେବେ ମୁଁ ସଲମାନ ଖାନଙ୍କୁ ହତ୍ୟା କରିବି। ଯଦି ସେ କ୍ଷମା ମାଗନ୍ତି, ତେବେ ବିବାଦ ଶେଷ ହେବ। ସଲମାନ ହେଉଛନ୍ତି ଅହଙ୍କାରୀ, ସିଦ୍ଧୁ ମୁସେୱାଲା ମଧ୍ୟ ସେପରି ଥିଲେ। ସଲମାନ ଖାନଙ୍କ ଅହଙ୍କାର ରାବଣଙ୍କଠାରୁ ବି ବଡ।”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button