ବ୍ରେକଅପ ଚର୍ଚ୍ଚା ମଧ୍ୟରେ ଅନନ୍ୟାଙ୍କ ସହ ଭିଡିଓ ସେୟାର କଲେ ଆଦିତ୍ୟ – Kalinga News

[ad_1]
ମୁମ୍ବାଇ: ବଲିଉଡ ଅଭିନେତା ଆଦିତ୍ୟ ରଏ କପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି | ଗତ କିଛି ମାସ ହେବ ପରସ୍ପରକୁ ଡେଟ୍ କରୁଥିବା ଏହି ପ୍ରେମୀଯୁଗଳ ବ୍ରେକଅପ କରିଥିବା ନେଇ କିଛି ଦିନ ହେବ ଚର୍ଚ୍ଚା ହେଉଛି | ମିଡିଆ ରିପୋର୍ଟ ଅନୁଯାୟୀ ଆଦିତ୍ୟ ଏବଂ ଅନନ୍ୟା ମାସେ ପୂର୍ବରୁ ବ୍ରେକଅପ୍ କରିଥିଲେ। ତେବେ ଏହା ଉପରେ ଉଭୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନଥିବା ବେଳେ ଏବେ ଦୁହିଁଙ୍କର ବ୍ରେକଅପ ହୋଇନଥିବାର ପ୍ରମାଣ ଦେଇଛନ୍ତି ଆଦିତ୍ୟ |

Sambad is now on WhatsApp
Join and get latest news updates delivered to you via WhatsApp
କିଛି ମାସ ତଳେ ଦୁହେଁ ଏକ କମ୍ପାନିର ବିଜ୍ଞାପନ ସାଥିରେ କରିଥିବା ବେଳେ ଏବେ ଏହାର ଭିଡିଓ ଇନଷ୍ଟା ଷ୍ଟୋରିରେ ସେୟାର କରିଛନ୍ତି ଆଦିତ୍ୟ | ଆଜ୍ଞା ହଁ, ଆଦିତ୍ୟ ରୟ କପୁର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରି ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ତାଙ୍କ ପ୍ରେମିକା ଅନନ୍ୟା ପାଣ୍ଡେଙ୍କ ସହିତ ନଜର ଆସିଛନ୍ତି। ବିଜ୍ଞାପନଟି ଏକ ଚଷମା ବ୍ରାଣ୍ଡର ବୋଲି ଜଣାପଡିଛି |
ଗତ ମାସରେ ଇନଷ୍ଟା ଷ୍ଟାଟସରେ ଅନନ୍ୟା ଲେଖିଥିଲେ, “ଯାହାକୁ ତୁମ ପାଇଁ ଭଗବାନ ଲେଖିଥିବେ, ସେ ଆପେ ଆପେ ତୁମ ପାଖକୁ ଆସିବ। ତୁମେ ତାକୁ ଯେତେ ବି ନିଜ ଜୀବନରୁ ଦୂରେଇ ରଖିଲେ ବି ସେ ପୁଣି ତୁମ ପାଖକୁ ଆସିବ।” ତାଙ୍କର ଏଭଳି ପୋଷ୍ଟ ପରେ ଆଦିତ୍ୟଙ୍କ ସହ ତାଙ୍କର ବ୍ରେକଅପ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା |
[ad_2]