ମନୋରଞ୍ଜନ

ଏହି 7 ଜଣ Star ଙ୍କର ବହୁତ ନିକଟତ୍ତର ଥିଲେ Dilip Kumar, 5 ଙ୍କ ସହିତ ଥିଲା ରକ୍ତ ସମ୍ପର୍କ ତ 7 ନମ୍ବର ଷ୍ଟାର ଙ୍କୁ ମାନୁଥିଲେ ନିଜ ପୁଅ

ନମସ୍କାର ବନ୍ଧୁଗଣ ଏହି କରୋନା କାଳ ରେ ସମସ୍ତ ଙ୍କ ପାଇଁ ବହୁତ ଦୁଃଖଦ ସମୟ ଦେଖାଇଛି । ପ୍ରତିଦିନ କୌଣସି ନା କୌଣସି ମ-ର୍ମା-ହ-ତ ଖବର ଶୁଣିବାକୁ ମିଳୁଛି ତେବେ ବଲିଉଡ ର ଅନେକ କଳାକାରମାନେ ମଧ୍ୟ ଏହି ସମୟରେ ପରଲୋକ କୁ ଗମନ କରିଛନ୍ତି ।

ତେବେ ଆଜି ସକାଳେ ଏକ ଖବର ସମ୍ପୂର୍ଣ୍ଣ ବଲିଉଡ କୁ ଅନ୍ଧକାର କରି ଦେଇଛି । ବଲିଉଡ ର ଦିଗଜ କଳାକାର ଯାହାଙ୍କୁ ‘ଟ୍ରେଜେଡି କିଙ୍ଗ’ ଦିଲ୍ଲୀପ କୁମାର ଙ୍କ ମୃତ୍ୟୁ ଘଟିଛି । ସେ ଅନେକ ଦିନ ରୁ ଅସୁସ୍ଥ ଥିଲେ ଏବଂ ସେ କିଛି ଦିନ ହେବ ହସ୍ପିଟାଲରେ ଆଡ଼ମିଟ ହୋଇଥିଲେ କିନ୍ତୁ ସେ କାଲି ୯୮ ବର୍ଷ ବୟସରେ ସେ ଏହି ଦୁନିଆ ରୁ ସବୁଦିନ ପାଇଁ ଚାଲିଗଲେ । ଏହା ବଲିଉଡ ପାଇଁ ଏକ ଅପୁରଣୀୟ କ୍ଷତି ଅଟେ ।

ଦିଲ୍ଲୀପ କୁମାର ଙ୍କ ପ୍ରଥମ ସିନେମା ହେଉଛି ‘ଜ୍ଵାର ଭଟ୍ଟା’ ଏହା ପରେ ସେ ଅନେକ ସିନେମା କରିଛନ୍ତି ଯେପରି ମୁଗଲେ ଆଜମ, ଅନ୍ଦାଜ, ରାମ ଔର ଶ୍ୟାମ, କର୍ମା, ସୌଦାଗର, କ୍ରାନ୍ତି, ଦେବଦାସ ଆଦି ଅନେକ ହିଟ ସିନେମା ସେ ବଲିଉଡ କୁ ପ୍ରଦାନ କରିଛନ୍ତି । ତେବେ ସେ ବେଷ୍ଟ ଆକ୍ଟର, ଲାଇଫ ଟାଇମ ଆଚିଭମେଣ୍ଟ, କିଶୋର କୁମାର ସମ୍ମାନ ଆଦି ପୁରସ୍କାର ରେ ପୁରସ୍କୃତ ହୋଇଛନ୍ତି ।

ଦିଲ୍ଲୀପ କୁମାର ଙ୍କ ନିଧନ ରେ ସମସ୍ତେ ବହୁତ ମର୍ମାହତ ହୋଇ ପଡିଛନ୍ତି ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଉଛନ୍ତି । ତେବେ ଦିଲ୍ଲୀପ କୁମାର ବଲିଉଡ ର କିଛି ଲୋକ ଙ୍କ ସହିତ ଖୁବ ନିବିଡ଼ ସମ୍ପର୍କ ମଧ୍ୟ ରହିଛି ତେବେ ଆସନ୍ତୁ ଜାଣିନେବା ସେହି କଳାକାର ମାନେ କିଏ ।

୧- ପ୍ରଥମରେ ହେଉଛନ୍ତି ସାୟରା ବାନୁ । ସାୟରା ହେଉଛନ୍ତି ଦିଲ୍ଲୀପ କୁମାର ଙ୍କ ଧର୍ମ ପତ୍ନୀ । ସେମାନେ ୧୯୬୬ ମସିହାରେ ବିବାହ କରିଥିଲେ ସେତେବେଳେ ଦିଲ୍ଲୀପ ୪୪ ବର୍ଷର ଥିଲେ ଏବଂ ସାୟରା ୨୨ ବର୍ଷ ର କିନ୍ତୁ ସେମାନଙ୍କ ପ୍ରେମ ରେ କେବେବି ତାଙ୍କର ଏହି ବୟସ ମଝିରେ ଆସି ନାହିଁ । ସାୟରା ଦିଲ୍ଲୀପ ଙ୍କୁ ଖୁବ ଭଲ ପାଉଥିଲେ ଏବଂ ତାଙ୍କର ଯତ୍ନ ମଧ୍ୟ ନେଉଥିଲେ । ସେ ଦିଲ୍ଲୀପ ଙ୍କ ଶେଷ ସମୟ ପର୍ଯ୍ୟନ୍ତ ତାଙ୍କ ପାଖେ ପାଖେ ରହିଥିଲେ ।

୨- ଦ୍ଵିତୀୟ ରେ ହେଉଛନ୍ତି ନାସିର ଖାନ । ନାସିର ଖାନ ହେଉଛନ୍ତି ଦିଲ୍ଲୀପ ଙ୍କ ସାନ ଭାଇ ଏବଂ ଜଣେ ଅଭିନେତା ମଧ୍ୟ । ଭାରତ ପାକିସ୍ତାନ ଭାଗ ପରେ ସେ ପାକିସ୍ତାନ ରେ ରହିବାକୁ ଲାଗିଲେ କିନ୍ତୁ ସେଠାରେ ତାଙ୍କ କ୍ୟାରିଅର କିଛି ଠିକ ହୋଇ ନ ପାରିବାରୁ ସେ ଭାରତ ଫେରି ଆସିଲେ । ଦିଲ୍ଲୀପ ଙ୍କୁ ସେ ବହୁତ ମାନୁଥିଲେ ।

୩- ତୃତୀୟ ରେ ହେଉଛନ୍ତି ବେଗମ ପାରା । ବେଗମ ପାରା ହେଉଛନ୍ତି ନାସିର ଖାନ ଙ୍କ ଦ୍ଵିତୀୟ ସ୍ତ୍ରୀ ସେ ମଧ୍ୟ ଜଣେ ଅଭିନେତ୍ରୀ ଏବଂ ସେ ନିଜ ଅଭିନୟ ଏବଂ ଗ୍ଲାମର ପାଇଁ ବହୁତ ପରିଚିତ । ସେ ମଧ୍ୟ ଦିଲ୍ଲୀପ ଙ୍କୁ ବହୁତ ସମ୍ମାନ ଦିଅନ୍ତି ଏବଂ ମାନନ୍ତି ।

୪- ଚତୁର୍ଥ ରେ ହେଉଛନ୍ତି ଅୟୁବ ଖାନ । ନାସିର ଖାନ ଏବଂ ବେଗମ ପାରା ଙ୍କ ପୁଅ ହେଉଛନ୍ତି ଅୟୁବ ଖାନ । ସେ ମଧ୍ୟ ଦିଲ୍ଲୀପ କୁମାର ଙ୍କ ବହୁତ ନିଜର । ଅୟୁବଙ୍କୁ ଆମେ ଅନେକ ସିନେମା ଏବଂ ଧାରାବାହିକ ରେ ଦେଖିଛୁ ।

୫- ପଞ୍ଚମ ରେ ହେଉଛନ୍ତି ସାୟାଶା ସେହଗାଲ । ସାୟାଶା ହେଉଛନ୍ତି ସାୟରା ଙ୍କ ଭାଇର ଝିଅ । ତେବେ ସେ ମଧ୍ୟ ଜଣେ ଅଭିନେତ୍ରୀ ସେ ଅଧିକ ସାଉଥ ସିନେମା ରେ ଦେଖିବାକୁ ମିଳନ୍ତି ।

୬- ଷଷ୍ଠ ରେ ହେଉଛନ୍ତି ଅଦନାନ ସାମୀ । ଅଦନାନ ହେଉଛନ୍ତି ଦିଲ୍ଲୀପ କୁମାର ଙ୍କ ସମ୍ପର୍କୀୟ ଭାଇ । ଏମାନଙ୍କ ଭିତରେ ମଧ୍ୟ ବହୁତ ଘନିଷ୍ଠ ସମ୍ପର୍କ ରହିଛି ।

୭- ସପ୍ତମ ରେ ହେଉଛନ୍ତି ସାହରୁଖ ଖାନ । ଏମାନଙ୍କ ସମ୍ପର୍କ ରକ୍ତ ର ନୁହେଁ ବରଂ ହୃଦୟ ର । ଦିଲ୍ଲୀପ କୁମାର ସାହରୁଖ ଙ୍କୁ ନିଜ ପୁଅ ବୋଲି କହୁଥିଲେ ଏବଂ ମାନୁଥିଲେ ସେହି ଭଳି ସାହାରୁଖ ମଧ୍ୟ ଦିଲ୍ଲୀପ ଙ୍କୁ ପିତା ଭଳି ସ୍ନେହ ଏବଂ ସମ୍ମାନ ଦେଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button