ମନୋରଞ୍ଜନ

ଏଥର ‘ଓଡ଼ିଶା କୁଇନ୍’ର ଆକର୍ଷଣ ମଲାଇକା – Kalinga News

[ad_1]

ଓ ଡ଼ିଶା କୁଇନ୍ କଲ୍‌ଚରାଲ୍ ଫେଷ୍ଟ ଇଭେଣ୍ଟ ଓ ଆର୍‌ଆର୍‌ ଇଭେଣ୍ଟସ୍ ଆଣ୍ଡ୍ ସିନେ ପ୍ରଡକ୍ସନ୍‌ସର ଚତୁର୍ଥ ‘ଓଡ଼ିଶା କୁଇନ୍’ ପ୍ରତିଯୋଗିତା ଆଗାମୀ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବ। ଏହାର ମୁଖ୍ୟ ଆକର୍ଷଣ ହେବେ ବଲିଉଡ୍ ତାରକା ମଲାଇକା ଅରୋଡ଼ା। ଏ ନେଇ ସୂଚନା ଦେଇଛନ୍ତି ଆର୍‌ଆର୍‌ ଇଭେଣ୍ଟସ୍ ଆଣ୍ଡ୍ ସିନେ ପ୍ରଡକ୍ସନ୍‌ସର ମୁଖ୍ୟ ତଥା ପ୍ରଯୋଜକ ରମେଶ ବାରିକ। ଆଗରୁ ‘ଓଡ଼ିଶା କୁଇନ୍’ ଇଭେଣ୍ଟରେ ବଲିଉଡ୍ ତାରକା ଜରିନ୍ ଖାନ୍, ମାନୁଷୀ ଛିଲ୍ଲର ଓ ଆଫତାବ ଶିବଦାସାନୀ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଇଭେଣ୍ଟ ଜରିଆରେ ଓଡ଼ିଶାର ପ୍ରତିଭାବାନ୍ ଯୁବତୀଙ୍କୁ ଫିଲ୍ମ, ସିରିୟଲ୍ ଏବଂ ଆଲବମ୍‌ରେ ସୁଯୋଗ ଦିଆଯାଉଛି। ଓଡ଼ିଶାର କେତେଟି ପ୍ରମୁଖ ସହରରେ ଅଡିସନ୍ ହେବା ପରେ ଭୁବ‌ନେଶ୍ବରରେ ଏହାର ଗ୍ରାଣ୍ଡ୍ ଫିନାଲେ ଓ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏହାର ବିଭିନ୍ନ ପର୍ଯ୍ୟାୟରେ ବିଚାରକ ଭାବେ ଓଲିଉଡ୍ କଳାକାରମାନେ ଅଂଶ ଗ୍ରହଣ କରିବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button