ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ସରପଞ୍ଚ: ସୋର ବିଜେପି ଟିକେଟ ବିବାଦ ଘନେଇଲା – Kalinga News

[ad_1]
ସୋର: ସୋରରେ ବିଜେପି ପ୍ରାର୍ଥିତ୍ବକୁ ନେଇ ଉପୁଜିଥିବା ବିବାଦର ଅନ୍ତ ହେଉନି। ଟିକେଟ୍ ବଦଳାଯିବାକୁ ଦାବି ହୋଇଆସୁଥିବା ବେଳେ ଦଳ କୌଣସି ନିଷ୍ପତ୍ତି ନେଉନି। ଏଭଳି ସମୟରେ ଆଜି ସ୍ଥାନୀୟ ବିଜେପି ନେତାଙ୍କ ସମର୍ଥନରେ ଜଣେ ଯୁବ ସରପଞ୍ଚ ଭଦ୍ରକ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କୁହାଯାଇଛି, ଏହା ରାଜ୍ୟ ନେତୃବୃନ୍ଦଙ୍କ ପାଇଁ ଏକପ୍ରକାର ଖୋଲା ଚେତାବନୀ। ଯଦି ଦାବି ପୂରଣ ନହୁଏ, ତେବେ ସୋର ବିଧାନସଭା ଆସନ ପାଇଁ ବିଜେପି ଆଶାୟୀଙ୍କ ମଧ୍ୟରୁ କେହି ଜଣେ ସ୍ବାଧୀନ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ଭଳି ମନେହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୋର ବିଧାନସଭା ଟିକେଟ୍ ପାଇଁ ବିଜେପିର ରାଜ୍ୟ ଅନୁସୂଚିତ ଜାତି ଉପସଭାପତି ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକ, ବାଲେଶ୍ବର ଜିଲ୍ଲା ବିଜେପି ଅନୁସୂଚିତ ଯୁବମୋର୍ଚ୍ଚା ସଭାପତି ମୃତ୍ୟୁଞ୍ଜୟ ଜେନା ଓ ଅବସରପ୍ରାପ୍ତ ପୁଲିସ ଅଧିକାରୀ ତଥା ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରବୀନ୍ଦ୍ର ଜେନା ବିଜେପି ଟିକେଟ୍ ଆଶାୟୀ ଥିଲେ। ହେଲେ ଅପ୍ରତ୍ୟାଶିତ ଭାବେ ଗତ ଏପ୍ରିଲ୍ ମାସ ୨ ତାରିଖରେ ବିଜେପି ପ୍ରାର୍ଥୀ ଭାବେ ଭଦ୍ରକ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ନାମ ଘୋଷଣା ହେଲା। ଯାହାକୁ ନେଇ ସୋର ବିଜେପିରେ ତୀବ୍ର ବିରୋଧ ଦେଖାଦେଲା। ଟିକେଟ୍ ବଦଳାଇବାକୁ ଜୋର୍ଦାର୍ ଦାବି ହେଲା। ଫଳରେ ରାଜେନ୍ଦ୍ର ଏକାଧିକ ଥର ନିର୍ବାଚନ ପ୍ରଚାର ପାଇଁ ଉଦ୍ୟମ କରିଥିଲେ ବି ଏଯାଏ ସଫଳ ହୋଇନାହାନ୍ତି। ୪ ଦିନ ହେଲା ଜିଲ୍ଲାରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିନ୍ତୁ ଦଳ ପ୍ରାର୍ଥୀ ବଦଳାଇବା ନେଇ କୌଣସି ନିଷ୍ପତ୍ତି ନେଇନି। ଏହାକୁ ବିରୋଧ କରି ଶୁକ୍ରବାର ସୋର ବ୍ଲକ୍ ତେଣ୍ଟେଇର ଯୁବ ସରପଞ୍ଚ ଲକ୍ଷ୍ମୀକାନ୍ତ ମଳିକ ସ୍ଥାନୀୟ ବିଜେପି ନେତୃବୃନ୍ଦଙ୍କ ସମର୍ଥନରେ ଭଦ୍ରକ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏମିତି କରି ଆଶାୟୀମାନେ ନେତୃବୃନ୍ଦଙ୍କୁ କାଳେ ଖୋଲା ଚେତାବନୀ ଦେଇଛନ୍ତି। ଟିକେଟ୍ ନ ବଦଳିଲେ କେହି ଜଣେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବା ନିଶ୍ଚିତ ବୋଲି କୁହାଯାଇଛି। ତେଣୁ ବିଜେପି ଆଗକୁ ନିଷ୍ପତ୍ତି ବଦଳାଉଛି କି ଘୋଷିତ ଟିକେଟ୍ ବଳବତ୍ତର ରଖୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର। ସୂଚନା ଥାଉକି, ଲକ୍ଷ୍ମୀକାନ୍ତ ୨୦୨୨ ପଞ୍ଚାୟତ ନିର୍ବାଚନରେ ସୋର ବ୍ଲକ୍ର ସର୍ବକନିଷ୍ଠ ସରପଞ୍ଚ ଭାବେ ବିଜୟୀ ହୋଇଛନ୍ତି। ସେ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଚନ୍ଦ୍ରକାନ୍ତୀ ମଳିକଙ୍କୁ ୩୩୮ ଖଣ୍ଡ ଭୋଟ୍ରେ ପରାସ୍ତ କରିଥିଲେ।
[ad_2]




