ରାଜନୀତି

ଦାମ ରାଉତଙ୍କ ଉପରୁ ବହିଷ୍କାର ଆଦେଶ ଉଠିଲା – Kalinga News

[ad_1]

ଭୁବନେଶ୍ବର: ନୂଆ ବର୍ଷର ପ୍ରଥମ ଦିନରେ ବିଜେଡି ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି ନିଆଯାଇଛି। ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ବହିଷ୍କାର ଆଦେଶ ଉଠାଇ ଦେଇଛନ୍ତି। ୨୦୧୮ରେ ଶ୍ରୀ ରାଉତ ବିଜେଡିରୁ ବହିଷ୍କୃତ ହୋଇଥିଲେ। ବିଜେଡିରୁ ବହିଷ୍କାର ପରେ ଶ୍ରୀ ରାଉତ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ବାଲିକୁଦା-ଏରସମାରୁ ବିଜେପି ପ୍ରାର୍ଥୀ ହୋଇଥିଲେ। ତେବେ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କ ଠାରୁ ସେ ପରାଜିତ ହୋଇଥିଲେ। ଯଦିଓ ଶ୍ରୀ ରାଉତ ବିଜେପିରେ ଯୋଗ ଦେଇଥିଲେ, ତେବେ ତାଙ୍କ ପୁଅ ସମ୍ବିତ ରାଉତଙ୍କୁ ବିଜେଡି ପାରାଦୀପରୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟଲାଭ ମଧ୍ୟ କରିଥିଲେ। ସେହି ବର୍ଷ ଅକ୍ଟୋବର ମାସରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ତାହା ପରେ ବିଭିନ୍ନ ସମୟରେ ସେ ବିଜେଡିକୁ ଫେରିବା ପାଇଁ ନିଜର ଇଚ୍ଛାପ୍ରକଟ କରିଥିଲେ।

ଶ୍ରୀ ରାଉତ ଏବେ ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନି। ତେବେ ତାଙ୍କ ପୁଅ ବିଧ‌ାୟକ ସମ୍ବିତ ରାଉତ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବହିଷ୍କାର ଆଦେଶ ଉଠାଇଥିବାରୁ ପୁଅ ହିସାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଦେଉଛି। ବିଜେଡିରୁ ଦୂରେଇ ରହିବା ପରେ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ତାଙ୍କର ଗୋଟିଏ ଇଚ୍ଛା ଥିଲା ଯେ ସେ ମୃତ୍ୟୁ ପର୍ଯ୍ୟନ୍ତ ବିଜେଡିରେ ରହିବେ। ତାହା ପୂରଣ ହୋଇଛି। ସୁସ୍ଥ ହେଲେ ସେ ଆଗାମୀ ଦିନରେ ଜଗତସିଂହପୁରର ସବୁ ନିର୍ବାଚନମଣ୍ଡଳୀରେ ପ୍ରଚାର ମଧ୍ୟ କରିବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button