ଅପରାଧ

କେଜ୍ରିୱାଲଙ୍କୁ ୨୧ ଦିନ ପାଇଁ ଜାମିନ୍ – Kalinga News

[ad_1]

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମ୍‌କୋର୍ଟ ଆଜି ଅନ୍ତରୀଣ ଜାମିନ ମଂଜୁର କରିଛନ୍ତି। ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଜାମିନ ମଂଜୁର କରିଛନ୍ତି। କୋର୍ଟ କିଛି ସର୍ତ୍ତ ଆଧାରରେ ଜାମିନ ଦେଇଛନ୍ତି। ଜାମିନରୁ ବାହାରିଲେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଅଫିସ କି ଦିଲ୍ଲୀ ସଚିବାଳୟ ଯାଇପାରିବେନି। ଉପରାଜ୍ୟପାଳ ଭି‌କେ ସାକ୍ସେନାଙ୍କ ବିନା ଅନୁମତିରେ କୌଣସି ସରକାରୀ ଫାଇଲରେ ଦସ୍ତଖତ କରିବେନି। ମଦ ଦୁର୍ନୀତି ମାମଲାରେ ନିଜର ଭୂମିକା ସଂକ୍ରାନ୍ତରେ କୌଣସି ଟିପ୍ପଣୀ ‌ଦେଇପାରିବେନି। ମାମଲାର କୌଣସି ସାକ୍ଷୀଙ୍କ ସହ କଥା ହୋଇପାରିବେନି । ଜୁନ୍‌ ୨ ତାରିଖରେ କେଜ୍ରିୱାଲ ପୁନର୍ବାର ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କେଜ୍ରିୱାଲ ଜେଲରୁ ବାହାରି ଉଭୟ ଦିଲ୍ଲୀ ଏବଂ ପଂଜାବରେ ‌‌ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟରେ ସାମିଲ ହୋଇପାରିବେ। ‌ ତେବେ ଆଜି ଶୁଣାଣି ସମୟରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା ଏବଂ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌ ଭି ରାଜୁ ପ୍ରଚାର କାର୍ଯ୍ୟ ପାଇଁ ଆପ୍‌ ମୁଖ୍ୟଙ୍କ ଅନ୍ତରୀଣ ଜାମିନକୁ ତୀବ୍ର ବିରୋଧ କରିଥିଲେ। ପୂର୍ବରୁ ଏମିତି ହୋଇନାହିଁ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। କିନ୍ତୁ ସେମାନଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରିଦେଇ ଖଣ୍ଡପୀଠ କହିଥିଲେ ଯେ କେଜ୍ରିୱାଲଙ୍କୁ ୨୧ ଦିନ ପାଇଁ ଅନ୍ତରୀଣ ଜାମିନ ମି‌ଳିଲେ ମାମଲା ଉପରେ‌ ସେଭଳି କୌଣସି ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପକାଇବନାହିଁ।

କେଜ୍ରିୱାଲଙ୍କୁ ଇଡି ଗିରଫ କରିବାରେ ବିଳମ୍ବ କରିଥିବା ନେଇ କୋର୍ଟ ପ୍ରଶ୍ନ ଉଠାଇଥିଲେ। ଖଣ୍ଡପୀଠ କହିଥିଲେ, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ୨୦୨୨ ଅଗଷ୍ଟରେ ଇସିଆଇଆର (ଏନଫୋର୍ସମେଣ୍ଟ୍‌ କେସ୍‌ ଇନ୍‌ଫର୍ମେସନ ରିପୋର୍ଟ) ରୁଜୁ କରିଥିଲେ, କିନ୍ତୁ କେଜ୍ରିୱାଲ ଗତ ମାର୍ଚ୍ଚ ୨୧ରେ ଗିରଫ ହେଲେ। ସେ ଦେଢ଼ବର୍ଷ ପର୍ଯ୍ୟନ୍ତ ସେଠାରେ ରହିଲେ। ଗିରଫ ପୂର୍ବରୁ କିମ୍ବା ପରେ ହୋଇଥାନ୍ତେ। ୨୧ ଦିନ ସେମିତି ‌କିଛି ପ୍ରଭାବ ପକାଇବନି ବୋଲି ଜଷ୍ଟିସ ଖାନ୍ନା କରିଛନ୍ତି। ଜାମିନ ମଂଜୁର କରିବା ସମୟରେ କୋର୍ଟ କହିଛନ୍ତି, କେଜ୍ରିୱାଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି, କିନ୍ତୁ ସେ ଏହି ମାମଲାରେ ଦୋଷୀସାବ୍ୟସ୍ତ ହୋଇନାହାନ୍ତି। କେଜ୍ରିୱାଲ ଅପରାଧ ପୃଷ୍ଠଭୂମିର ନୁହନ୍ତି ତେଣୁ ସେ ସମାଜ ପାଇଁ ବିପଦ ନୁହନ୍ତି ବୋଲି କୋର୍ଟ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button