ରାଜନୀତି

ପୁଣି ଓଡ଼ିଶା ଗସ୍ତରେ ଆସିଲେ ପ୍ରଧାନମନ୍ତ୍ରୀ ମୋଦୀ: ରାଜଧାନୀରେ କରିବେ ବହୁ ପ୍ରତୀକ୍ଷିତ ରୋଡ ସୋ’ – Kalinga News

[ad_1]

ଭୁବନେଶ୍ବର: ତିନି ଦିନର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସନ୍ଧ୍ୟାରେ ପୁଣି ଥରେ ଓଡ଼ିଶା ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି)ର ‌‌ଶୀର୍ଷ ନେତୃତ୍ବ ସ୍ବାଗତ ପାଇଁ ଅପେକ୍ଷା କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ବିଜେପି କାର୍ଯ୍ୟାଳୟ ଅଭିମୁଖେ ବାହାରିବେ।

ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପିର ମୁଖ୍ୟ କାର୍ଯ୍ୟାଳୟ ଠାରୁ ବାଣୀବିହାର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ରୋଡ ସୋ’ କରିବେ। ଏଥି ପାଇଁ ଜନପଥ ଲୋକାରଣ୍ୟରେ ପରିଣତ ହୋଇସାରିଛି। ମୋଦୀଙ୍କ ରୋଡ୍‌ ସୋ’ ‌ପାଇଁ କେବଳ ଭୁବନେଶ୍ବରବାସୀ ନୁହଁନ୍ତି। ବରଂ ବହୁ ଦୂରଦୂରାନ୍ତରୁ କର୍ମୀ ଓ ପ୍ରଶଂସକମାନେ ଜନପଥରେ ଗହଳି ଲଗାଇଛନ୍ତି। ଲୋକେ ପ୍ରାୟ ୬ ଘଣ୍ଟା ହେଲା ଜନପଥରେ ପହଞ୍ଚି ସାରିଛନ୍ତି। ଓଡ଼ିଶାର କଳା ଜନପଥରେ ଦେଖାଯାଇଛି। ଗୀତ, ନାଚ, ବାଦ୍ୟର ତାଳେତାଳେ ମୋଦୀଙ୍କୁ ସ୍ବାଗତ କରାଯିବା ପାଇଁ ପ୍ରସ୍ତୁତି ହୋଇଛି। ବିମାନବନ୍ଦର ଠାରୁ ମୋଦୀ ଯେଉଁ ରାସ୍ତାରେ ଯିବେ ସବୁଠି ବିଜେପିର ପତାକା ଉଡୁଛି। ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ମଧ୍ୟରେ ରହିଛି ୧୨ଟି ମଂଚ ପ୍ରସ୍ତୁତ କରାଯାଇଛି, ଯେଉଁଠି ମୋଦୀ ଓ ଓଡ଼ିଶାର ବିଭିନ୍ନ ପ୍ରତିକୃତି ପ୍ରଦର୍ଶନ କରାଯାଇଛି। ବିଜେପି ଶିବିରରେ ପୂରା ଉତ୍ସାହ ଦେଖାଯାଇଛି।

ମୋଦୀଙ୍କ ରୋଡ ସୋ’ରେ ପ୍ରମୁଖ ଆକର୍ଷଣ ସାଜିବେ ୨୦୦ ମହିଳା, ଯେଉଁମାନେ ସମ୍ବଲପୁରୀ ଶାଢ଼ି ପିନ୍ଧି ଏହି ଶୋଭାଯାତ୍ରାରେ ମୋଦୀଙ୍କ ଆଗେ ଆଗେ ଚାଲିବେ। ଓଡିଶାର ବରଗଡ଼ ଜିୁଲ୍ଲାରେ ବୁଣାଯାଉଥିବା ଏହି ତନ୍ତ ଏହି ତନ୍ତବୁଣା ଶାଢିରେ ପଶାଖେଳର ପାଲି ରହିବ, ଯାହା ଏହି ଶୋଭାଯାତ୍ରାକୁ ଏକ ପାରମ୍ପରିକ ପରିଚୟ ଦେବ। 

ଓଡ଼ିଶାକୁ ମୋଦୀଙ୍କ ବାରମ୍ବାର ଗସ୍ତ କେବଳ ଭୁବନେଶ୍ୱର ନୁହେଁ। ବରଂ ପୂରା ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ବୋଲି ଆଶା ରଖିଛି ବିଜେପି। ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ପୂର୍ବାହ୍ଣରେ କନ୍ଧମାଳ ଓ ବଲାଙ୍ଗୀର ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ସେହିପରି ଅପରାହ୍‌ଣରେ ବରଗଡ଼ ଜନସଭାକୁ ସମ୍ବୋଧିତ କରିବେ।

ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଓଡ଼ିଶା ପୁଲିସ ଓ ଏସପିଜି। ଭୁବନେଶ୍ୱର ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପହଁଚିବା ଠାରୁ ରାଜଭବନରେ ରାତ୍ରିଯାପନ ପର୍ଯ୍ୟନ୍ତ କଡ଼ାକଡ଼ି ରହିବ ସୁରକ୍ଷା ବ୍ୟବସ୍ଥା। ୫୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତନୟ କରାଯାଇଛି। ଏଥି ସହିତ ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ଜଣ ଏସିପି ଓ ୪୧ଜଣ ଇନ୍ସପେକ୍ଟର ରହିଛନ୍ତି।  ୩ଟି ଆଂଟି ଟେରର୍ ଗ୍ରୁପ୍ଳ ସପିଂ ମଲ୍ ଓ ବଡ଼ବଡ଼ କୋଠାରେ  ବନ୍ଧୁକଧାରୀ ପୁଲିସ ଜଗିବେ। ଡଗ୍ ସ୍କ୍ୱାଡ୍ ଓ ବମ୍ ସ୍କ୍ୱାଡ୍ ପଇଁତରା ମାରିବେ। ବ୍ଲୁ-ବୁକ୍ ଅନୁସାରେ ସୁରକ୍ଷା ଦାୟିତ୍ୱରେ ଏସ୍ପିଜି ସହ କମିସନରେଟ୍ ପୁଲିସ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button