ଅପରାଧ

୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସଇଁତଳା ତହସିଲ ଅମିନ – Kalinga News

[ad_1]

ସଇଁତଳା: ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲରେ କାର୍ଯ୍ୟରତ ଅମିନ ନିର୍ମଳେନ୍ଦୁ କବି ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସଇଁତଳାର ନିରଞ୍ଜନ ସାହୁଙ୍କୁ ତାଙ୍କ ଜମି ଡିମାରକେସନ ବାବଦକୁ ଆଗରୁ ଅମିନ ନିର୍ମଳେନ୍ଦୁ କବି ପଇସା ଲାଞ୍ଚ ମାଗୁଥିଲେ। ଏ ନେଇ ବଲାଙ୍ଗୀର ଭିଜିଲାନ୍ସ ବିଭାଗରେ ନିରଞ୍ଜନ ଅଭିଯୋଗ କରିଥିଲେ।

ଆଜି ଅମିନ ନିର୍ମଳେନ୍ଦୁ କବି ନିରଞ୍ଜନ ସାହୁଙ୍କଠୁ ୮ ହଜାର ଟଙ୍କା ତହସିଲ କାର୍ଯ୍ୟାଳୟରେ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା। ବଲାଙ୍ଗୀର ଭିଜିଲାନ୍ସ ଟିମ୍ ୮ ହଜାର ଟଙ୍କା ଜବତ କରିବା ସହ ନିର୍ମଳେନ୍ଦୁ କବିଙ୍କୁ ବଲାଙ୍ଗୀର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଅଧିକ ପଚରାଉଚରା କରୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button