ରାଜନୀତି

ଛତିଶଗଡ଼  ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ପ୍ରଚାର: ‘ବିଜେପି ଆସିଲେ ବିକାଶ ଆସିବ’ – Kalinga News

[ad_1]

ଲକ୍ଷ୍ମୀପୁର: ମୋଦୀ ଗ୍ୟାରେଣ୍ଟି ଦେଇ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ବିଜେଡି ସରକାରଙ୍କ ବିଫଳତା ଏବଂ ମୋଦୀ ସରକାରଙ୍କ ସଫଳତାକୁ ବର୍ଣ୍ଣନା କରିଛନ୍ତି। ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ବିକାଶର ଡବଲ୍‌ ଇଞ୍ଜିନ୍‌ କେଉଁ ଗତିରେ ଚାଲିବ ତାହାର ଗୋଟିଏ ତୁଳନାତ୍ମକ ଚିତ୍ର ରଖିଛନ୍ତି। ଖରାପ ପାଗ ଯୋଗୁଁ ୩ଘଣ୍ଟା ବିଳମ୍ବରେ ବିଷ୍ଣୁଦେବଙ୍କ ହେଲିକପ୍ଟର ବିଏସ୍‌ଏଫ୍‌ ହେଲିପ୍ୟାଡ୍‌ରେ ଅବତରଣ କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ଛତିଶଗଡ଼ ଜଙ୍ଗଲ ବିକାଶ ମନ୍ତ୍ରୀ କେଦାର କଶ୍ୟପ ଓ ରାୟପୁର ବିଧାୟକ ପୁରନ୍ଦର ମିଶ୍ର ମଧ୍ୟ ଲକ୍ଷ୍ମୀପୁର ଆସିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ରନ୍ଧନ ଗ୍ୟାସ୍‌, ଶୌଚାଳୟ, ପକ୍କାଘର ସହ ବ୍ୟାଙ୍କ ଆକାଉଣ୍ଟ ଖୋଲି ମହିଳାଙ୍କୁ ହକ୍‌ ପ୍ରଦାନ କରିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ଏବଂ ଧାରା ୩୭୦ ଉଚ୍ଛେଦ ଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ବିଜେଡି ୨୫ବର୍ଷ କ୍ଷମତାରେ ରହିବା ସତ୍ତ୍ବେ ଗରିବ ପରିବାରଙ୍କ ଜୀବନ ଓ ଜୀବିକାରେ କୌଣସି ପରିବର୍ତ୍ତନ ହୋଇନାହିଁ।

କେନ୍ଦ୍ର ଯୋଜନା ଲାଗୁ କରିବାରେ ରାଜ୍ୟ ସରକାର ହେଳା କରୁଛନ୍ତି। ଖଣିଜ ସଂପଦକୁ ମାଫିଆ ହରିଲୁଟ୍‌ କରୁଛନ୍ତି। ଛତିଶଗଡ଼ରେ ଡବଲ୍‌ ଇଞ୍ଜିନ୍‌ ସରକାର ଆସିବା ପରେ ଗତ ୪ମାସରେ ବିକାଶ ଦ୍ରୁତଗତିରେ ଚାଲିଛି। ୨୪ଲକ୍ଷ ୭୨ହଜ଼ାର ଚାଷୀଙ୍କ ଧାନ ୩୧ଶହ ଟଙ୍କାରେ କିଣି ଦୁଇ ବର୍ଷର ବୋନସ୍‌ ଦିଆଯାଇଛି। ୭୦ଲକ୍ଷ ମହିଳାଙ୍କୁ ମାତାଜୀ ବନ୍ଦନ ଯୋଜନାରେ ମାସିକ ହଜାରେ ଟଙ୍କା ଦିଆଯାଉଛି। ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଆଦିବାସୀ ବିକାଶ ମନ୍ତ୍ରଣାଳୟ ଗଠନ ହେଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୟରେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟପ୍ରତି ହେଲେ। ପ୍ରଧାନମନ୍ତ୍ରୀ ଦୈନିକ ୧୮ଘଣ୍ଟା ପରିଶ୍ରମ କରୁଛନ୍ତି। ଏଭଳି ନିଷ୍ଠାପର ନେତାଙ୍କୁ ପୁଣି କ୍ଷମତାକୁ ଆଣିବା ସହ ଡବଲ୍‌ ଇଞ୍ଜିନ୍‌ ସରକାର ନିମନ୍ତେ ବିଧାୟକ ପ୍ରାର୍ଥୀ କୈଳାସ କୁଲେସିକା ଓ ସାଂସଦ ପ୍ରାର୍ଥୀ କାଳୀରାମ ମାଝୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ।
ରାୟପୁର ବିଧାୟକ ପୁରନ୍ଦର ମିଶ୍ର ବିଜେପି କ୍ଷମତାକୁ ଆସିଲେ ଏବଂ କୈଳାସ ନିର୍ବାଚନ ଜିତିଲେ ନିଶ୍ଚିତ ମନ୍ତ୍ରୀ ପଦ ପାଇବେ ବୋଲି ପ୍ରକାଶ କରିଥିଲେ। ସେହିପରି ଜଙ୍ଗଲ ବିକାଶ ମନ୍ତ୍ରୀ କେଦାର କଶ୍ୟପ କହିଲେ, ଡବଲ୍‌ ଇଞ୍ଜିନ୍‌ ସରକାରରେ ବିକାଶ ପାଇଁ ଟଙ୍କା ଅଭାବ ରହିବ ନାହିଁ। କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ କୈଳାସ କୁଲେସିକା, ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ, ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, କୋରାପୁଟ ଲୋକସଭା ପ୍ରଭାରୀ ଗୋବିନ୍ଦ ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ପାଗ ଖରାପ ଯୋଗୁଁ ବିଷ୍ଣୁଦେବଙ୍କ ପଟାଙ୍ଗି ଓ କୋରାପୁଟ ସମାବେଶକୁ ବାତିଲ କରାଯାଇଥିଲା। ଏପରିକି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ୪ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଲକ୍ଷ୍ମୀପୁରରେ ରହିବାକୁ ପଡ଼ିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button