ମନୋରଞ୍ଜନ

ଏଥର ସୁପର୍‌ଷ୍ଟାର୍‌ ସଲ୍‌ମାନଙ୍କ ବିପକ୍ଷରେ ନାୟିକା ସାଜିବାକୁ ଯାଉଛନ୍ତି ରଶ୍ମିକା ମନ୍ଦାନା – Kalinga News

[ad_1]

ମୁମ୍ବାଇ: ସୁପରଷ୍ଟାର୍‌ ସଲ୍‌ମାନ ଖାନ୍‌ଙ୍କ ଅଗାମୀ ପ୍ରକଳ୍ପକୁ ନେଇ ଉତ୍ସାହ ବଢ଼ି ବଢ଼ି ଚାଲିଛି। ସଲ୍‌ମାନଙ୍କ ଶେଷ ଫିଲ୍ମ ‘ଟାଇଗର୍‌-୩’ ବକ୍ସ ଅଫିସ୍‌ରେ ସେପରି ଭଲ ରୋଜକାର କରିନାହିଁ। ଏହାରି ମଧ୍ୟରେ ପ୍ରଶଂସକ ଆଗାମୀ ପ୍ରକଳ୍ପକୁ ନେଇ ଆଶା ବାନ୍ଧି ବସିଛନ୍ତି।

କିଛିଦିନ ତଳେ ଏହି ଖବର ଶୁଣିବାକୁ ମିଳୁଥିଲା କି ସଲ୍‌ମାନ ଏବେ ଆମୀର ଖାନ୍‌ଙ୍କ ‘ଗଜ୍‌ନି’ ଓ ଅକ୍ଷୟ କୁମାରଙ୍କ ‘ହଲିଡେ’ର ନିର୍ଦ୍ଦେଶକ ଏ ଆର୍‌ ମୁରୁଗଦାସଙ୍କ ସହ ସିନେମା କରିବାକୁ ଯାଉଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସଲ୍‌ମାନଙ୍କ ଆଗାମୀ ଫିଲ୍ମ ଏକ ଦମଦାର୍‌ ଅକ୍ସନ ସିନେମା ହେବ। ଯାହାର ଶୀର୍ଷକ ହେଉଛି ‘ସିକନ୍ଦର୍‌’। ତେବେ ଏହି ସିନେମା ପାଇଁ ନାୟିକା ବି ବଛା ସରିଛି। ତେବେ ସଲ୍‌ମାନଙ୍କ ବିପକ୍ଷରେ ଏହି ସିନେମାରେ ନାୟିକା ବନିବେ ଅଭିନେତ୍ରୀ ରଶ୍ମିକା ମନ୍ଦାନା।

ନେସ୍‌ନାଲ୍‌ କ୍ରସ୍‌ କୁହାଯାଉଥିବା ରଶ୍କିକା ଏବେ ବଡ଼ ପରଦାରେ ଭାଇଜାନ୍‌ଙ୍କ ସହ ନଜର ଆସିବେ। ଏହି ଖବର ଶୁଣିବା ପରେ ପ୍ରଶଂସକମାନେ ଖୁବ୍‌ ଉତ୍ସୁକ ଅଛନ୍ତି। ପ୍ରଥମେ ‘ପୁଷ୍ପା’ ଓ ପରେ ‘ଆନିମଲ୍‌’ରେ ସଫଳତା ପାଇବା ପରେ ଏହି ଅଭିନେତ୍ରୀ ଏକେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ସଲ୍‌ମାନଙ୍କ ବିପକ୍ଷରେ ନାୟିକା ହେବା ପରେ ତାଙ୍କ କ୍ୟାରିୟର୍‌ ଯେ ଆଉ ଏକ ସୋପାନ ଚଢ଼ିବ ଏଥିରେ ସନ୍ଦେହ ନାହିଁ।

ସିନେ ନିର୍ମାତା ତାଙ୍କ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌‌‌ରେ ଏକ ପୋଷ୍ଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ ରଶ୍ମିକାଙ୍କୁ ସଲ୍‌ମାନଙ୍କ ସହ କାମ କରିବା ପାଇଁ ସ୍ବାଗତ କରିଛନ୍ତି ତାଙ୍କ ପୋଷ୍ଟ୍‌ରେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button