ଖେଳ ଖବର

ଭୁବନେଶ୍ବରରେ ଫେଡେରେସନ୍‌ କପ୍‌: ଭାଗ ନେବେ ନୀରଜ, କିଶୋର – Kalinga News

[ad_1]

ନୂଆଦିଲ୍ଲୀ: ଅଲିମ୍ପିକ୍‌ ତଥା ବିଶ୍ବ ଜାଭଲିନ୍‌ ବିଜେତା ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସ ପରେ ପ୍ରଥମ ଥର ଭାରତରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି। ଭୁବନେଶ୍ବରରେ ମେ’ ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଫେଡେରେସନ୍‌ କପ୍‌ରେ ନୀରଜ ଅଂଶଗ୍ରହଣ କରିବେ। ମେ’ ୧୦ ତାରିଖରେ ଦୋହାରେ ଆୟୋଜିତ ହେବାକୁ ଥିବା ଡାଏମଣ୍ଡ ଲିଗ୍‌ରେ ଭାଗ ନେଇସାରିବା ପରେ ନୀରଜ ଭୁବନେଶ୍ବର ଫେରିବେ। ନୀରଜଙ୍କ ସହ ଓଡ଼ିଆ ତାରକା କିଶୋର କୁମାର ଜେନା ଫେଡେରେସନ୍‌ କପ୍‌ରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଭାରତୀୟ ଦୌଡ଼କୁଦ ମହାସଂଘ ପକ୍ଷରୁ କୁହାଯାଇଛି।

ନୀରଜଙ୍କ ପ୍ରଶିକ୍ଷକ କ୍ଲଜ୍‌ ବାର୍ତୋନିଜ୍‌ ମଧ୍ୟ ନୀରଜଙ୍କ ଅଂଶଗ୍ରହଣ ଉପରେ ସ୍ପଷ୍ଟୋକ୍ତି କରିଛନ୍ତି। ଏଥିପୂର୍ବରୁ ଡାଏମଣ୍ଡ ଲିଗ୍‌ରେ ନୀରଜଙ୍କ ସହ କିଶୋର ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିବେ। ନୀରଜ ଶେ‌ଷ ଥର ପାଇଁ ୨୦୨୧ରେ ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ବର୍ଷ ମାର୍ଚ୍ଚ ୧୭ ତାରିଖରେ ଫେଡେରେସନ୍‌ କପ୍‌ରେ ସେ ୮୭.୮୦ ମିଟର ଜାଭଲିନ୍‌ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାପରଠୁ ସେ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ସହ ୨୦୨୨ରେ ଡାଏମଣ୍ଡ ଲିଗ୍‌ ବିଜେତା, ୨୦୨୩ରେ ବିଶ୍ବ ଚାମ୍ପିଅନ୍‌ ଓ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button