ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ୫ ଛାତ୍ର ଗିରଫ – Kalinga News

[ad_1]
ଘରକୁ ନେବା ବାହାନା କରି ବ୍ୟାଚେଲର୍ ମେସ୍କୁ ନେଇଥିଲେ
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଜଣେ ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଭଳି ଲୋମଟାଙ୍କୁରା ଘଟଣାରେ ତ୍ବରିତ ପଦକ୍ଷେପ ନେଇଛି ପୁଲିସ। ଏହି ଘଟଣାରେ ପୁଲିସ ୪ ଇଂଜିନିୟରିଂ ଛାତ୍ରଙ୍କ ସମେତ ୫ଜଣ ଛାତ୍ରଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗିରଫ କରିଛି। ସେମାନେ ହେଲେ ଆସିକା ଥାନା ପାଢ଼ୀ କଲୋନିର ରୁତୁନ କୁମାର ଦାସ(୨୨), କୋଟିନଡ଼ା ଥାନା ବାବନପୁର ପାଟଣାସାହିର ରୁଦ୍ର ଜେନା(୨୨), ବେଗୁନିଆପଡ଼ା ଥାନା ବାଲିସାହିର ଅଭିଳାଷ ପଲାଇ ଓରଫ୍ ଅଭି(୧୯), ସୋରଡ଼ା ଥାନା ସମ୍ପାଲିର ଆକାଶ ନାୟକ(୨୬) ଓ ଖଲ୍ଲିକୋଟ ଥାନା କେନ୍ଦୁପାଟର ଜୁମନ ଗୌଡ଼(୧୯) ବୋଲି ପୁଲିସ କହିଛି। ଏମାନଙ୍କ ଭିତରୁ ଜଣେ ବି ଫାର୍ମା ଓ ଆଉ ଚାରିଜଣ ବ୍ରହ୍ମପୁରର ବିଭିନ୍ନ ଇଂଜିନିୟରିଂ କଲେଜ ଛାତ୍ର। ସମସ୍ତେ ମିଶି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଦ୍ବିତୀୟ ଲାଇନ୍ରେ ଏକ ଭଡ଼ାଘରେ ମେସ୍ କରି ରହୁଛନ୍ତି। ପୁଲିସ ଡାକ୍ତରୀ ମାଇନା ପରେ ସମସ୍ତଙ୍କୁ ଆଜି କେସ୍ ନମ୍ବର ୨୪୦/୨୪ରେ କୋର୍ଟ ଚାଲାଣ କରିଥିବା ବ୍ରହ୍ମପୁର ଏସ୍ପି ଡା.ସାର୍ଥକ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେହିପରି କୋର୍ଟରେ ପୀଡ଼ିତାଙ୍କ ବୟାନ୍ ରେକର୍ଡ଼ କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ନିଶା ଦେଇ ରାତି ୧୦ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲେ
ପୁଲିସ ସୂଚନା ଅନୁସାରେ, ବୈଦ୍ୟନାଥପୁର ଥାନା ଇଲାକାରେ ରହୁଥିବା ଜଣେ ଯୁକ୍ତଦୁଇ ଶ୍ରେଣୀର ନାବାଳିକା ଛାତ୍ରୀ ଗତ ୩ତାରିଖରେ ତାଙ୍କର ଜଣେ ସାଙ୍ଗକୁ ଭେଟିବାକୁ ଯାଇଥିଲେ। ସେଠାରୁ ଫେରି ଛାତ୍ରୀ ଜଣଙ୍କ ଅପରାହ୍ଣରେ ହିଲପାଟଣା ଠାରେ ନିଜ ବାପାଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ରୁତୁନ ସେଠାରେ ପହଞ୍ଚି ନାବାଳିକାଙ୍କୁ ସାକ୍ଷାତ କରିଥିଲା। ରୁତୁନ ପୂର୍ବରୁ ସେହି ଛାତ୍ରୀଙ୍କ ସହିତ ପରିଚିତ ଥିବା ଏସ୍ପି କହିଛନ୍ତି। ଏକୁଟିଆ କାହିଁକି ଛିଡ଼ା ହୋଇଛ ବୋଲି କହି ରୁତୁନ ସମ୍ପୃକ୍ତ ନାବାଳିକାଙ୍କୁ ତାଙ୍କର ଘରକୁ ଯିବାକୁ ଡାକିଥିଲେ। ନାବାଳିକା ଜଣଙ୍କ ରୁତୁନଙ୍କ କଥାରେ ବିଶ୍ବାସ କରି ତାଙ୍କ ସହିତ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ନାବାଳିକା ଜଣଙ୍କ ତାହା ଘର ନୁହେଁ ଏକ ବ୍ୟାଚେଲର୍ ମେସ୍ ବୋଲି ଜାଣିବାକୁ ପାଇଥିଲେ। ରୁତୁନଙ୍କୁ ନାବାଳିକା ଜଣଙ୍କ ଏ ନେଇ ପ୍ରଶ୍ନ କରିବାରୁ ରୁତୁନ ତାଙ୍କୁ କିଛି ମୃଦୁ ପାନୀୟ ପିଇବାକୁ ଦେଇ ମା’ଙ୍କୁ ଡାକି ଆଣୁଛି ବୋଲି କହି ଚାଲି ଯାଇଥିଲେ। କିଛି ସମୟ ପରେ ରୁତୁନ ନିଜର ୫ରୁ ୬ଜଣ ସାଙ୍ଗଙ୍କୁ ଧରି ଆସିଥିଲେ। ରୁତୁନଙ୍କ ସମେତ ସମସ୍ତେ ହଷ୍ଟେଲ ରୁମକୁ ଆସି ଦେଖିବା ବେଳେ ନାବାଳିକା ଜଣଙ୍କ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ମୃଦୁ ପାନୀୟରେ କିଛି ନିଶା ଔଷଧ ଦିଆଯାଇଥିବା ପୁଲିସ ଅନୁମାନ କରୁଛି। ଏହାପରେ ଜଣେ ପରେ ଜଣେ ରାତି ୧୦ଟା ପର୍ଯ୍ୟନ୍ତ ସମ୍ପୃକ୍ତ ନାବାଳିକାଙ୍କ ସହିତ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲେ। ପରିଶେଷରେ ନାବାଳିକା ଜଣଙ୍କ ଅଚେତ ଅବସ୍ଥାରୁ ଫେରି ସାମାନ୍ୟ ଠିକ୍ ହେବା ପରେ ଘଟଣା ସମ୍ପର୍କରେ କାହାକୁ କିଛି ନକହିବାକୁ ରୁତୁନ ଧମକ୍ ଦେଇଥିଲା। ଘଟଣା ସମ୍ପର୍କରେ କାହାକୁ କିଛି କହିଲେ ଜୀବନରେ ମାରି ଦେବାକୁ ଧମକ୍ ମଧ୍ୟ ଦେଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି।
ଏହାପରେ ରୁତୁନ ଓ ତା’ର ଜଣେ ସାଙ୍ଗ ସହିତ ନାବାଳିକାଙ୍କୁ ନେଇ ବିଜିପୁର ସ୍ଥିତ ସନ୍ତୋଷୀ ମା’ ମନ୍ଦିର ଗଳି ନିକଟରେ ଛାଡ଼ି ଦେଇଥିଲେ। ନାବାଳିକା ଜଣକ ଘଟଣା ବିଷୟରେ ପରିବାର ଲୋକଙ୍କୁ କହିବା ପରେ ଗତ ୫ ତାରିଖରେ ପୀଡ଼ିତାଙ୍କ ପରିବାରବର୍ଗ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ରୁତୁନ, ରୁଦ୍ର, ଅଭିଳାଷ, ଆକାଶ ଓ ଜୁମନକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି, ସେ ନେଇ ପୁଲିସ ତଦନ୍ତ ଜାରି ରଖିଥିବା ବ୍ରହ୍ମପୁର ଏସ୍ପି ସୂଚନା ଦେଇଛନ୍ତି।
[ad_2]