ଦେଶ- ବିଦେଶ

ରାହୁଲ ଗାନ୍ଧିଙ୍କ ଜେଜେମା’ ବି ସିଏଏ ଉଚ୍ଛେଦ କରିପାରିବେନି : ଶାହ – Kalinga News

[ad_1]

ନୂଆଦିଲ୍ଲୀ : ସିଏଏ (ନାଗରିକତା ସଂଶୋଧନ ଆଇନ) ଉଚ୍ଛେଦ କରିବାପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ବିରୋଧୀ ଦଳକୁ ଚାଲେଞ୍ଜ କରିଛନ୍ତି। ଲଖିମପୁର ଖେରିରେ ଏକ ନିର୍ବାଚନ ରାଲିରେ ଉଦବୋଧନ ଦେଇ ଶାହ କହିଛନ୍ତି, ରାହୁଲ ଗାନ୍ଧି ଏବଂ ଅଖିଳେଶ ଯାଦବଙ୍କ ଭଳି ବିରୋଧୀ ନେତା ସିଏଏକୁ ବିରୋଧ କରିଛନ୍ତି। କିନ୍ତୁ ରାହୁଲ ଗାନ୍ଧିଙ୍କ ଜେଜେମା’ ବି ଯଦି ଏବେ ପୃଥିବୀକୁ ଆସନ୍ତି ତେବେ ବି ସେ ସିଏଏ ଉଚ୍ଛେଦ କରିପାରିବେନି। ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶ ପାକିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ସଂଖ୍ୟାଲଘୁଙ୍କୁ ନାଗରିକତ୍ବ ପ୍ରଦାନ କରିବ। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ମାର୍ଚ୍ଚରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ସିଏଏ କାର୍ଯ୍ୟକାରୀ କରିଥିଲେ। ୨୦୧୯ ଡିସେମ୍ବରରେ ଏହି ବିଲ୍ ସଂସଦରେ ଗୃହୀତ ହେବାର ୪ ବର୍ଷ ପରେ ଏହା କାର୍ଯ୍ୟକାରୀ ହୋଇଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button