ଦେଶ- ବିଦେଶ

ଲୋକସଭା ନିର୍ବାଚନକୁ ନେଇ ଶୁଆର ଭବିଷ୍ୟବାଣୀ : ଜଣାପଡିବା ପରେ ଏବେ ଅଡୁଆରେ ଶୁଆ ମାଲିକ

କାହାର ହେବ ବିଜୟ ! ଭବିଷ୍ୟବାଣୀ କରି କହିଲା ଶୁଆ ! ହଁ ଅଜ୍ଞା ଲୋକସଭା ନିର୍ବାଚନକୁ ନେଇ ଗୋଟିଏ ଶୁଆ ଭବିଷ୍ୟବାଣୀ କରିଛି । ଶୁଆର ଏହି ଭବିଷ୍ୟବାଣୀ ପରେ ତାହାକୁ ନେଇ ସବୁଆଡେ ଚର୍ଚା ଜୋର ଧରିଛି । ଏହି ଖବରଟି ଦ୍ରୁତ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଯାହାକୁ ନେଇ ରାଜନୈତିକ ମାହୋଲ ପୁରା ସରଗରମ ହୋଇ ଉଠିଛି । ହେଲେ ଏହି ନିର୍ବାଚନ ଭବିଷ୍ୟବାଣୀଙ୍କୁ ନେଇ ଶୁଆଟି ଚର୍ଚାରେ ରହିଛି ।

 

ତେବେ ଶୁଆକୁ ନେଇ ଏଭଳି ଚର୍ଚା ତାମିଲନାଡୁର କୁଡାଲୁ ଅଞ୍ଚଳରେ ଦେଖିବାକୁ ମିଳିଛି । ଲୋକଙ୍କ ଭବିଷ୍ୟତ ଉପରେ ଭବିଷ୍ୟବାଣୀ କରୁଥିବା ଗୋଟିଏ ଶୁଆର ମାଲିକକୁ ଏବେ ପୋଲିସ ଗିରଫ କରିଛି । କୁଡାଲୁ ଲୋକସଭା ଆସନରେ କିଏ ଜିତିବ ବୋଲି ପୂର୍ବାନୁମାନ କରି ଭବିଷ୍ୟବାଣୀ କରି କହିଥିଲା ଏହି ଶୁଆ । ତେବେ ଶୁଆକୁ ବନ୍ଦୀ କରି ରଖି ଏଭଳି ଭବିଷ୍ୟବାଣୀ କରୁଥିବାରୁ ସେହି ଶୁଆର ମାଲିକକୁ ଏବେ ପୋଲିସ ଗିରଫ କରିଛି ।

କାରଣ ଶୁଆକୁ କୌଣସି ଲୋକ ବନ୍ଦୀ କରି ରଖିବା ହେଉଛି ଗୋଟେ ଅପରାଧ । ତେଣୁ ଯେଉଁ ଲୋକ ଶୁଆକୁ ଘରେ ବନ୍ଦୀ କରି ରଖି ଏଭଳି ଶୁଆ ଭବିଷ୍ୟବାଣୀ କରିବାର ପ୍ରହସନ କରୁଛି । ସେଭଳି ଲୋକଙ୍କୁ ଗିରଫ କରିବା ସହ 10,000 ଟଙ୍କା ଜୋରିମାନା ମଧ୍ୟ ଦେବାକୁ ପଡିବ । ଏପିଲ 19 ତାରିଖରେ ତାମିଲନାଡୁର କୁଡାଲୁରେ ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଟିତ ହେବାକୁ ଯାଉଛି । କୁଡାଲୁ ଲୋକସଭା ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଯାଇଛି ।

ବର୍ତ୍ତମାନ ଭୋଟ ପାଇଁ ପୂର୍ବ ପ୍ରସ୍ତୁତି ଜୋରଦାର ଚାଲିଛି । ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ତୃଣମୂଳ ସ୍ତରରେ ନିଜକୁ ମଜଭୁତ କରିବା ପାଇଁ ପୁରା ଦମରେ ଲାଗି ପଡିଛନ୍ତି । ଏହି ନିର୍ବାଚନରେ ବିଜେପି ଓ ପିଏମକେ ମଧ୍ୟରେ ମେଣ୍ଟ ହୋଇଛି । ପିଏମକେ ଥମକର ବଚନକୁ ପ୍ରାର୍ଥୀ କରିଛି । ତେବେ ତାମିଲନାଡୁର କୁଡାଲୁ ଠାରେ ହେବାକୁ ଥିବା ଲୋକସଭା ନିର୍ବାଚନରେ କିଏ ବାଜି ମାରିବ ? ତାହା ଦେଖିବାକୁ ଅପେକ୍ଷା ରହିଲା । ହେଲେ କିନ୍ତୁ ଏହାରି ମଧ୍ୟରେ ଶୁଆର ନିର୍ବାଚନକୁ ନେଇ ଏଭଳି ଭବିଷ୍ୟବାଣୀ କରିବା କେତେ ଦୂର ଠିକ ହେବ ତାହା ତ କେବଳ ସମୟ କହିପାରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button