ମନୋରଞ୍ଜନ

ଆଉ ଦିନ କେଇଟା ପରେ ରଜ, ଆଜିଠୁ ଶିଖିଥାନ୍ତୁ ସ୍ପେଶାଲ ରଜପାନ

ଆଉ ଦିନ କେଇଟା ପରେ ରଜ। ଆଉ ରଜର ସ୍ପେଶାଲ ହେଉଛି ରଜ ପାନ। ରଜ ପାନ ବିନା ରଜ ଏକଦମ୍‌ ଫିକା ଫିକା। ରଜ ଦୋଳି ସାଙ୍ଗକୁ ରଜ ପାନ ଖାଇବା ରଜ ପର୍ବକୁ ଦ୍ୱିଗୁଣିତ କରିଦେଇଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ପାନ ପତ୍ର – ୪
ଗୁଆ – ୧ ଟେବୁଲ ଚାମଚ
ନଡିଆ – ୧ ଟେବୁଲ ଚାମଚ
ପାନ ମଧୁରୀ – ୧ ଟେବୁଲ ଚାମଚ
କିସମିସ – ୧ ଚାମଚ
ଖଜୁର – ୧ ଟେବୁଲ ଚାମଚ (କଟା ହୋଇଥିବା)
ମାଉଥ ଫ୍ରେସନର – ୨ ଟେବୁଲ ଚାମଚ

ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ସର୍ବପ୍ରଥମେ ପାନ ପତ୍ରକୁ ଧୋଇ ପାଣିକୁ ପୋଛି ଦିଅନ୍ତୁ। ଏବେ ଏକ ପାତ୍ରରେ ସବୁ ଜିନିଷକୁ ମିଶାଇ ଭଲଭାବେ ମିକ୍ସ କରନ୍ତୁ। ଏହାପରେ ପାନ ପତ୍ରରେ ଗୁଆ ରଖନ୍ତୁ। ଏହାପରେ ବାକି ମିଶ୍ରଣକୁ ଏମିତି ଭାବରେ ରଖନ୍ତୁ ଯେପରି ପାନ ପତ୍ର ଭଲଭାବେ ବନ୍ଦ ହୋଇପାରିବ। ଏବେ ପାନକୁ ଫୋଲ୍ଡ କରନ୍ତୁ। ଏହାପରେ ଏକ ଲବଙ୍ଗ ନହେଲେ ଟୁଥପିକ ସାହାଯ୍ୟରେ ପାନକୁ କଭର କରି ରଖନ୍ତୁ। ଏବେ ଆପଣଙ୍କର ପାନ ପ୍ରସ୍ତୁତ ହୋଇଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button