ରାଜନୀତି

ପ୍ରାର୍ଥିପତ୍ର ଦାଖଲ ବେଳେ ରାଜଶ୍ରୀ ହଟହଟ୍ଟା: ୫୦ ମିନିଟ୍ ବିଳମ୍ବରେ ପହଞ୍ଚିଲା ପ୍ରାର୍ଥିପତ୍ର – Kalinga News

[ad_1]

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଜୁନ୍ ୧ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଛି। ଆଜି ସକାଳେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ଦିନରେ ବିଜେଡିର ଲୋକସଭା ପ୍ରାର୍ଥୀ ଡାକ୍ତର ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ବିଧାନସଭାରୁ ବିଜେଡି ପ୍ରାର୍ଥୀ ରମାକାନ୍ତ ଭୋଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଉଭୟ ପ୍ରାର୍ଥୀ ଆଜି ସକାଳେ ମା ସାରଳାଙ୍କୁ ଦର୍ଶନ କରି ମୋଟରସାଇକେଲ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଆସିଥିଲେ। ଲୋକସଭା ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଦିନ ପ୍ରାୟ ୧ଟା ୪୫ରେ ଜିଲ୍ଲାପାଳ ଅନୁପମ ସାହାଙ୍କ ପ୍ରକୋଷ୍ଠକୁ ଯାଇଥିଲେ। କିନ୍ତୁ ସେ ପହଞ୍ଚିଥିଲେ ବି ତାଙ୍କର ପ୍ରାର୍ଥିପତ୍ରପତ୍ର ଧରି ଓକଲି ପହଞ୍ଚି ନ ଥିଲେ। ଯାହା ଫଳରେ ପ୍ରାୟ ୫୦ ମିନିଟ୍ ଧରି ଶ୍ରୀମତୀ ମଲ୍ଲିକ ସେଠାରେ ବସି ରହିବା ସହ ବ୍ୟସ୍ତବିବ୍ରତ ହୋଇଥିଲେ। ୧୫ରୁ ୨୦ ମିନିଟ୍ ପରେ ଜିଲ୍ଲାପାଳ ଶ୍ରୀ ସାହା ମଧ୍ୟ ଏ ସମ୍ପର୍କରେ ପଚାରି ବୁଝିଥିଲେ। ସତ୍ୟପାଠ ପ୍ରସ୍ତୁତ ସରି ନ ଥିବାରୁ ବିଳମ୍ବ ହେଉଥିବା ଜଣାପଡ଼ିଥିଲା।

ଦିନ ପ୍ରାୟ ୨ଟା ୩୫ରେ ରାଜଶ୍ରୀଙ୍କ ଓକିଲ ପ୍ରାର୍ଥିପତ୍ର ଓ ସତ୍ୟପାଠ ଧରି ଜିଲ୍ଲାପାଳଙ୍କ ପ୍ରକୋଷ୍ଠକୁ ଆସିଥିଲେ। ୪ ସେଟ୍ ପ୍ରାର୍ଥିପତ୍ର ଭରିବା ପାଇଁ ଆସିଥିବା ଶ୍ରୀମତୀ ମଲ୍ଲିକ ଗୋଟିଏ ସେଟ୍ ପ୍ରାର୍ଥିପତ୍ର କରିଥିଲେ। ଆସନ୍ତାକାଲି ଆଉ ତିନି ସେଟ୍ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ରମାକାନ୍ତ ଭୋଇ ମଧ୍ୟ ସମାନ ସମୟରେ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ରିଟର୍ଣ୍ଣିଂ ଅଫିସର ଏଡିଏମ୍(ଜେନେରାଲ) ଅଭିମନ୍ୟୁ ବେହେରାଙ୍କ ପ୍ରକୋଷ୍ଠକୁ ଯାଇଥିଲେ। ସେଠାରେ ମଧ୍ୟ ଫଟୋ ଓ ଅନ୍ୟ କିଛି କାଗଜପତ୍ରକୁ ନେଇ ସାମାନ୍ୟ ବିଳମ୍ବ ହୋଇଥିଲା। କିନ୍ତୁ ସେ ୨ ସେଟ୍ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଆସନ୍ତା ୧୪ ତାରିଖ ଯାଏଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ। ୧୫ରେ ପ୍ରାର୍ଥିପତ୍ର ଯାଞ୍ଚ ପରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ସୁଯୋଗ ରହିଛି। ମେ’ ୧୮ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button