ଖେଳ ଖବର

୧୨ ବର୍ଷ ପରେ ୱାଙ୍ଖ୍‌ଡେ ବିଜୟ: କେକେଆରଠୁ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ – Kalinga News

[ad_1]

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ଚତୁର୍ଥ ମ୍ୟାଚ୍‌ରେ ହାରିବା ସହ ୧୧ ମ୍ୟାଚ୍‌ରୁ ଅଷ୍ଟମ ପରାଜୟ ବରଣ କରିଛି। କୋଲକାତା ନାଇଟ୍‌ ରାଇଡର୍ସ ଦେଇଥିବା ୧୭୦ ରନ୍‌ର ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ୭ ବଲ୍‌ ପୂର୍ବରୁ ୧୪୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ଫଳରେ କେକେଆର୍‌ ଏକ ବହୁ ପ୍ରତୀକ୍ଷିତ ବିଜୟ ପାଇଛି। ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ୧୨ ବର୍ଷ ପରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଜିତିଛି କେକେଆର୍‌। ଶେଷ ଥର ପାଇଁ ୨୦୧୨ରେ ଦଳ ଏଠାରେ ୧୪୦ ରନ୍‌କୁ ଡିଫେଣ୍ଡ୍ କରି ଜିତିଥିବାବେଳେ ଶୁକ୍ରବାର ୧୭୦ ରନ୍‌ ଲକ୍ଷ୍ୟକୁ ହାସଲ କରିବାକୁ ‌ଦେଇନାହିଁ। ମୋଟ ଉପରେ ୱାଙ୍ଖ୍‌ଡେରେ କେକେଆର୍‌ ୧୧ ମ୍ୟାଚ୍‌ ଖେଳି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମାତ୍ର ଦ୍ବିତୀୟ ବିଜୟ ପାଇଛି। ଚଳିତ ଋତୁରେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ୬ ପଶ୍ଚାତ୍‌ଧାବନରୁ ମାତ୍ର ଗୋଟିଏ ଜିତିଛି। ଫଳରେ ଏହି ୫ ଥର ବିଜେତା ଏହି ଦଳ ପ୍ଲେ ଅଫ୍ ଦୌଡ଼ରୁ ବାଦ୍‌ ପଡ଼ିବା ଦ୍ବାରରେ ପହଞ୍ଚିଯାଇଛି। କେକେଆର୍ କିନ୍ତୁ ସପ୍ତମ ବିଜୟ ସହ ଦ୍ବିତୀୟ ସ୍ଥାନକୁ ଅଧିକ ଦୃଢ଼ କରିଛି।

ଶୁକ୍ରବାର ୧୭୦ ରନ୍‌ ପଶ୍ଚାତ୍‌ଧାବନ ବେଳେ କେକେଆର୍‌ ଭଳି ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଈଶାନ କିଶନ (୧୩), ରୋହିତ ଶର୍ମା (୧୧), ନମନ ଧୀର୍‌ (୧୧), ତିଳକ ବର୍ମା (୪), ନେହଲ ୱାଧିରା (୬), ହାର୍ଦିକ ପାଣ୍ଡ୍ୟା (୧) ଭଳି ତାରକା ବ୍ୟାଟର୍‌ ସଅଳ ପାଭିଲିଅନ୍‌ ଫେରିଯାଇଥିଲେ। ୭୧/୬ରେ ସଂଘର୍ଷ କରୁଥିବା ମୁମ୍ବାଇ ପ‌ାଇଁ ସୂର୍ଯ୍ୟକୁମାର ଯାଦବ ଗୋଟିଏ ପଟୁ ଲଢ଼ିଥିଲେ। ଗୋଟିଏ ସମୟରେ ଲାଗୁଥିଲା ଭେଙ୍କଟେଶ ଆୟରଙ୍କ ଭଳି ସୂର୍ଯ୍ୟକୁମାର (୫୬, ୩୫ ବଲ୍‌) ମୁମ୍ବାଇ ନୌକାକୁ କୂଳରେ ପହଞ୍ଚାଇଦେବେ। କିନ୍ତୁ ଡେଥ୍‌ ଓଭର ଆରମ୍ଭ ହେବା ବେଳକୁ ରସେଲ୍‌ଙ୍କ ଶିକାର ହୋଇଥିଲେ। ନିମ୍ନଭାଗରେ ଟିମ୍‌‌ ଡେଭିଡ୍‌ ମଧ୍ୟ ଚୌକା, ଛକା ମାରି ମୁମ୍ବାଇ ଶିବିରରେ ଆଶା ସଂଚାର କରିଥିଲେ। ‌ସେ ମଧ୍ୟ ଲମ୍ବା ଖେଳିପାରି ନଥିଲେ। ପ୍ରଥମ ୱିକେଟ୍‌ ନେଇଥିବା ମିଚେଲ ଷ୍ଟାର୍କ (୪/୩୩) ୧୯ତମ ଓଭରରେ ୩ ୱିକେଟ୍‌ ନେଇ ମ୍ୟାଚ୍‌ ଶେଷ କରିଥିଲେ। ଓଭରର ଦ୍ବିତୀୟ ଓ ତୃତୀୟ ବଲ୍‌ରେ ଡେଭିଡ୍‌ ଓ ପିୟୂଷ ଚାୱଲାଙ୍କୁ ଆଉଟ୍‌ କରିଥିଲା ବେଳେ ଚତୁର୍ଥ ବଲ୍‌ରେ ବୁମ୍‌ରା ୧ରନ୍‌ ନେଇଯାଇଥିଲେ। କିନ୍ତୁ ପଞ୍ଚମ ବଲ୍‌ରେ ଗୋରାଲ୍ଡ କୋଏତ୍‌ଜିଙ୍କୁ ଷ୍ଟାର୍କ ଆଉଟ୍‌ କରି ପାଳି ଶେଷ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରାୟଣ, ଆନ୍ଦ୍ରେ ରସେଲ୍‌ ୨ ୱିକେଟ୍‌ ଲେଖାଏଁ ନେଇ ‌ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟକ୍ରମ ଭାଙ୍ଗିଦେଇଥିଲେ। ଚତୁର୍ଥ ଥର ପାଇଁ ଏକ ଆଇପିଏଲ୍ ମ୍ୟାଚ୍‌ରେ ଉଭୟ ଦଳ ଅଲ୍ଆଉଟ୍ ହେବା ଦେଖିବାକୁ ମିଳିଥିଲା। ଆକର୍ଷଣୀୟ ଅର୍ଦ୍ଧଶତକ ପାଇଁ ଭେଙ୍କଟେଶ ଆୟର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ପୂର୍ବରୁ ବାମହାତୀ ବ୍ୟାଟର୍‌ ଭେଙ୍କଟେଶ ଆୟର ଓ ଇମ୍ପାକ୍ଟ ପ୍ଲେୟର ମନୀଷ ପାଣ୍ଡେଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ପାଇଁ ବିପର୍ଯ୍ୟୟ ଘେରରେ ପଡ଼ିଥିବା କୋଲ୍‌କାତା ନାଇଟ୍‌ ର‌ାଇଡର୍ସ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚିଥିଲା। ମୁମ୍ବାଇ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ ବୋଲରମାନେ ମଧ୍ୟ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ନିଷ୍ପତ୍ତିର ସମ୍ମାନ ରଖିଥିଲେ। ପାୱାର ପ୍ଲେ ଭିତରେ ୪ ୱିକେଟ୍‌ ଖସିଯାଇଥିଲା ବେଳେ ୫୭ ରନ୍‌ ମଧ୍ୟରେ ଦଳର ଅଧା ଖେଳାଳି ପ୍ୟାଭିଲିଅନ୍‌ ଫେରିଯାଇଥିଲେ। ପୂର୍ବ ମ୍ୟାଚ୍‌ଗୁଡ଼ିକରେ ବିସ୍ଫୋରକ ଖେଳିଆସୁଥିବା ଫିଲ୍‌ ସଲ୍ଟ (୫), ସୁନୀଲ ନାରାୟଣ (୮), ଅଙ୍ଗକ୍ରିସ ରଘୁବଂଶୀ (୧୩), ଶ୍ରେୟସ ଆୟର (୬) ଓ ରିଙ୍କୁ ସିଂହ (୯) ଏଥର ଖାତା ଖୋଲି ପାରି ନଥିଲେ। ତଥାପି ଭେଙ୍କଟେଶ ଓ ମନୀଷ ରକ୍ଷଣାତ୍ମକ ଭାବେ ଭାଗୀଦାରି ଆରମ୍ଭ କରିବା ସହ ଷଷ୍ଠ ୱିକେଟ୍‌ରେ ୬୨ବଲ୍‌ରୁ ୮୩ ରନ୍‌ ଯୋଡ଼ିଥିଲେ। ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ମନୀଷଙ୍କୁ ୪୨ ରନ୍‌ରେ ପାଣ୍ଡ୍ୟା ‌ଆଉଟ୍‌ କରିବା ପରେ ଡେଥ୍‌ ଓଭର ବିଶେଷଜ୍ଞ ଆନ୍ଦ୍ରେ ରସେଲ୍‌ ଦୁର୍ଭାଗ୍ୟଜନକ ଭ‌ାବେ ରନ୍‌ଆଉଟ୍‌ ହୋଇଯାଇଥିଲେ। ଭେଙ୍କଟେଶ (୭୦) କିନ୍ତୁ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖି ଦଳକୁ ମଜବୁତ୍‌ ସ୍ଥିତିରେ ପହଞ୍ଚାଇଥିଲେ। ନୁୱାନ ଥିସାରା (୩/୪୨) ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲା ବେଳେ ଯଶପ୍ରୀତ୍‌ ବୁମ୍‌ରା (୩/୧୮) ବାଇଗଣୀ ଟୋପି (୧୭ ୱିକେଟ୍‌) ପିନ୍ଧିଥିଲେ।

ସଂକ୍ଷିପ୍ତ ସ୍କୋର: କୋଲକାତା ନାଇଟ୍‌ ରାଇଡର୍ସ ୧୯.୫ ଓଭରରେ ୧୬୯ (ଭେଙ୍କଟେଶ ଆୟର-୭୦, ମନୀଷ ପାଣ୍ଡେ-୪୨, ନୁୱାନ ଥିସାରା-୩/୪୨, ଯଶପ୍ରୀତ୍‌ ବୁମ୍‌ରା-୩/୧୮, ହାର୍ଦିକ ପାଣ୍ଡ୍ୟା-୨/୪୪)। ମୁମ୍ବାଇ ଇଣ୍ଡିଆନ୍ସ ୧୮.୫ ଓଭରରେ ୧୪୫/୧୦ (ସୂର୍ଯ୍ୟକୁମାର ୟାଦବ-୫୬, ଟିମ୍ ଡେଭିଡ୍‌-୨୪, ମିଚେଲ ଷ୍ଟାର୍କ-୪/୩୩, ବରୁଣ ଚକ୍ରବର୍ତ୍ତୀ-୨/୨୨, ସୁନୀଲ ନାରାୟଣ-୨/୨୨, ଆନ୍ଦ୍ରେ ରସେଲ-୨/୩୦)।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button