ରାଜନୀତି

ବିଜେପିର ୧୦ ବର୍ଷ ଶାସନ କାଳରେ ଓଡ଼ିଶାକୁ ମିଳିଛି ୧୮ ଲକ୍ଷରୁ ଅଧିକ କୋଟି ଟଙ୍କାର ଅନୁଦାନ: ଧର୍ମେନ୍ଦ୍ର – Kalinga News

[ad_1]

ମୋଦୀଙ୍କ ଦ୍ବାରା ଏତେ ଅନୁଦାନ ପରେ ବି ଓଡ଼ିଶାର ବିକାଶ କାହିଁକି ହୋଇପାରୁନି?

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଅପରାହ୍‌ଣରେ ପୂରା ଦମ୍ଭୋକ୍ତି ସହ ଓଡ଼ିଶାରେ ୨୧ରୁ ୨୧ ଲୋକସଭା ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି) ଜିତିବ ବୋଲି କହିଛନ୍ତି। ଓଡ଼ିଶାରେ ବିଜେପି କାହିଁକି ଭଲ ପ୍ରଦର୍ଶନ କରିବ, ‌ଏନେଇ ଶ୍ରୀ ପ୍ରଧାନ କାରଣ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠୁ ଲୋକପ୍ରିୟ ନେତା ହୋଇଗଲେଣି। ବୟସ୍କ, ମହିଳା, ଯୁବବର୍ଗଠୁ ଆରମ୍ଭ କରି ସଭିଏଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଆସ୍ଥା ବଢ଼ାଇଛନ୍ତି। ମୋଦୀଙ୍କ ଶାସନକାଳରେ ସବୁଠୁ ଅଧିକ ଲାଭାର୍ଥି ରାଜ୍ୟ ହୋଇଛି ଓଡ଼ିଶା। ୨୦୦୪ରୁ ୨୦୧୪ କଂଗ୍ରେସ ଶାସନରେ ଓଡ଼ିଶାକୁ ପ୍ରାୟ ୩ଲକ୍ଷ କୋଟିର ଆର୍ଥିକ ଅନୁଦାନ ମିଳିଥିଲା। କିନ୍ତୁ ବିଜେପିର ୧୦ ବର୍ଷର ଶାସନ କାଳରେ ୧୮ ଲକ୍ଷରୁ ଅଧିକ କୋଟି ଟଙ୍କା ଓଡ଼ିଶାର ଉନ୍ନତି ପାଇଁ ମୋଦୀ ସରକାର ପଠାଇଛନ୍ତି। ଆଉ ପ୍ରତିଦ୍ୱନ୍ଦ୍ୱୀମାନେ ଏହାକୁ ନେଇ ସନ୍ଦେହ କରୁଛନ୍ତି।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବଦିକ ସମ୍ବିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀ ପ୍ରଧାନ କହିଛନ୍ତି, ମୋଦୀ ସରକାରଙ୍କ ଏତେ ଆର୍ଥିକ ଅନୁଦାନ ପରେ ବି ଓଡ଼ିଶାର ବିକାଶ କାହିଁକି ହୋଇପାରୁନି? ଓଡ଼ିଆ ଅସ୍ମିତା, ଓଡ଼ିଆ ସଂସ୍କୃତି ଉପରେ ପ୍ରଶ୍ମବାଚୀ କାହିଁକି ଉଠିଛି? ବିଜେପି ଏକ ଦାୟିତ୍ୱସମ୍ପନ୍ନ ଜାତୀୟ ଦଳ ଭାବେ ଏହି ଅପଚେଷ୍ଟାକୁ ପଣ୍ଡ କରିବ। ଆଉ ତା’ର ସୂତ୍ରଧର ପାଲଟିବେ ପ୍ରତିଟି ଓଡ଼ିଆ, ଓଡ଼ିଶାବାସୀ ଏଥର ପରିବର୍ତ୍ତନ ପାଇଁ ସ୍ଥିର କରିସାରିଛନ୍ତି । ବିକାଶର ବିଭିନ୍ନ ମାନକରେ ଓଡ଼ିଶା ତଳ ଆଡକୁ ରହୁଛି, ଯାହା ଓଡ଼ିଶାବାସୀ କେବେ ବରଦାସ୍ତ କରିବେନି। ଯେଉଁ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଛନ୍ତି ଦୀର୍ଘ ୨୪ ବର୍ଷ ଧରି ସେହି ଜିଲ୍ଲା ଦାଦନର ପେଣ୍ଠ ପାଲଟିଛି, ଆଉ ଏଥର ଯେଉଁ ଦ୍ୱିତୀୟ ଆସନ କଣ୍ଟାବାଞ୍ଜିରୁ ଛିଡ଼ା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତାହା ଦାଦନର ଦ୍ୱିତୀୟ ପେଣ୍ଠସ୍ଥଳ ବୋଲି ସିଧା ନିଶାନା କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button