ରାଜନୀତି

କନୌଜରୁ ଲଢ଼ିବେ ଅଖିଳେଶ – Kalinga News

[ad_1]

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶର କନୌଜ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଯାଦବ ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରିବେ। ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ମେ ୧୩ ତାରିଖରେ କନୌଜ ଆସନ ପାଇଁ ମତଦାନ ହେବ। ପୂର୍ବରୁ ସପା ଅଖିଳେଶ ଯାଦବଙ୍କ ପୁତୁରା ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜ୍ୱାଇଁ ତେଜ ପ୍ରତାପ ଯାଦବଙ୍କୁ ଏହି ଆସନରୁ ପ୍ରାର୍ଥୀ ଘୋଷଣା କରିଥିଲା। କିନ୍ତୁ ତେଜ ପ୍ରତାପ ନିଜେ ଏହି ଆସନରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିବା ପରେ ଏଠାରୁ ଅଖିଳେଶ ହିଁ ଲଢ଼ିପାରନ୍ତି ବୋଲି କଳ୍ପନାଜଳ୍ପନା ଜୋର ଧରିଥିଲା। ଆଜି ସକାଳେ ଅଖିଳେଶ କନୌଜ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ। ଅଖିଳେଶ ଯାଦବଙ୍କ ସମେତ ଯାଦବ ପରିବାରର ମୋଟ ୫ ଜଣ ସଦସ୍ୟ ଏବେ ନିର୍ବାଚନ ମଇଦାନରେ ଅଛନ୍ତି। ମୈନପୁରୀରୁ ଡିମ୍ପଲ ଯାଦବ, ଫିରୋଜାବାଦରୁ ଅକ୍ଷୟ ଯାଦବ, ବଦାୟୁଁରୁ ଆଦିତ୍ୟ ଯାଦବ ଏବଂ ଆଜମଗଡ଼ରୁ ଧର୍ମେନ୍ଦ୍ର ଯାଦବ ଲୋକସଭା ନିର୍ବାଚନ ଲଢୁଛନ୍ତି। ସପାରେ ଏଭଳି ପରିବାରବାଦ ନେଇ ବିଜେପି ଲଗାତାର ଟାର୍ଗେଟ୍‌ କରିଆସୁଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button