ରାଜନୀତି

୧୯୮୪ରେ କଂଗ୍ରେସ ୪୦୦ ପାର୍‌ କରିଥିଲା – Kalinga News

[ad_1]

ନୂଆଦିଲ୍ଲୀ : ଆଉ ମାତ୍ର କିଛି ଘଣ୍ଟା ପରେ ନିର୍ବାଚନ ଫଳ ଘୋଷଣା ହେବ। ଯଦି ଏକଜିଟ୍‌ ପୋଲ୍‌ (ବୁଥ୍‌ ବାହୁଡ଼ା ମତ) ସତ ହୁଏ ତେବେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ଅତି ସହଜରେ ସରକାର ଗଠନ କରିବାପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଅତିକ୍ରମ କରିବା ସହ ପ୍ରାୟ ୩୫୦-୪୦୦ ଆସନରେ ଜିତିବ। ଏନ୍‌ଡିଏ ମେଣ୍ଟ ପାଇଁ ହାଇ ଭୋଲ୍‌ଟେଜ୍‌ ପ୍ରଚାର କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଐତିହାସିକ ସଫଳତା ହାସଲ କରିବେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌‌ ନେହରୁ ଯେମିତି ଲଗାତାର ୩ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ମୋଦୀ ତାଙ୍କ ସମକକ୍ଷ ହୋଇପାରନ୍ତି। ତେବେ ଏହା କେବଳ ଗୋଟିଏ ରେକର୍ଡ ନୁହେଁ। ଏନଡିଏ ମେଣ୍ଟ ୪୦୦ ପାର୍‌ କରିବ ବୋଲି ଲକ୍ଷ୍ୟ ରଖିଛି। ପୂର୍ବରୁ କେବଳ ୧୯୮୪ରେ ରାଜୀବ ଗାନ୍ଧୀଙ୍କ ନେତୃତ୍ବାଧୀନ କଂଗ୍ରେସ ୪୦୦ ପାର୍‌ କରିଥିଲା ଏବଂ ସେ ସମୟରେ ୫୪୧ ଆସନରୁ କଂଗ୍ରେସ ୪୧୪ ଆସନରେ ଜିତିଥିଲା। କଂଗ୍ରେସ ମଧ୍ୟ ଏକକ ଦଳ ଭାବେ ସର୍ବାଧିକ ୪୮.୧୨ ପ୍ରତିଶତ ଭୋଟ୍‌ ପାଇଥିଲା। ସେହି ବର୍ଷ ୨୨ ଆସନରେ ଜିତି ସିପିଆଇ (ଏମ୍‌) ଦ୍ବିତୀୟ ସ୍ଥାନରେ ରହିଥିଲା।

ଉଲ୍ଲେଖଯୋଗ୍ୟ ଯେ ୨୦୧୪ରେ ଏନଡିଏ ନରେନ୍ଦ୍ର ମୋଦୀଙ୍କୁ ଏହାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋ‌ଷଣା କରିବା ସହ ଗୁଜରାଟ ବିକାଶ ମଡେଲ୍‌ ଉପରେ ଫୋକସ୍‌ କରି ପ୍ରଚାର କରିଥିଲା। ୨୦୧୪ରେ ଏନଡିଏ ମେଣ୍ଟ କେନ୍ଦ୍ରରୁ କଂଗ୍ରେସକୁ ହଟାଇବାପାଇଁ ଭୋଟରଙ୍କୁ ଅନୁରୋଧ କରିବା ସହ ‘ଘର୍‌ ଘର୍‌ ମୋଦୀ’ ଏବଂ ‘ଅବ୍‌କୀ ବାର୍‌ ମୋଦୀ ସରକାର’ ସ୍ଲୋଗାନ୍‌ ଦେଇ ପ୍ରଚାର କରିଥିଲା। ୨୦୧୯ରେ ମୋଦୀଙ୍କ ଦ୍ବିତୀୟ କାର୍ଯ୍ୟକାଳ ସମୟରେ ବିଜେପିର ସ୍ଲୋଗାନ ଥିଲା ‘ଫିର୍‌ ଏକ୍‌ ବାର ମୋଦୀ ସରକାର’। ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀ ନେହରୁଙ୍କ ସହ ସମାନ ହେବା ଲକ୍ଷ୍ୟ ରଖିବା ସହ ୪୦୦ ପାର୍‌ କରିବା ପାଇଁ ଟାର୍ଗେଟ୍‌ ରଖିଛନ୍ତି। ଏଥିପାଇଁ ଚଳିତ ଥର ଏନଡିଏର ନିର୍ବାଚନ ସ୍ଲୋଗାନ୍‌ ରହିଛି ‘ଅବ୍‌କୀ ବାର୍‌ ୪୦୦ ପାର୍‌’। ମୋଦୀ ଦେଶବ୍ୟାପୀ ୨୦୦ରୁ ଅଧିକ ରାଲି, ରୋଡ୍‌ସୋ ଏବଂ ନିର୍ବାଚନ ବୈଠକ କରିଥିବାବେଳେ ସେ ଭୋଟରମାନଙ୍କୁ ‘୪୦୦ ପାର୍‌’ ସ୍ଲୋଗାନ୍‌କୁ ବାସ୍ତବରେ ପରିଣତ କରିବାକୁ ଅନୁରୋଧ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button