ନେତାଙ୍କ ଭାଗ୍ୟ ପରୀକ୍ଷା: କିଏ ହାତେଇବେ କ୍ଷମତା – Kalinga News

[ad_1]
ନୂଆଦିଲ୍ଲୀ/ଭୁବନେଶ୍ବର: ଲୋକସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ହେଉଛି। ଲୋକସଭାରେ ମୋଟ ୫୪୩ ଆସନ ଥିବା ବେଳେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୨୭୨। କିଏ କ୍ଷମତା ଦଖଲ କରିବ ତାହା ଭୋଟ ଗଣତି ପରେ ଜଣାପଡ଼ିବ। ନେତାଙ୍କ ଭାଗ୍ୟ ପରୀକ୍ଷା ମଙ୍ଗଳବାର ହେଉଛି।ଓଡ଼ିଶା ବିଧାନସଭାରେ ୧୪୭ ଆସନ ଥିବା ବେଳେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୭୪ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଭିନ୍ନ ଭୋଟ୍ ଗଣତି କେନ୍ଦ୍ରରେ ସକାଳୁ ଭିଡ଼ ଜମିବାରେ ଲାଗିଛି। ଭୋଟ ଗଣତି ପାଇଁ ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି।
ରାଜ୍ୟରେ ୬୦ କମ୍ପାନୀ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଏକ ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳ (ସିଏପିଏଫ୍) ଏବଂ ରାଜ୍ୟ ପୋଲିସ ମୁତୟନ ଅଛନ୍ତି। ଭୋଟ ଗଣନା ଓ ଏହା ପରବର୍ତ୍ତୀ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୮୯ କମ୍ପାନୀ ସିଏପିଏଫ୍ ମୁତୟନ କରାଯାଇଛି। ଗୃହ ବିଭାଗ ଅନୁରୋଧକ୍ରମେ ସୁରକ୍ଷାକର୍ମୀ ଆସନ୍ତା ୬ ତାରିଖଯାଏ ରାଜ୍ୟରେ ରହିବେ।
ଭୋଟ ଗଣନା କେନ୍ଦ୍ରର ସୁରକ୍ଷା ପାଇଁ ଡବଲ ବ୍ୟାରିକେଟିଂ ସହିତ ସିସିଟିଭି ମନିଟରିଂ ବ୍ୟବସ୍ଥା ହୋଇଛି। ଭୋଟଗଣନା କେନ୍ଦ୍ର ଭିତରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି। ଏହାର ଉଲ୍ଲଂଘନ କଲେ ନିର୍ବାଚନ କମିଶନଙ୍କ ଗାଇଡ୍ଲାଇନକୁ ଭିତ୍ତିକରି ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ।
ନିର୍ବାଚନ ପରିଚାଳନା ନିୟମାବଳୀ, ୧୯୬୧ର ନିୟମ ୫୪-ଏ ଅନୁଯାୟୀ ପ୍ରଥମେ ପୋଷ୍ଟାଲ ବାଲଟ୍ ପେପରଗୁଡ଼ିକର ଗଣନା ରିଟର୍ନିଂ ଅଫିସର(ଆର୍ଓ)ଙ୍କ ଟେବୁଲରେ ଆରମ୍ଭ ହେବ। ଭୋଟଗଣତି ଆରମ୍ଭ ପୂର୍ବରୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଆର୍ଓ ଗ୍ରହଣ କରିଥିବା ବାଲଟ୍ ପେପରଗୁଡ଼ିକୁ କେବଳ ଗଣନା ପାଇଁ ନିଆଯିବ।
ପୋଷ୍ଟାଲ ବାଲାଟ ଗଣନା ଆରମ୍ଭ ହେବାର ୩୦ ମିନିଟ ପରେ ଇଭିଏମ୍ ଭୋଟ ଗଣନା ଆରମ୍ଭ ହେବ। ଯେଉଁ ନିର୍ବାଚନମଣ୍ଡଳୀରେ ପୋଷ୍ଟାଲ ବାଲଟ ନ ଥିବ ସେଠାରେ ଧାର୍ଯ୍ୟ ସମୟ ଅନୁଯାୟୀ ଇଭିଏମ୍ ଭୋଟଗୁଡ଼ିକର ଗଣନା ଆରମ୍ଭ ହେବ। ପୋଲିଂ ଷ୍ଟେସନରେ ଭୋଟ ଗଣନା ପାଇଁ ଫର୍ମ-୧୭ସି ସହ କେବଳ ଇଭିଏମ୍ର କଣ୍ଟ୍ରୋଲ ୟୁନିଟ୍(ସିୟୁ)ଗୁଡ଼ିକୁ ବ୍ୟବହାର କରାଯିବ।
[ad_2]




