ଅପରାଧ

ପଶ୍ଚିମବଙ୍ଗରେ ତୃଣମୂଳ ନେତା ଗିରଫ; ‘ଇଡି’ ଟିମ୍‌ ଉପରେ ଆକ୍ରମଣ – Kalinga News

[ad_1]

କୋଲ୍‌କାତା: ଆଜି ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର ଏକ ଟିମ୍‌ ଉପରେ ଆକ୍ରମଣ କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ରେସନ୍‌ ବଣ୍ଟନରେ ହୋଇଥିବା ଦୁର୍ନୀତି ଅଭିଯୋଗ ନେଇ ଚଢ଼ଉ କରିବାକୁ ଯାଇଥିବା ବେଳେ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଟିମ୍‌ ଆକ୍ରମଣର ସରବ୍ୟ ହୋଇଥିଲେ।

‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଟିମ୍‌ ‘ତୃଣମୂଳ କଂଗ୍ରେସ’ ନେତା ଜାହାନ୍‌ ଶେଖ୍‌ଙ୍କ ବାସଭବନରେ ପହଞ୍ଚିବାକ୍ଷଣି ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏହି ମାମଲାରେ ଶେଖ୍‌ଙ୍କୁ ଗିରଫ କରାଯାଇଛି।

Image Courtesy of North East Rising

ପ୍ରାପ୍ତ ସୂଚନା ଅନୁସାରେ, ୨୦୦ରୁ ଅଧିକ ସ୍ଥାନୀୟ ବାସିନ୍ଦା ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଟିମ୍‌ ଓ ସାଥିରେ ଯାଇଥିବା ସଶସ୍ତ୍ର ଅର୍ଦ୍ଧସାମରିକ ବଳର ଯବାନଙ୍କୁ ଘେରି ଯାଇଥିଲେ।

‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଟିମ୍‌ ଯେଉଁ ଗାଡ଼ିରେ ଆସିଥିଲେ ସେଗୁଡ଼ିକୁ ଉତ୍ତ୍ୟକ୍ତ ଜନତା ଭଙ୍ଗାରୁଜା କରିଛନ୍ତି। ଆକ୍ରମଣରେ ଆହତ ହୋଇଥିବା ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଟିମ୍‌ର ଅଧିକାରୀମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି।

ଆକ୍ରମଣ ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ରାଜ୍ୟ ‘ବିଜେପି’ ମୁଖ୍ୟ ସୁକାନ୍ତ ମଜୁମ୍‌ଦାର କହିଛନ୍ତି, ଘଟଣାରୁ ଜଣାପଡୁଛି ଯେ, ରାଜ୍ୟରେ ରୋହିଙ୍ଗ୍ୟାମାନେ ଆଇନଶୃଙ୍ଖଳା ସମ୍ଭାଳୁଛନ୍ତି। ସମସ୍ତଙ୍କ ନାଁରେ ଦୁର୍ନୀତି ଅଭିଯୋଗ ରହିଛି। ତେଣୁ, ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସ୍ବାଭାବିକ।

ଏହି ଘଟଣାକୁ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ ତଦନ୍ତ କରିବା ଉଚିତ ବୋଲି ପଶ୍ଚିମବଙ୍ଗର ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button