ଖେଳ ଖବର

ଭାରତୀୟ ଦଳରେ ଜ୍ୟୋତି, ସୁନେଲିତା: ସବିତାଙ୍କ ସ୍ଥାନରେ ସଲିମା ଅଧିନାୟିକା – Kalinga News

[ad_1]

ରାଞ୍ଚି: ଭାରତୀୟ ମହିଳା ହକି ଦଳ ଗୁରୁବାର ନୂଆ ଅଧିନାୟିକା ପାଇଛି। ଗୋଲ୍ ରକ୍ଷକ ସବିତାଙ୍କ ସ୍ଥାନରେ ଝାଡ଼ଖଣ୍ଡର ମଧ୍ୟକ୍ରମ ଖେଳାଳି ସଲିମା ଟେଟେ ଚଳିତମାସ ଶେଷ ଭାଗ‌ରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ର ବେଲଜିୟମ ଓ ଇଂଲଣ୍ଡ ଚରଣ ଲାଗି ଘୋଷିତ ୨୪ ଦଳିଆ ଶକ୍ତିଶାଳୀ ଦଳର ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ସେହିଭଳି ଅଭିଜ୍ଞ ବନ୍ଦନା କଟାରିଆଙ୍କ ବଦଳରେ ନବନୀତ କୌର ଉପଅଧିନାୟିକା ପଦ ପାଇଛନ୍ତି। ସବିତା ଘରୋଇ ମାଟିରେ ଖେଳାଯାଇଥିବା ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଏବଂ ବିଫଳ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଅଭିଯାନରେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ହେଲେ ତାଙ୍କ ନେତୃତ୍ବରେ ଭାରତୀୟ ମହିଳା ଦଳ ସେତେଟା ସଫଳତା ଲାଭ କରି ନଥିଲା।

ଏଣୁ ଭବିଷ୍ୟତର ଦଳ ଗଠନ ଲକ୍ଷ୍ୟ ନେଇ ହକି ଇଣ୍ଡିଆ ସଲିମାଙ୍କୁ ଦଳର ନୂଆ ମଙ୍ଗୁଆଳ କରିଛି। ଅଧିନାୟିକାଙ୍କ ସହ ଭୁବନେଶ୍ବର ଓ ରାଉରକେଲାରେ ଚଳିତବର୍ଷ ଫେବ୍ରୁଆରି ମାସରେ ଆୟୋଜିତ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ଘରୋଇ ଚରଣ‌ ଖେଳିଥିବା ଭାରତୀୟ ଦଳରେ ମୋଟ ପାଞ୍ଚଟି ପରିବର୍ତ୍ତନ କରାଯଇଛି। ରକ୍ଷଣଭାଗ ଖେଳାଳି ଗୁରଜିତ କୌର, ମଧ୍ୟକ୍ରମ ଖେଳାଳି ସୋନିକା, ନିଶା ଓ ଷ୍ଟ୍ରାଇକର୍‌ ବିୟୁଟି ଡୁଙ୍ଗ୍‌ଡୁଙ୍ଗ୍ ବାଦ୍ ପଡ଼ିଛନ୍ତି। ମହିମା ଚୌଧୁରୀ, ମନୀଷା ଚୌହ୍ବାନ, ପ୍ରୀତି ଦୁବେ ଓ ଦୀପିକା ସୋରେଙ୍ଗ ସେମାନଙ୍କ ସ୍ଥାନ ନେଇଛନ୍ତି। ଓଡ଼ିଶାର ଦୁଇ ଜଣ ଖେଳାଳି ଜ୍ୟୋତି ଛତ୍ରୀ ଓ ସୁନେଲିତା ଟପ୍ପୋ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ୨୧ ବର୍ଷୀୟା ଛତ୍ରୀ ରକ୍ଷଣଭାଗ ଓ ୧୭ ବର୍ଷୀୟା ସୁନେଲିତା ଅଗ୍ରଭାଗରେ ଖେଳିବେ। ନୂଆ ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କ ମାର୍ଗଦର୍ଶନରେ ଭାରତୀୟ ଦଳ ଏହି ପ୍ରତିଯୋଗିତା ଖେଳିବ। ପ୍ରତିଷ୍ଠିତ ଭାରତୀୟ ପ୍ରଶିକ୍ଷକ ହରେନ୍ଦ୍ର ନିକଟରେ ୟାନେକ ସପମ୍ୟାନଙ୍କ ସ୍ଥାନ ନେଇଛନ୍ତି। ହରେନ୍ଦ୍ର ଭାରତକୁ ଫେରିବା ପୂର୍ବରୁ ସେ ଆମେରିକା ହକି ଦଳ ସହ କାମ କରୁଥିଲେ।

ସୂଚନାଯୋଗ୍ୟ, ଭାରତୀୟ ମହିଳା ହକି ଦଳର ବେଲଜିୟମ୍ ଚରଣ ଚଳିତ ମାସ ୨୨ରୁ ଆରମ୍ଭ ହୋଇ ୨୬ରେ ଶେଷ ହେବ। ଭାରତ ଏହି ଚରଣରେ ଆର୍ଜେଣ୍ଟିନା ଓ ଆୟୋଜକ ବେଲଜିୟମ୍‌କୁ ଭେଟିବ। ସେହିଭଳି ଲଣ୍ଡନ ଚରଣ ଜୁନ୍ ୧ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାରତୀୟ ଦଳ ବ୍ରିଟେନ୍ ଓ ଜର୍ମାନୀକୁ ଭେଟିବ। ଭାରତ ସଂପ୍ରତି ୮ ମ୍ୟାଚ୍‌ରୁ ୮ ପଏଣ୍ଟ୍‌ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ବିଦେଶ ଚରଣରେ ଦଳ ଏହି ମାନ୍ୟତାରେ ଉନ୍ନତି ଆଣିବାକୁ ପ୍ରୟାସ କରିବ।

ଭାରତୀୟ ଦଳ: ଗୋଲ୍‌ରକ୍ଷକ: ସବିତା, ବିଚୁଦେବୀ ଖରିବାମ। ରକ୍ଷଣଭାଗ- ନିକ୍କି ପ୍ରଧାନ, ଉଦିତା, ଈଶିକା ଚୌଧୁରୀ, ମୋନିକା, ଜ୍ୟୋତି ଛତ୍ରୀ, ମହିମା ଚୌଧୁରୀ। ମଧ୍ୟଭାଗ-ସଲିମା ଟେଟେ (ଅଧିନାୟିକା), ବୈଷ୍ଣବୀ ବିଠଲ ଫାଲ୍‌କେ, ନବନୀତ କୌର (ଉପଅଧିନାୟିକା), ନେହା, ଜ୍ୟୋତି, ବଲଜିତ୍‌ କୌର, ମନୀଷା ଚୌହ୍ବାନ, ଲାଲରେମସିଆମି। ଅଗ୍ରଭାଗ: ମୁମତାଜ ଖାନ୍, ସଂଗୀତା କୁମାରୀ, ଦୀପିକା, ଶର୍ମିଳା ଦେବୀ, ପ୍ରୀତି ଦୁବେ, ବନ୍ଦନା କଟାରିଆ, ସୁନେଲିତା ଟପ୍ପୋ, ଦୀପିକା ସୋରେଙ୍ଗ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button