ଅଧିନାୟକତ୍ବ ଛଡ଼ାଇ ନିଆଯିବା ଉପରେ ପ୍ରଶ୍ନ କରାଯିବାରୁ ଏଭଳି ଉତ୍ତର ଦେଲେ ରୋହିତ୍ – Kalinga News

[ad_1]
ମୁମ୍ବାଇ: ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୪ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି। ଭାରତ ପକ୍ଷରୁ ରୋହିତ ଶର୍ମା ଟି-୨୦ ବିଶ୍ୱକପ ଟିମର ଅଧିନାୟକତ୍ବ କରିବାକୁ ଥିବା ବେଳେ ଆଜି ଏହି ପ୍ରସଙ୍ଗରେ ସେ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଆଇପିଏଲରେ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଇବା ପରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଫ୍ରାଞ୍ଚାଇଜ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଥିଲା। ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ପ୍ରଶ୍ନ ପଚରାଯିବାରୁ ଉତ୍ତରରେ ରୋହିତ କହିଥିଲେ ଯେ ଏହା ମୋ ପାଇଁ କିଛି ନୂଆ ନୁହେଁ। ମୁଁ ପୂର୍ବରୁ ମଧ୍ୟ ଅନେକ ଅଧିନାୟକଙ୍କ ଅଧୀନରେ ଖେଳିଛି।

Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ କହିବା ମୁତାବକ, ‘ପ୍ରଥମେ ମୁଁ ଅଧିନାୟକ ଥିଲି। ତା’ପରେ ମୁଁ ଆଉ ଅଧିନାୟକ ରହିଲି ନାହିଁ ଏବଂ ବର୍ତ୍ତମାନ ମୁଁ ଅଧିନାୟକ ହୋଇଛି। ଏହା ଜୀବନର ଏକ ଅଂଶ। ସବୁକିଛି ତୁମ ହିସାବରେ ହେବ ନାହିଁ। ମୋ ଜୀବନରେ ମଧ୍ୟ ମୁଁ ପ୍ରଥମେ ଅଧିନାୟକ ନଥିଲି ଏବଂ ବିଭିନ୍ନ ଅଧିନାୟକଙ୍କ ଅଧୀନରେ ଖେଳିଥିଲି। ଜଣେ ଖେଳାଳି ଭାବରେ ଯେତେବେଳେ ଯାହା ଆବଶ୍ୟକ ତାହା କରିବାକୁ ମୁଁ ସର୍ବଦା ଚେଷ୍ଟା କରିଛି ଏବଂ ଗତ ଏକ ମାସ ହେଲାଣି ମୁଁ ତାହା କରୁଛି।
[ad_2]