ଖେଳ ଖବର

ଅଲିମ୍ପିକ୍ସରେ ଭାରତକୁ ୩ୟ ପଦକ

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଭାରତ ଆଉ ଏକ ପଦକ ହାସଲ କରିଛି। ଭାରତକୁ ମିଳିଲା ଆଉ ଏକ ବ୍ରୋଞ୍ଜ ପଦକ। ପୁରୁଷ ୫୦ ମିଟର ରାଇଫଲ୍‌ସରେ ଭାରତକୁ ଏହି ବ୍ରୋଞ୍ଜ ପଦକ ମିଳିଛି। ଭାରତୀୟ ସୁଟର୍ ସ୍ବପ୍ନିଲ କୁସାଲେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗୁରୁବାର ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୦ ମିଟର ଥ୍ରୀ ପୋଜିସନ୍‌ରେ ଭାରତ ପାଇଁ ଐତିହାସିକ ବ୍ରୋଞ୍ଜ ପଦକ ଜିତିଛନ୍ତି।

କୁସାଲେ ମୋଟ ୪୫୧.୪ ସ୍କୋର କରିଥିଲେ ଏବଂ ତୃତୀୟ ସ୍ଥାନ ଅଧିକାର କରି ଦେଶକୁ ଆଉ ଏକ ପଦକ ଜିତାଇଥିଲେ। ଏହି ଇଭେଣ୍ଟରେ ଭାରତ ପ୍ରଥମ ଥର ପାଇଁ ଅଲିମ୍ପିକ ପଦକ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ଲେଖିଛନ୍ତି। ସେ କହିଛନ୍ତି, ସ୍ବପ୍ନିଲ କୁସାଲେଙ୍କ ଚମତ୍କାର ପ୍ରଦର୍ଶନ ରହିଛି।

ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୦ ମିଟର ଥ୍ରୀ ପୋଜିସନ୍‌ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ। ତାଙ୍କର ପ୍ରଦର୍ଶନ ବିଶେଷ, କାରଣ ସେ ଅଧିକ ନମନୀୟତା ଏବଂ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏହା ବ୍ୟତୀତ ସେ ହେଉଛନ୍ତି ପ୍ରଥମ ଭାରତୀୟ ଆଥଲେଟ ଯିଏକି ଏହି ବର୍ଗରେ ପଦକ ଜିତିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଏଥିରେ ସମସ୍ତ ଭାରତୀୟ ବହୁତ ଖୁସି ଅଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button