ଖେଳ ଖବର

୨୦୨୭ ବିଶ୍ବକପ୍ କ୍ରିକେଟ ନେଇ ବଡ଼ ଘୋଷଣା: ଏହି ୩ ଦେଶ କରିବେ ଆୟୋଜନ – Kalinga News

[ad_1]

କୋଲକାତା: ବିଶ୍ବକପ କ୍ରିକେଟ ୨୦୨୭ ନେଇ ବଡ଼ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଆୟୋଜିତ ହେବ। ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ନଭେମ୍ବରରେ ଖେଳାଯିବ। ଦ୍ବିତୀୟ ଥର ପାଇଁ ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାୱେରେ ବିଶ୍ବକପ୍ କ୍ରିକେଟ ଆୟୋଜିତ ହେବ। ଏହା ପୂର୍ବରୁ ୨୦୦୩ରେ ଏପରି ହୋଇଥିଲା। ପ୍ରଥମ ଥର ପାଇଁ ନାମ୍ବିଆ ଆୟୋଜକ ହେବାକୁ ଯାଉଛି। ୨୦୦୩ ପରେ ପ୍ରଥମ ଥର ପାଇଁ ଟୁର୍ଣ୍ଣାମେଣ୍ଟରେ ୧୪ ଟିମ ଅଂଶ ଗ୍ରହଣ କରିବେ।

ଏହି ଟୁର୍ଣ୍ଣାମେଣ୍ଟ ୮ଟି ଷ୍ଟାଡିୟମରେ ଖେଳାଯିବ। ଜୋହାନ୍ସବର୍ଗର ୱାଣ୍ଡରର୍ସ ଷ୍ଟାଡିୟମ୍, ପ୍ରିଟୋରିୟାର ସେଞ୍ଚୁରିଆନ୍ ପାର୍କ, ଡରବାନ୍‌ର କିଙ୍ଗ୍ସମିଡ୍, ଗକେବରହାର ସେଣ୍ଟ୍ ଜର୍ଜ ପାର୍କ, ପାର୍ଲର ବୋଲେଣ୍ଡ ପାର୍କ ଏବଂ କେପ୍ ଟାଉନର ନ୍ୟୁଲ୍ୟାଣ୍ଡସ, ବ୍ଲମ୍ ଫୋଟେନର ମୈଙ୍ଗାଗ ଓଭାଲ, ପୂର୍ବ ଲଣ୍ଡନର ବଫେଲା ପାର୍କରେ ବିଭିନ୍ନ ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ।

ଦକ୍ଷିଣ ଆଫ୍ରିକା କ୍ରିକେଟର ସିଇଓ ଫୋଲେସି ମୋସେକି ଆୟୋଜନ ସ୍ଥଳ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଆମ ପାଖରେ ୧୧ ଆଇସିସି ମାନ୍ୟତାପ୍ରାପ୍ତ ସ୍ଥଳ ରହିଛି। ସେଥିମଧ୍ୟରୁ ୩ଟିକୁ ଆମେ ବାଦ୍ ଦେଇଛୁ। ଆୟୋଜକ ଭାବେ ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାୱେ ସିଧାସଳଖ କ୍ବାଲିଫାଏ କରିଛନ୍ତି। ଆଇସିସି ଏକଦିବସୀୟ ତାଲିକାର ଶୀର୍ଷ ୮ ଦଳ ଟୁର୍ଣ୍ଣାମେଣ୍ଟରେ ଯୋଗଦେବେ। ଏହା ସହିତ ଅବିଶିଷ୍ଟ ୪ ଦଳଙ୍କୁ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବା ପାଇଁ କ୍ବାଲିଫାଏ ରାଉଣ୍ଡରେ ଖେଳିବାକୁ ପଡ଼ିବ।

ଆୟୋଜକ ନାମ୍ବିଆ, ନେଦରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ, ୟୁଏଇ, ୟୁଏଏସ୍, ନେପାଳ ଏବଂ ଓମାନ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବା ପାଇଁ କ୍ବାଲିଫାଏ ରାଉଣ୍ଡରେ ଖେଳିବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button