ଦେଶ- ବିଦେଶ
ୟୁଏଇକୁ ପୁଣି ଖରାପ ପାଗ ଫେରିଲା, ଅନେକ ବିମାନ ବାତିଲ – Kalinga News

[ad_1]
ନୂଆଦିଲ୍ଲୀ : ଗୁରୁବାର ଦିନ ପ୍ରବଳ ବର୍ଷା ଏବଂ ଝଡ଼ତୋଫାନ ୟୁଏଇରେ ତାଣ୍ଡବ କରିଛି। ଅପ୍ରତ୍ୟାଶିତ ବର୍ଷାରେ ଦୁବାଇ ଅଚଳ ହେବାର ପ୍ରାୟ ୨ ସପ୍ତାହ ପରେ ପୁଣିଥରେ ବର୍ଷା ଏବଂ ଝୋଡ଼ତୋଫାନ ୟୁଏଇରେ ଅଚଳାବସ୍ଥା ସୃଷ୍ଟି କରିଛି। ଫଳରେ ଅନେକ ଅନ୍ତର୍ଜାତୀୟ ବିମାନ ବାତିଲ କରାଯାଇଛି। ସ୍ଥିତି ମୁକାବିଲା କରିବାପାଇଁ ବୁଧବା ର ଦେଶର ଜାତୀୟ ଜରୁରୀ ସଙ୍କଟ ଏବଂ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପ୍ରସ୍ତୁତି ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି। ଗତ ସପ୍ତାହର ବର୍ଷା ତୁଳନାରେ ଚଳିତ ସପ୍ତାହରେ ବର୍ଷା କମ୍ ଥିଲେ ମଧ୍ୟ ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାପାଇଁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୧୪-୧୫ରେ ପ୍ରବଳ ବର୍ଷା ୟୁଏଇରେ ଆତଙ୍କ ଖେଳାଇ ଦେଇଥିଲା। ୧୯୪୯ ପରେ ଏହା ଦୁବାଇରେ ସର୍ବାଧିକ ବର୍ଷା। ଦୁବାଇର ଏମିରେଟ୍ସ ଏୟାରଲାଇନ ଖରାପ ପାଗ ଯୋଗୁଁ ୟୁଏଇରେ ଅନେକ ବିମାନ ବାତିଲ କରିଛନ୍ତି।
[ad_2]




