ଅପରାଧ

ଦମ୍ପତିଙ୍କୁ ଧକ୍କା ଦେଲା ଟ୍ରକ୍: ସ୍ତ୍ରୀଙ୍କର ମୃତ୍ୟୁ, ସ୍ବାମୀ ଗୁରୁତର – Kalinga News

[ad_1]

କଟକ: ଗୁରୁବାର କଟକର ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ଦମ୍ପତିଙ୍କୁ ଧକ୍କା ଦେଇଛି। ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଦମ୍ପତି କଟକ ଗତିରାଉତପାଟଣା ଅଞ୍ଚଳର ବୋଲି ଜଣାପଡ଼ିଛି।

ଗୁରୁବାର ସକାଳେ ଦମ୍ପତି ସ୍କୁଟି ଯୋଗେ କଟକ ଆସୁଥିଲେ। ଦୁର୍ଗା ମଣ୍ଡପ ନିକଟରେ ପଛରୁ ଏକ ଟ୍ରକ୍ ଆସି ଦମ୍ପତିଙ୍କୁ ଧକ୍କା ଦେଇଥିଲା। ଉଭୟ ସ୍ୱାମୀସ୍ତ୍ରୀ ତଳେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଥିଲେ। ସ୍ବାମୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button