ରାଜନୀତି

ଧନେଶ୍ବର ମାଝୀଙ୍କ ଘରବାହୁଡ଼ା; ବିଜେଡି ଛାଡ଼ିଥିଲେ, ବିଜେପିରେ ଯୋଗଦେଲେ – Kalinga News

[ad_1]

ଭୁବନେଶ୍ବର/କେସିଙ୍ଗା: ପୂର୍ବତନ ବିଧାୟକ ତଥା ରାଜ୍ୟସଭା ସାଂସଦ ଧନେଶ୍ବର ମାଝୀ ଶୁକ୍ରବାର ପୁଣି ଘରକୁ ଫେରିଛନ୍ତି। ସେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସେ ନିଜର ସମର୍ଥକମାନଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ ଧନେଶ୍ବର ମାଝୀ କଳାହାଣ୍ଡି ଜିଲ୍ଲା ନର୍ଲା ଓ କେସିଙ୍ଗାରୁ ୫ ଥର ବିଧାୟକ ହୋଇଛନ୍ତି। ୧୯୭୧ରୁ ୧୯୭୩ ଓ ୧୯୭୪ରୁ ୧୯୭୭ ପର୍ଯ୍ୟନ୍ତ ସ୍ବତନ୍ତ୍ର ପାର୍ଟି ଟିକେଟ୍‌ରେ ସେ ନର୍ଲା ବିଧାନସଭା ଆସନରୁ ବିଧାୟକ ହୋଇଥିଲେ। ସେହିପରି ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଟିକେଟ୍‌ରେ କେସିଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ି ବିଜୟୀ ହୋଇଥିଲେ। ୨୦୧୪ ନିର୍ବାଚନରେ ଧନେଶ୍ବର ମାଝୀ ବିଜେଡି ଟିକେଟ୍‌ରେ ନର୍ଲାରୁ ବିଧାୟକ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିବା ଭୂପିନ୍ଦର ସିଂହଙ୍କୁ ଟିକେଟ୍‌ ଦେଇଥିଲା। ସେବେ ଠାରୁ ଧନେଶ୍ବର ଅସନ୍ତୁଷ୍ଟ ଥିଲେ। ଶେଷରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button