ଅପରାଧ

ବାପା କ୍ଷମା କରିଦେବ, ଏଥର ବି ଚୟନ ହୋଇପାରିଲି ନାହିଁ – Kalinga News

[ad_1]

ନୂଆଦିଲ୍ଲୀ: ରାଜସ୍ଥାନର କୋଟାରେ କୋଚିଂ ନେଉଥିବା ଛାତ୍ରଛାତ୍ରୀମାନେ ଜୀବନ ହାରିବାର ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୪୮ ଘଣ୍ଟା ମଧ୍ୟରେ ଦୁଇଜଣ ଛାତ୍ର ଜୀବନ ହାରିଥିବା ଘଟଣା ସାମ୍ନାକୁ ଆସିଛି।

ପ୍ରଥମ ଘଟଣା ରବିବାର ବିଳମ୍ବିତ ରାତିରେ ସାମ୍ନାକୁ ଆସିଥିବାବେଳେ ଦ୍ୱିତୀୟ ଘଟଣା ମଙ୍ଗଳବାର ଦିନ କୋଟାର ଜବାହର ନଗର ପୁଲିସ ଷ୍ଟେସନ ଅଞ୍ଚଳରୁ ସାମ୍ନାକୁ ଆସିଛି। ଘୋଲପୁରରେ ଭାରତ ପରିବାର ସହିତ ବସବାସ କରୁଥିଲେ।  ସେ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।

ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି,  ଚଳିତ ନିଟ ପରୀକ୍ଷାରେ ଭାରତ ତାଙ୍କର ତୃତୀୟ ପ୍ରୟାସ କରିଥିଲେ। ପ୍ରଥମ ଓ ଦ୍ବିତୀୟ ପରେ ତୃତୀୟ ପ୍ରୟାସରେ ଭାରତ ଅସଫଳ ହେବାପରେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ।

ନିଟ ପରୀକ୍ଷା ଫଳାଫଳ ବାହାରିବା ପରେ ସେ  ଏକଦମ ଚୁପ ହୋଇଯାଇଥିଲେ। ଏମିତି କି କାହାରି ସହିତ ଫୋନରେ କଥା ନହେବା ପାଇଁ ସୁଇଜ ଅଫ କରି ଦେଇଥିଲେ। ଆଉ ବାପାଙ୍କ ପାଖକୁ ଏକ ଚିଠି ଲେଖିଥିଲେ।

ଏହି ଚିଠିରେ ଭାରତ ଉଲ୍ଲେଖ କରିଥିଲେ କି, ‘କ୍ଷମା କରିଦେବ ବାପା। ମୁଁ ଏଥର ବି ଚୟନ ହୋଇପାରିଲି ନାହିଁ। ତେଣୁ ବଞ୍ଚିବାର ପାଇଁ ଆଉ ଇଚ୍ଛା ନାହିଁ।’ ଏହି ସୁଇସାଇଡ ନୋଟ ଲେଖି ଭାରତ ଫାଶୀ ଲଗାଇ ଜୀବନ ହାରି ଦେଇଥିଲେ।

ଏହି ଆତ୍ମହତ୍ୟା ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ  ଘଟଣାସ୍ଥଳରେ ପହଞ୍ଚି ଭାରତଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button