ଅପରାଧ

ପୂର୍ବତନ ମଡେଲ୍‌ ଦିବ୍ୟା ପାହୁଜାଙ୍କୁ ହତ୍ୟା, ତିନି ଗିରଫ – Kalinga News

[ad_1]

ନୂଆଦିଲ୍ଲୀ: ଗୁରୁଗ୍ରାମର ଏକ ହୋଟେଲ୍‌ରେ ପୂର୍ବ ମଡେଲ୍‌ ଦିବ୍ୟା ପାହୁଜାଙ୍କୁ ହତ୍ୟା କରାଯାଇଛି। ହତ୍ୟା ପରେ ତାଙ୍କର ମୃତ ଦେହକୁ ଏକ ବିଏମ୍‌ଡବ୍ଲୁ କାର୍‌ରେ ସ୍ଥାନାନ୍ତର କରାଯାଇଥିବା ସିସିଟିଭିରେ ରେକର୍ଡ ହୋଇଛି। ସିସିଟିଭି ଫୁଟେଜ୍‌ ଆଧାରରେ ହୋଟେଲ୍‌ର ମାଲିକ ଅଭିଜିତ ସିଂହ ଓ ଅନ୍ୟ ଦୁଇଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି। ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ଜାନୁଆରୀ ୨ ତାରିଖ ଭୋର ୪ ଟା ବେଳେ ହୋଟେଲ୍‌ ମାଲିକ ଅଭିଜିତ, ଦିବ୍ୟାଙ୍କ ସହ ଅନ୍ୟଜଣେ ବ୍ୟକ୍ତି ହୋଟେଲ୍‌ରେ ପହଞ୍ଚି ଥିଲେ। ସେଠାରୁ ତିନିହେଁ ହୋଟେଲ୍‌ର ରୁମ୍‌ ନମ୍ବର ୧୧୧କୁ ଯାଇଥିଲେ। ରାତି ୧୦ଟା ୪୫ରେ ଚାଦରରେ ଘୋଡ଼ାଯାଇଥିବା ଦିବ୍ୟାର ମୃତଦେହକୁ ଟାଣିଟାଣି ନେଇ ବିଏମ୍‌ଡବ୍ଲକୁ କାର୍‌ରେ ରଖି ଅଭିଜିତ ଫେରାର୍‌ ହୋଇଯାଇଥିଲେ। ହୋଟେଲ୍‌ର ଦୁଇ କର୍ମଚାରୀ ପ୍ରକାଶ ଓ ଇନ୍ଦ୍ରଜିତଙ୍କୁ ୧୦ଲକ୍ଷ ଟଙ୍କା ଦେବାର ପ୍ରଲୋଭନ ଦେଖାଇ ସହଯୋଗ ନେଇଥିଲା। ଦିବ୍ୟାଙ୍କ ପରିବାରର ଅଭିଯୋଗ ଅନୁସାରେ, ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଦୋଲିର ଭଉଣୀ ସୁଦେଶ କାଟାରିଆ ଓ ଭାଇ ବ୍ରହ୍ମ ପ୍ରକାଶଙ୍କ ନିର୍ଦ୍ଦେଶରେ ଅଭିଜିତ ଦିବ୍ୟାଙ୍କ ହତ୍ୟା କରିଛନ୍ତି।

ଏହି ଅଭିଯୋଗ ଆଧାରରେ ପୁଲିସ ଏକାଧିକ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ସହ ସିସିଟିଭିର ଫୁଟେଜ୍‌କୁ ଜବତ କରିଥିଲା। ପ୍ରଥମେ ହୋଟେଲ୍‌ର ଦୁଇ କର୍ମଚାରୀଙ୍କୁ ଗିରଫ କରିବା ପରେ ଅଭିଜିତଙ୍କୁ ଗିରଫ କରିଥିଲା। ପୁଲିସ କହିଛି ଯେ ଦିବ୍ୟା ଗ୍ୟଙ୍ଗଷ୍ଟର ସନ୍ଦୀପର ବାନ୍ଧବୀ ଥିଲା। ୨୦୧୬ରେ ଏକ ବିବାଦୀୟ ଏନ୍‌କାଉଣ୍ଟ‌ରରେ ସନ୍ଦୀପର ମୃତ୍ୟୁ ଘଟିଥିଲା। ଏହି ହତ୍ୟାରେ ଦିବ୍ୟାଙ୍କ ସମ୍ପୃକ୍ତିର ଅଭିଯୋଗ ଆସିଥିଲା। ତେବେ ବମ୍ବେ ଉଚ୍ଚ ନ୍ୟାୟାଳୟ ୨୦୨୨ ଜୁନ୍‌ ମାସରେ ଦିବ୍ୟାଙ୍କୁ ଜାମିନ ପ୍ରଦାନ କରିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button