ଅପରାଧ

ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ବୁବୁନା ଆହତ: ‘କିଙ୍ଗ୍‌ ଅଫ୍‌ ଫରେଷ୍ଟ’ ନାଁରେ ଖେଳାଉଥିଲା ଆତଙ୍କ – Kalinga News

[ad_1]

ଦେଶୀ ବନ୍ଧୁକ, ଗୁଳି, ବୋମା ଜବତ, ବଞ୍ଚିଗଲେ କନେଷ୍ଟବଳ, ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର: ମୁଣ୍ଡ ଉପରେ ନିର୍ବାଚନ। ଆଜିଠୁ ବିଜ୍ଞପ୍ତି ପ୍ରକାଶ ପାଇ ନାମାଙ୍କନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଠିକ୍‌ ‌ଏତିକିବେଳେ ଢେଙ୍କାନାଳ ପୁଲିସ କରିଛି ଏନ୍‌କାଉଣ୍ଟର। କାମାକ୍ଷାନଗର ଥାନା ରାମିଆଳ ନଦୀକୂଳ ଖୁଣ୍ଟାପଶି ଗୁଣ୍ଡିଚାନାଳି ଜଙ୍ଗଲରେ ଦୁର୍ଦ୍ଦାନ୍ତ ଅପରାଧୀ ବୁବୁନା ଓରଫ୍‌ ସୁବାସ ଖୁଣ୍ଟିଆ (୩୦)କୁ ଗୁଳି କରିଛି ପୁଲିସ ଟିମ୍‌। ବୁବୁନାର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନା ଓ ପରେ ‌ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ସକାଳୁ ଏହି ଏନ୍‌କାଉଣ୍ଟର ପରେ ପୂରା ଜିଲ୍ଲାର ଅପରାଧୀଙ୍କ ଭିତରେ ଛନକା ପଶିଛି।

ପୁଲିସ ସୂଚନା ମୁତାବକ, ‘କିଙ୍ଗ୍‌ ଅଫ୍‌ ଫରେଷ୍ଟ’ ସଂଗଠନ ଗଢ଼ି ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ନାଥର ପ୍ରମୁଖ ସହଯୋଗୀ ହେଉଛି ବୁବୁନା। ବୁବୁନାର ଘର ପୁରୁଣା ଆଳତୁମା ଖୁଣ୍ଟାପସି ଗାଁରେ ବୋଲି ଜଣାପଡ଼ିଛି। କିଛିଦିନ ତଳେ ରାକେଶ ଏକ ହତ୍ୟା ମାମଲା‌ରେ ଗିରଫ ହୋଇ ଏବେ ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ରେ ଦିନ କାଟୁଛି। କିନ୍ତୁ ପୂର୍ବରୁ ଗିରଫ ହୋଇଥିବା ବୁବୁନା ଜାମିନ୍‌ରେ ଆସି ପୁଣିଥରେ ଆପରାଧିକ କାର୍ଯ୍ୟକଳାପରେ ଲାଗି ପଡ଼ିଥିଲା। ପୁରୁଣା ସହଯୋଗୀଙ୍କୁ ଧରି ବିଭିନ୍ନ ସ୍ଥାନରେ ଗୁଳି ଓ ବୋମା ଫୁଟାଇ ଆତଙ୍କ ସୃଷ୍ଟି କରିବା ସହିତ ଦାଦାବଟି ଆଦାୟ, ଲୁଟ୍‌, ଡକାୟତି ଆଦି ଅପରାଧ ଚଳାଇଥିବା ପୁଲିସ ପ‌ାଖରେ ଅଭିଯୋଗ ହୋଇଥିଲା। ଧୀରେଧୀରେ ବୁବୁନା ପୁଲିସର ମୁଣ୍ଡବ୍ୟଥା ବଢ଼ାଇବା ସହିତ ମୋଷ୍ଟୱା‌ଣ୍ଟେଡ୍‌ ତାଲିକାକୁ ଆସି ଯାଇଥିଲା। ତାକୁ ଧରିବା ପାଇଁ ପ୍ରାୟ ମାସେ ହେବ କାମାକ୍ଷାନଗର ଏସ୍‌ଡିପିଓ ସ୍ନେହାଶିଷ ସାହୁଙ୍କ ନେତୃତ୍ବରେ କାମାକ୍ଷାନଗର ଥାନା ଅଧିକାରୀ ଧୀରେନ ବେହେରା ସଦଳବଳେ ଜାଲ ବିଛାଇଥିଲେ।

ଆଜି ସକାଳେ ବୁବୁନା ତାର କିଛି ସହଯୋଗୀଙ୍କ ସହ ଖୁଣ୍ଟାପଶି ଗୁଣ୍ଡିଚାନାଳି ଜଙ୍ଗଲରେ ଷଡ଼୍‌ଯନ୍ତ୍ର ଚଳାଇଥିବା ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ତୁରନ୍ତ ଆଇଆଇସି ଶ୍ରୀ ବେହେରାଙ୍କ ନେତୃତ୍ବରେ ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ପ୍ରଦୀପ ପାତ୍ର, ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ସୌଭାଗ୍ୟ ପାଣି ଓ ଏସ୍‌ଆଇ ସୌମ୍ୟରଂଜନ ମହାନ୍ତି ଜଙ୍ଗଲ ଭିତରେ ଚଢ଼ଉ କରିଥିଲେ। ପୁଲିସ ଟିମ୍‌କୁ ଦେଖି ବୁବୁନା ଓ ତାର ସହଯୋଗୀମାନେ ଗୁଳି ଚଳାଇବା ସହ ବୋମାମାଡ଼ କରିଥିଲେ। ପୁଲିସ ଟିମ୍‌ ମଧ୍ୟ ପାଲଟା ଗୁଳି ଚଳାଇଥିଲା। ପୁଲିସ ୨ ରାଉଣ୍ଡ ଗୁଳିମାଡ଼ କରିଥିବା ବେଳେ ଗୋଟିଏ ଗୁଳି ବୁବୁନାର ବାମ ଗୋଡ଼ରେ ବାଜିଥିଲା। ସେ ସେଇଠି ଘାଇଲା ହୋଇ ପଡ଼ିଥିଲା। ତାକୁ ପୁଲିସ ଦଳ ମାଡ଼ି ବସି କାବୁ କରିଥିଲେ। ଆହତ ବୁବୁନା ପାଖରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି, ୩ଟି ‌ଖୋକା, ଗୋଟିଏ ବୋମା, ଗୋଟିଏ ଖଣ୍ଡା ସହିତ ନଗଦ ୨ହଜାର ଟଙ୍କା ପୁଲିସ ଜବତ କରିଛି। ଘଟଣାସ୍ଥଳରୁ ଆଉ ୨ ଅପରାଧୀ ଖସି ପଳାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ବୁବୁନାର ଗୁଳି ଜଣେ କନେଷ୍ଟବଳଙ୍କ ବେକ ପାଖରେ ଘସି ହୋଇ ପଳାଇଥିଲା। ସେ ଆହତ ହୋଇଥିବ‌ା ବେଳେ ଏବେ ତାଙ୍କର ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button